ମହାପ୍ରଭୁଙ୍କୁ ନେଇ ରାଜନୀତି ଛାଡି କିଛି କାମ କରନ୍ତୁ ରାଜ୍ୟ ସରକାର: ବିଜେଡି

The Sakala Picture
Published On

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ଉଚ୍ଛେଦ, କିଣାବିକା ଓ କର୍ପସ ଫଣ୍ଡ ଗଠନକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ସମାଲୋଚନା । ପୁରୀର ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ କଲେ ସମାଲୋଚନା । କହିଲେ- ରାଜ୍ୟ ସରକାର ମହାପ୍ରଭୁଙ୍କୁ ନେଇ ରାଜନୀତି ଛାଡି କିଛି କାମ କରନ୍ତୁ । ସେ, କହିଛନ୍ତି, ମହାପ୍ରଭୁଙ୍କୁ ନେଇ ରାଜନୀତି ଛଡ଼ା ଆଉ କିଛି କଥା ନାହିଁ ବିଜେପି ସରକାରର । ଏଯାଏଁ ମ୍ୟାନେଜିଂ କମିଟି […]

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ଉଚ୍ଛେଦ, କିଣାବିକା ଓ କର୍ପସ ଫଣ୍ଡ ଗଠନକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ସମାଲୋଚନା । ପୁରୀର ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ କଲେ ସମାଲୋଚନା । କହିଲେ- ରାଜ୍ୟ ସରକାର ମହାପ୍ରଭୁଙ୍କୁ ନେଇ ରାଜନୀତି ଛାଡି କିଛି କାମ କରନ୍ତୁ ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସେ, କହିଛନ୍ତି, ମହାପ୍ରଭୁଙ୍କୁ ନେଇ ରାଜନୀତି ଛଡ଼ା ଆଉ କିଛି କଥା ନାହିଁ ବିଜେପି ସରକାରର । ଏଯାଏଁ ମ୍ୟାନେଜିଂ କମିଟି କରିପାରୁ ନାହାଁନ୍ତି । ଯଦି ଜଗନ୍ନାଥ ଜମି ବିକ୍ରି ହୋଇଛି, ତା’ହାଲେ ରାଜସ୍ଵ ବିଭାଗ ରେକର୍ଡ ଯାଞ୍ଚ କରନ୍ତୁ । ଲୋକଙ୍କ ଜମିଜମା ରେକର୍ଡ ଭୁକ୍ତ କରିପାରୁ ନାହାଁନ୍ତି । ନିଜ ଭୁଲ ଲୁଚେଇବା ପାଇଁ ଏଭଳି ବୟାନ ବାଜି କରୁଛନ୍ତି । ନବୀନ ପଟ୍ଟନାୟକ ଯାହା କାର୍ଯ୍ୟକ୍ରମ କରିଥିଲେ, ତାକୁ ମଲା ମିରିଗରେ ପାହାର ପକେଇ ବର୍ତ୍ତମାନର ସରକାର କହୁଛନ୍ତି ଯେ ଶିକାର କଲୁ । ବର୍ଷ ବର୍ଷ ଧରି ପୁରୀରେ ରହିଥିବା ଲୋକଙ୍କୁ ଆଗ ଜମିପଟ୍ଟା ଦିଅନ୍ତୁ ରାଜ୍ୟ ସରକାର । ଅଯଥା ରାଜନୀତି କରନ୍ତୁନି । ମହାପ୍ରଭୁଙ୍କ ନୀତିକାନ୍ତି ସ୍ଵୟଂ ମହାପ୍ରଭୁ ହିଁ କରନ୍ତି । ଯେଉଁମାନେ କହୁଛନ୍ତି କର୍ପସ ଫଣ୍ଡରେ ନୀତିକାନ୍ତି କରାଇବେ, ସେ ସରକାର ଶୀଘ୍ର ଭାଙ୍ଗିଯିବ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନାଯୋଗ୍ୟ, ବାସେଳୀ ସାହି ଥାନା ଅଧୀନରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜବରଦଖଲ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଏହାସହ ସେ କହିଛନ୍ତି, ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାମ ଆରମ୍ଭ କରିଛି । ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ଶ୍ରୀଜଗନ୍ନାଥଙ୍କ ଜବରଦଖଲ ଜମିକୁ ମୁକ୍ତ କରାଯିବ । ମହାପ୍ରଭୁଙ୍କ ପାଇଁ ୮୦୦ରୁ ୧୦୦୦ କୋଟିର କର୍ପସ ଫଣ୍ଡ ଗଠନ ହେବ । ଏଥିରେ ସୁବିଧାରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ । ବ୍ୟବହାର ଯୋଗ୍ୟ ଜମି ପାଇଁ ରିହାତି ଦରରେ ଜମି ଦିଆଯିବ । ପ୍ରଥମେ ଓଡ଼ିଶା ଭିତରେ ଥିବା ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି । ଏହାପରେ ବାହାରେ ଥିବା ଜମିର ଚିହ୍ନଟ ପ୍ରକ୍ରିୟା କରାଯିବ । ଉଭୟ ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାପ୍ରଭୁଙ୍କ ଇଞ୍ଚେ ଜମି ବିକ୍ରି ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଯାହାର ଜବାବ ଦେଇ ବିଜେଡି ସାଂସଦ ସରକାରକୁ କଟୁ ସମାଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଜଗନ୍ନାଥଙ୍କ ଜମି ବହୁତ ଜାଗାରେ ବହୁ ବର୍ଷରୁ ଜବରଦଖଲ ହୋଇଛି । ହେଲେ ନିଷ୍ପତ୍ତି ହୋଇପାରୁନି । ବିଧାନସଭା କମିଟି ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା କରିଛି । ସବୁ ଜମିକୁ ଜବରଦଖଲ ମୁକ୍ତ କରାଯାଉ । ଯେଉଁମାନେ ଜଗନ୍ନାଥଙ୍କ ଜମି ବିକ୍ରି କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯେଉଁମାନେ ପଟ୍ଟା ପାଇ ନାହାନ୍ତି, ସେମାନଙ୍କୁ ତୁରନ୍ତ ଦିଆଯାଉ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର