ଅର୍ଥନୈତିକ ସର୍ଭେ ରିପୋର୍ଟ: ଓଡ଼ିଶାଠାରୁ ଜାତୀୟ ଅଭିବୃଦ୍ଧି ହାର କମ୍‌

The Sakala Picture
Published On

ଭୁବନେଶ୍ୱର: ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରିଥିବା କୃତୀ ରିପୋର୍ଟର ପ୍ରତ୍ୟେକ ପୃଷ୍ଠାରେ ଉଲ୍ଲେଖ ରହିଛି। ଅର୍ଥନୈତିକ ଅଭିବୃଦ୍ଧି, ଖାଦ୍ୟ ଶସ୍ୟ ଉତ୍ପାଦନ, କୃଷି ଅଭିବୃଦ୍ଧି, ମହିଳା ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ଶିଳ୍ପାୟନ, ସଫ୍ଟୱେର ରପ୍ତାନୀ, ସବୁଥିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ସର୍ବଭାରତୀୟସ୍ତରରେ ଅଭିବୃଦ୍ଧି […]

ଭୁବନେଶ୍ୱର: ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରିଥିବା କୃତୀ ରିପୋର୍ଟର ପ୍ରତ୍ୟେକ ପୃଷ୍ଠାରେ ଉଲ୍ଲେଖ ରହିଛି। ଅର୍ଥନୈତିକ ଅଭିବୃଦ୍ଧି, ଖାଦ୍ୟ ଶସ୍ୟ ଉତ୍ପାଦନ, କୃଷି ଅଭିବୃଦ୍ଧି, ମହିଳା ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ଶିଳ୍ପାୟନ, ସଫ୍ଟୱେର ରପ୍ତାନୀ, ସବୁଥିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ସର୍ବଭାରତୀୟସ୍ତରରେ ଅଭିବୃଦ୍ଧି ହାର ୬.୪% ଥିବା ବେଳେ ଓଡିଶାରେ ଏହା ୭.୨% ରହିଛି। ୨୦୨୪-୨୫ରେ ଓଡିଶାର ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ଯାହା ୨୦୨୩-୨୪ରେ ୮.୬ ଲକ୍ଷ କୋଟି ଟଙ୍କାରୁ ୧୦% ଅଧିକ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସେହିପରି ଓଡିଶାର ମୁଣ୍ଡପିଛା ଆୟ ୧୦.୭% ବୃଦ୍ଧି ପାଇ ୧୮୨୫୪୮ ଟଙ୍କାରେ ପହଞ୍ଚି ଥିବା ବେଳେ ଏହା ସର୍ବଭାରତୀୟ ମୁଣ୍ଡ ପିଛା ଆୟର ନିକଟତର ହେଉଛି। ଓଡିଶାର ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (୧୫ ବର୍ଷରୁ ଅଧିକ) ୨୦୧୮-୧୯ରେ ୨୪.୪% ଥିବା ବେଳେ ୨୦୨୩-୨୪ରେ ଏହା ୪୯.୪%କୁ ବୃଦ୍ଧି ପାଇଛି। ରାଜ୍ୟର ଶ୍ରମଶକ୍ତି ଅଂଶଗ୍ରହଣ ହାର ସର୍ବଭାରତୀୟସ୍ତର ଠାରୁ ମଧ୍ୟ ଅଧିକ ରହିଛି। ଗତ ବର୍ଷ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୩% ରେକର୍ଡ କରାଯାଇଛି। ଜାତୀୟ ତୁଳନାରେ ଓଡିଶାର କୃଷି କ୍ଷେତ୍ର ଅଧିକ ଅଭିବୃଦ୍ଧି ହାସଲ କରିଛି। ଗତ ୫ ବର୍ଷରେ ଓଡିଶାର କୃଷି ଅଭିବୃଦ୍ଧି ହାର ୭% ଥିବା ବେଳେ ଜାତୀୟ ସ୍ତରରେ ଏହା ୪.୧% ରହିଛି। ୨୦୧୯-୨୦ରେ ଓଡିଶା ୧୧୬.୯ ଲକ୍ଷ ଟନ୍‌ ଖାଦ୍ୟ ଶସ୍ୟ ଉତ୍ପାଦନ କରିଥିବା ବେଳେ ୨୦୨୩-୨୪ରେ ଏହା ୧୪୩ ଲକ୍ଷ ଟନ୍‌ରେ ପହଞ୍ଚିଛି। କପା, ମକା, ପନିପରିବା, ମସଲା ଆଦି ଚାଷ ବୃଦ୍ଧି ପାଇବା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଥିସହ ମାଛ, ଦୁଗ୍ଧ, ଅଣ୍ଡା ଆଦିର ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଶିଳ୍ପାୟନ ହାର ୬.୧% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୧୭-୧୮ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ଖଣିଜ ଉତ୍ପାଦନ ବାର୍ଷିକ ୨୧.୪% ହାରରେ ବୃଦ୍ଧି ପାଉଛି। ଅପରପକ୍ଷେ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦% ରହିବ ବୋଲି ଆକଳନ କରାଯାଇଛି। ୫ ବର୍ଷ ପୂର୍ବେ ଓଡିଶାରୁ ସଫ୍ଟୱେର ରପ୍ତାନୀ ୪୫୦୦ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ରେ ୧୨୯୦୪ କୋଟି ଟଙ୍କାରେ ପହଞ୍ଚିଛି। ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ମଧ୍ୟ ୮%ରୁ ଅଧିକ ଅଭିବୃଦ୍ଧି ଆକଳନ କରାଯାଇଛି। ରାଜ୍ୟରୋ ଋଣ ଜମା ଅନୁପାତ ୨୦୨୦ରେ ୬୦.୪% ଥିଲା ଏବଂ ୨୦୨୪ ସେପ୍ଟେମ୍ବର ସୁଦ୍ଧା ୭୬.୪%କୁ ବୃଦ୍ଧି ପାଇଛି ଯାହା ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଭାରତର ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ମୋଟ ଘରୋଇ ରାଜ୍ୟ ଘରୋଇ ଉତ୍ପାଦ ତୁଳନାରେ ଓଡିଶା ସର୍ବାଧିକ ପୁଞ୍ଜି ବ୍ୟୟ ବରାଦ କରିଛି। ରେଳ, ସଡ଼କ ଓ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

16 Feb 2025 By The Sakala

ଅର୍ଥନୈତିକ ସର୍ଭେ ରିପୋର୍ଟ: ଓଡ଼ିଶାଠାରୁ ଜାତୀୟ ଅଭିବୃଦ୍ଧି ହାର କମ୍‌

ଭୁବନେଶ୍ୱର: ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରିଥିବା କୃତୀ ରିପୋର୍ଟର ପ୍ରତ୍ୟେକ ପୃଷ୍ଠାରେ ଉଲ୍ଲେଖ ରହିଛି। ଅର୍ଥନୈତିକ ଅଭିବୃଦ୍ଧି, ଖାଦ୍ୟ ଶସ୍ୟ ଉତ୍ପାଦନ, କୃଷି ଅଭିବୃଦ୍ଧି, ମହିଳା ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ଶିଳ୍ପାୟନ, ସଫ୍ଟୱେର ରପ୍ତାନୀ, ସବୁଥିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ସର୍ବଭାରତୀୟସ୍ତରରେ ଅଭିବୃଦ୍ଧି ହାର ୬.୪% ଥିବା ବେଳେ ଓଡିଶାରେ ଏହା ୭.୨% ରହିଛି। ୨୦୨୪-୨୫ରେ ଓଡିଶାର ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ଯାହା ୨୦୨୩-୨୪ରେ ୮.୬ ଲକ୍ଷ କୋଟି ଟଙ୍କାରୁ ୧୦% ଅଧିକ।

ସେହିପରି ଓଡିଶାର ମୁଣ୍ଡପିଛା ଆୟ ୧୦.୭% ବୃଦ୍ଧି ପାଇ ୧୮୨୫୪୮ ଟଙ୍କାରେ ପହଞ୍ଚି ଥିବା ବେଳେ ଏହା ସର୍ବଭାରତୀୟ ମୁଣ୍ଡ ପିଛା ଆୟର ନିକଟତର ହେଉଛି। ଓଡିଶାର ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (୧୫ ବର୍ଷରୁ ଅଧିକ) ୨୦୧୮-୧୯ରେ ୨୪.୪% ଥିବା ବେଳେ ୨୦୨୩-୨୪ରେ ଏହା ୪୯.୪%କୁ ବୃଦ୍ଧି ପାଇଛି। ରାଜ୍ୟର ଶ୍ରମଶକ୍ତି ଅଂଶଗ୍ରହଣ ହାର ସର୍ବଭାରତୀୟସ୍ତର ଠାରୁ ମଧ୍ୟ ଅଧିକ ରହିଛି। ଗତ ବର୍ଷ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୩% ରେକର୍ଡ କରାଯାଇଛି। ଜାତୀୟ ତୁଳନାରେ ଓଡିଶାର କୃଷି କ୍ଷେତ୍ର ଅଧିକ ଅଭିବୃଦ୍ଧି ହାସଲ କରିଛି। ଗତ ୫ ବର୍ଷରେ ଓଡିଶାର କୃଷି ଅଭିବୃଦ୍ଧି ହାର ୭% ଥିବା ବେଳେ ଜାତୀୟ ସ୍ତରରେ ଏହା ୪.୧% ରହିଛି। ୨୦୧୯-୨୦ରେ ଓଡିଶା ୧୧୬.୯ ଲକ୍ଷ ଟନ୍‌ ଖାଦ୍ୟ ଶସ୍ୟ ଉତ୍ପାଦନ କରିଥିବା ବେଳେ ୨୦୨୩-୨୪ରେ ଏହା ୧୪୩ ଲକ୍ଷ ଟନ୍‌ରେ ପହଞ୍ଚିଛି। କପା, ମକା, ପନିପରିବା, ମସଲା ଆଦି ଚାଷ ବୃଦ୍ଧି ପାଇବା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଥିସହ ମାଛ, ଦୁଗ୍ଧ, ଅଣ୍ଡା ଆଦିର ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଶିଳ୍ପାୟନ ହାର ୬.୧% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୧୭-୧୮ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ଖଣିଜ ଉତ୍ପାଦନ ବାର୍ଷିକ ୨୧.୪% ହାରରେ ବୃଦ୍ଧି ପାଉଛି। ଅପରପକ୍ଷେ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦% ରହିବ ବୋଲି ଆକଳନ କରାଯାଇଛି। ୫ ବର୍ଷ ପୂର୍ବେ ଓଡିଶାରୁ ସଫ୍ଟୱେର ରପ୍ତାନୀ ୪୫୦୦ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ରେ ୧୨୯୦୪ କୋଟି ଟଙ୍କାରେ ପହଞ୍ଚିଛି। ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ମଧ୍ୟ ୮%ରୁ ଅଧିକ ଅଭିବୃଦ୍ଧି ଆକଳନ କରାଯାଇଛି। ରାଜ୍ୟରୋ ଋଣ ଜମା ଅନୁପାତ ୨୦୨୦ରେ ୬୦.୪% ଥିଲା ଏବଂ ୨୦୨୪ ସେପ୍ଟେମ୍ବର ସୁଦ୍ଧା ୭୬.୪%କୁ ବୃଦ୍ଧି ପାଇଛି ଯାହା ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଭାରତର ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ମୋଟ ଘରୋଇ ରାଜ୍ୟ ଘରୋଇ ଉତ୍ପାଦ ତୁଳନାରେ ଓଡିଶା ସର୍ବାଧିକ ପୁଞ୍ଜି ବ୍ୟୟ ବରାଦ କରିଛି। ରେଳ, ସଡ଼କ ଓ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର