ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଦଳ ନେତା ପ୍ରଦୀପ ନାଏକଙ୍କ ଚିଠି

The Sakala Picture
Published On

ଭୁବନେଶ୍ବର : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ପାଳନ କରିବାକୁ ଦାବି କରିଛନ୍ତି। ଦେଶର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ପାଇଁ ମଧ୍ୟ ଦାବି ଜଣାଇଛନ୍ତି। ରାୟଗଡ଼ା, ଗଞ୍ଜାମ, ଗଜପତି, ମାଲକାନଗିରି ଓ କୋରାପୁଟରେ ନିର୍ବାଚନ ବେଆଇନ। ସହିତ ସୀମାନ୍ତରେ ଆନ୍ଧ୍ର ଜିଲା ପ୍ରଶାସନ ବେଆଇନ ଭାବେ ନିର୍ବାଚନ କରୁଛି। ଆନ୍ଧ୍ର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ […]

ଭୁବନେଶ୍ବର : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ପାଳନ କରିବାକୁ ଦାବି କରିଛନ୍ତି। ଦେଶର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ପାଇଁ ମଧ୍ୟ ଦାବି ଜଣାଇଛନ୍ତି। ରାୟଗଡ଼ା, ଗଞ୍ଜାମ, ଗଜପତି, ମାଲକାନଗିରି ଓ କୋରାପୁଟରେ ନିର୍ବାଚନ ବେଆଇନ। ସହିତ ସୀମାନ୍ତରେ ଆନ୍ଧ୍ର ଜିଲା ପ୍ରଶାସନ ବେଆଇନ ଭାବେ ନିର୍ବାଚନ କରୁଛି। ଆନ୍ଧ୍ର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରନ୍ତୁ ବୋଲି ପ୍ରଦୀପ୍ତ ନାଏକ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମି ନଥିବା ବେଳେ ଏହାକୁ ନେଇ ଆଜି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରିବାକୁ ବିରୋଧୀ ଦଳର ନେତା ଚିଠିରେ ଉଲ୍ଲେଖ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି ଯେ ଆନ୍ଧ୍ର ପ୍ରଦେଶର ଜିଲା ପ୍ରଶାସନ ପକ୍ଷରୁ ବେଆଇନ୍ ଭାବେ ଓଡିଶାର କିଛି ଅଞ୍ଚଳରେ ନିର୍ବାଚନ କରିଛି, ଯାହା ସମ୍ବିଧାନର ବିରୋଧୀ ଅଟେ ଏବଂ ଏହା ଭାରତୀୟ ସଂଘୀୟ ବ୍ୟବସ୍ଥାର ମଧ୍ୟ ଅବମାନନା କରୁଛି । ୧୯୬୮ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶର ମଧ୍ୟ ଏହା ଉଲ୍ଲଘଂନ କରୁଛି। ତେଣୁ ତୁରନ୍ତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ପ୍ରଶାସନକୁ ଏପରି କରିବାରୁ ରୋକିବା ପାଇଁ ପଦକ୍ଷେପ ନେବା ଦରକାର। କୋଟିଆ ଓଡିଶାର ଅବିଚ୍ଛେଦ ଅଙ୍ଗ। ୧୯୩୬ ମସିହାରୁ କୋଟିଆ ଓଡିଶାର ଅପ୍ରତ୍ୟାଶିତ ଅଙ୍ଗ ହୋଇ ରହିଆସିଛି। ୧୯୪୨ ମସିହାରେ ଓଡିଶା, ବିହାର ଓ ମଧ୍ୟପ୍ରଦେଶର ସରକାରଙ୍କ ମିଳିତ ସର୍ଭେରେ ମଧ୍ୟ ପ୍ରମାଣ ରହିଛି । ସେ ସମୟରେ ସର୍ଭେ କରାଯାଇ କୋଟିଆ ଗ୍ରାମ ପଞ୍ଚାୟତର ସାତଟି ଗାଁ ଓଡିଶାର ବୋଲି ନିର୍ଦ୍ଧାରଣ କରାଯାଇଥିଲା। ଏବେ ଆନ୍ଧ୍ର ପ୍ରଶାସନ ଏଠାରେ ବେଆଇନ୍ ଭାବେ ନିର୍ବାଚନ କରୁଛି । ତେଣୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତୁରନ୍ତ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ଜିଲା ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରିବାକୁ ପ୍ରଦୀପ୍ତ ନାଏକ ନିଜ ଚିଠିରେ ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର