ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ ସ୍ଥଗିତ ନୁହେଁ ପୁରା ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ ଦାବି

The Sakala Picture
Published On

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ଅଧିନିୟମ ପ୍ରସ୍ତାବ ସ୍ଥଗିତ ରହିଲା। ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ବାଇ ଲ କୁ ସ୍ଥଗିତ ରଖିବା ପାଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଚିଠି ଲେଖି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରିଛନ୍ତି। ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପାଇଁ ଏନଏମଏ ଚିଠା ଅଧିନିୟମ ଜାରି ହେବା ପରେ ବହୁ ବାଦ ବିବାଦ ପରେ […]

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ଅଧିନିୟମ ପ୍ରସ୍ତାବ ସ୍ଥଗିତ ରହିଲା। ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ବାଇ ଲ କୁ ସ୍ଥଗିତ ରଖିବା ପାଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଚିଠି ଲେଖି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରିଛନ୍ତି। ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପାଇଁ ଏନଏମଏ ଚିଠା ଅଧିନିୟମ ଜାରି ହେବା ପରେ ବହୁ ବାଦ ବିବାଦ ପରେ ଏହି ଡ୍ରାଫ୍ଟ ବାଇ-ଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ଅଧିନିୟମ ବାଇ-ଲ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଆଇନକୁ ପୁରାପୁରି ପ୍ରତ୍ୟାହାର ପାଇଁ ଦାବି ଜଣାଇଛନ୍ତି। ଏନେଇ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ କେନ୍ଦ୍ର ସରକାର ଏକାମ୍ର କ୍ଷେତ୍ର ପାଇଁ ବାଇ-ଲକୁ ସ୍ଥଗିତ ରଖିଲେ ହେବନି ପୁରାପୁରି ପ୍ରତ୍ୟାହାର କରୁନ୍ତି। କାରଣ ବାଇ-ଲ ପାଇଁ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ମନ୍ଦିରର ବିକାଶମୂଳକ କାର୍ଯ୍ୟ ରୋକିବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟର ବିଭିନ୍ନ ପୁରାତନ ମନ୍ଦିର ଗୁଡିକର ବିକାଶ ପାଇଁ ତତ୍ପରତା ଦେଖାଉଥିବା ବେଳେ ଏନଏମଏ ଚିଠା ଅଧିନିୟମ ବାଇ-ଲ ଆଳରେ ବିକାଶରେ ବାଧକ ସାଜୁଛି ବୋଲି ପ୍ରତାପ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଶାସନ ଦଳ ସହ ମଧ୍ୟ ସ୍ବର ମିଳାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ବାଇ-ଲ ପ୍ରସଙ୍ଗରେ ରାଜ୍ୟରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଅଲଗା ଅଲଗା କଥା କହୁଥିବାବେଳେ ସାଂସଦ ଅପରାଜିତା ଆଉ ଗୋଟେ କଥା କହୁଛନ୍ତି । ବିଜେପିର ଭିନ୍ନଭିନ୍ନ ମତ ବିକାଶରେ ବାଧକ ସାଜିବା ଠିକ୍ ନୁହେଁ ବୋଲି ନରସିଂହ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

19 Feb 2021 By The Sakala

ଏକାମ୍ର କ୍ଷେତ୍ର ପାଇଁ ବାଇ-ଲ ସ୍ଥଗିତ ନୁହେଁ ପୁରା ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ଅଧିନିୟମ ପ୍ରସ୍ତାବ ସ୍ଥଗିତ ରହିଲା। ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ବାଇ ଲ କୁ ସ୍ଥଗିତ ରଖିବା ପାଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଚିଠି ଲେଖି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରିଛନ୍ତି। ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପାଇଁ ଏନଏମଏ ଚିଠା ଅଧିନିୟମ ଜାରି ହେବା ପରେ ବହୁ ବାଦ ବିବାଦ ପରେ ଏହି ଡ୍ରାଫ୍ଟ ବାଇ-ଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ଅଧିନିୟମ ବାଇ-ଲ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଆଇନକୁ ପୁରାପୁରି ପ୍ରତ୍ୟାହାର ପାଇଁ ଦାବି ଜଣାଇଛନ୍ତି। ଏନେଇ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ କେନ୍ଦ୍ର ସରକାର ଏକାମ୍ର କ୍ଷେତ୍ର ପାଇଁ ବାଇ-ଲକୁ ସ୍ଥଗିତ ରଖିଲେ ହେବନି ପୁରାପୁରି ପ୍ରତ୍ୟାହାର କରୁନ୍ତି। କାରଣ ବାଇ-ଲ ପାଇଁ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ମନ୍ଦିରର ବିକାଶମୂଳକ କାର୍ଯ୍ୟ ରୋକିବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟର ବିଭିନ୍ନ ପୁରାତନ ମନ୍ଦିର ଗୁଡିକର ବିକାଶ ପାଇଁ ତତ୍ପରତା ଦେଖାଉଥିବା ବେଳେ ଏନଏମଏ ଚିଠା ଅଧିନିୟମ ବାଇ-ଲ ଆଳରେ ବିକାଶରେ ବାଧକ ସାଜୁଛି ବୋଲି ପ୍ରତାପ ଜେନା କହିଛନ୍ତି।

ଶାସନ ଦଳ ସହ ମଧ୍ୟ ସ୍ବର ମିଳାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ବାଇ-ଲ ପ୍ରସଙ୍ଗରେ ରାଜ୍ୟରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଅଲଗା ଅଲଗା କଥା କହୁଥିବାବେଳେ ସାଂସଦ ଅପରାଜିତା ଆଉ ଗୋଟେ କଥା କହୁଛନ୍ତି । ବିଜେପିର ଭିନ୍ନଭିନ୍ନ ମତ ବିକାଶରେ ବାଧକ ସାଜିବା ଠିକ୍ ନୁହେଁ ବୋଲି ନରସିଂହ ମିଶ୍ର କହିଛନ୍ତି।

https://www.thesakala.in/latest-odisha-news/state-government-has-demanded-full-withdrawalra-the-bylaws/article-93
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର