ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବାକୁ ବଡ଼ ପଦକ୍ଷେପ, ନିଯୁକ୍ତି ପାଇବେ ୨୪୫୨ ଡାକ୍ତର

The Sakala Picture
Published On

ଭୁବନେଶ୍ୱର, ୨୧ା୨ (ସମିସ): ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ପଦକ୍ଷେପ। ବିଭିନ୍ନ ଡ଼ାକ୍ତରଖାନାରେ ଆଉ ୨୪୫୨ ଜଣ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜାନୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଡ଼ାକ୍ତର ପଦବୀ ପୂରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ଆଧାରରେ ୨୪୫୨ ମେଡିକାଲ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ବିଜ୍ଞପ୍ତି […]

ଭୁବନେଶ୍ୱର, ୨୧ା୨ (ସମିସ): ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ପଦକ୍ଷେପ। ବିଭିନ୍ନ ଡ଼ାକ୍ତରଖାନାରେ ଆଉ ୨୪୫୨ ଜଣ ଡ଼ାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜାନୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଡ଼ାକ୍ତର ପଦବୀ ପୂରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ଆଧାରରେ ୨୪୫୨ ମେଡିକାଲ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ମଧ୍ୟରୁ ୮୧୭ଟି ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। କ୍ରୀଡ଼ାବିତ୍‍ଙ୍କ ପାଇଁ ୨୫ଟି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୯୮ (୨୪ ମହିଳା) ପଦ ସଂରକ୍ଷିତ ଅଛି। ୪୦ ପ୍ରତିଶତ କିମ୍ବା ତଦୁର୍ଦ୍ଦ ଅକ୍ଷମତା ଥିବା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ସଂରକ୍ଷଣ ସୁବିଧା ମିଳିବ ବୋଲି ଓପିଏସ୍‍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓପିଏସ୍‍ସି ପକ୍ଷରୁ କୁହାଯାଇଛି ଯେ ଯଦି ଆବଶ୍ୟକ ସଂଖ୍ୟକ ମହିଳା ପ୍ରାର୍ଥୀ ନ ଥିବେ ତାହା ହେଲେ ସେହି ପଦବୀରେ ପୁରୁଷ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ତେବେ ଏସ୍‍ସି ଓ ଏସ୍‍ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ପଦବୀରେ କୌଣସି ଅଦଳ ବଦଳ କରାଯାଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଅଣ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୬୩୩ (୨୧୧ ମହିଳା), ଏସ୍‍ଇବିସିଙ୍କ ପାଇଁ ୧୨୪(୪୧ ମହିଳା), ଏସ୍‍ସି ବର୍ଗ ପାଇଁ ୬୫୩ (୨୧୮ ମହିଳା) ଏବଂ ଏସ୍‍ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୪୨ (୩୪୭ ମହିଳା) ପଦବୀ ସଂରକ୍ଷିତ ରହିଛି। ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏସ୍‍ସି, ଏସ୍‍ଟି, ମହିଳା ଓ ଏସ୍‍ଇବିସି ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୫ ବର୍ଷ କୋହଳ କରାଯାଇ ଥିବା ବେଳେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ କୋହଳ କରାଯାଇଛି। ସେହିପରି ଏସ୍‍ସି, ଏସ୍‍ଟି ଓ ଏସ୍‍ଇବିସି ବର୍ଗରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୧୫ ବର୍ଷ କୋହଳ କରାଯିବ। ରାଜ୍ୟ ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାଧିକୃତ ଚିକିତ୍ସାଳୟରେ ଠିକା କିମ୍ବା ଚୁକ୍ତି ଭିତ୍ତିରେ କାର୍ଯ୍ୟରତ ଡ଼ାକ୍ତରଙ୍କ ପାଇଁ ୫ ବର୍ଷ କୋଳହ କରାଯିବ। ପ୍ରାର୍ଥିମାନେ ମେଡିକାଲ କାଉନସିଲ ଅଫ୍‍ ଇଣ୍ଡିଆ ଦ୍ୱାରା ସ୍ୱିକୃତିପ୍ରାପ୍ତ ମେଡିକାଲ କଲେଜ କିମ୍ବା ମେଡିକାଲ ଅନୁଷ୍ଠାନରୁ ଏମ୍‍ବିବିଏସ୍‍ କିମ୍ବା ତତୁଲ୍ୟ ଡିଗ୍ରୀ ଧାରୀ ହୋଇଥିବା ଆବଶ୍ୟକ। କଟକ ଓ ଭୁବନେଶ୍ୱରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ି ପାରୁଥିବା ଆବଶ୍ୟକ। ମାଟ୍ରିକ୍‍, ଦ୍ୱାଦଶ ଓ ଏମ୍‍ବିବିଏସ୍‍ ପରୀକ୍ଷାରେ ରଖିଥିବା ମାର୍କ ପାଇଁ ୧୦ ପ୍ରତିଶତ ଲେଖାଏଁ କ୍ୟାରିୟର୍‍ ମାର୍କିଂ ମିଳିବ। ସମୁଦାୟ ୨୦୦ ମାର୍କର ଲିଖିତ ପରୀକ୍ଷା ହେବ ବୋଲି ଓପିଏସ୍‍ସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର