କିରୋସିନ୍ ଢାଳି ବଧୁ ହତ୍ୟା ଅଭିଯୋଗ

The Sakala Picture
Published On

ତୋଟାପଡା/ବାଲେଶ୍ୱର : ବଧୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କିରୋସିନ୍ ଢାଳି ଝିଅକୁ ଜାଳି ଦେଇଥିବା ଅଭିଯୋଗ କରିଛନ୍ତି ନିଜ ଭାଇ ଓ ବାପା। ମୃତକ ମହିଳା ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମର ଅମୀୟ ସାହୁ (୨୮)ଙ୍କ ପତ୍ନୀ ସୁକାନ୍ତି ସାହୁ(୨୨)। ଝିଅର ବାପା ଘର ଭଦ୍ରକ ଜିଲ୍ଲାର ଅପର୍ତ୍ତିବିନ୍ଦା ଥାନା ଅଞ୍ଚଳରେ। ମୃତକର ଶଶୁର ଘର ପକ୍ଷରୁ ଏନେଇ ରାସଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇ ନଥିବା ସୂଚନା […]

ତୋଟାପଡା/ବାଲେଶ୍ୱର : ବଧୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କିରୋସିନ୍ ଢାଳି ଝିଅକୁ ଜାଳି ଦେଇଥିବା ଅଭିଯୋଗ କରିଛନ୍ତି ନିଜ ଭାଇ ଓ ବାପା। ମୃତକ ମହିଳା ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମର ଅମୀୟ ସାହୁ (୨୮)ଙ୍କ ପତ୍ନୀ ସୁକାନ୍ତି ସାହୁ(୨୨)। ଝିଅର ବାପା ଘର ଭଦ୍ରକ ଜିଲ୍ଲାର ଅପର୍ତ୍ତିବିନ୍ଦା ଥାନା ଅଞ୍ଚଳରେ। ମୃତକର ଶଶୁର ଘର ପକ୍ଷରୁ ଏନେଇ ରାସଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି। ସେପଟେ ପରିବାର ପକ୍ଷରୁ ଏନେଇ ଭଦ୍ରକ ଜିଲ୍ଲାରେ ହତ୍ୟା ଅଭିଯୋଗରେ ଲିଖିତ ଅଭିଯୋଗ କରିଥିବା ମୃତକର ଭାଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନା ମୁତାବକ ମୃତକ ମହିଳାଙ୍କର ୨୦୧୭ମସିହାରେ ପ୍ରେମ ବିବାହ ହୋଇଥିବା ବେଳେ ଏବେ ଦୁଇ ବର୍ଷର ଛୋଟ ଝିଅ ରହିଛି। ଗତକାଲି ସନ୍ଧ୍ୟା ୫ଟା ସମୟରେ ଘରେ ଶାଶୁ, ଶଶୁର ଓ ସ୍ୱାମୀ ମିଶି କିରୋସିନ୍ ଢାଳି ଝିଅକୁ ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକର ସ୍ୱାମୀ ଅମୀୟ କୌଣସି କାମଧନ୍ଦା କରୁନଥିବା ବେଳେ ସବୁବେଳେ ବୋହୁକୁ ଯୌତୁକ ନିର୍ଯ୍ୟାତନା ସହ ବାପ ଘରୁ ଟଙ୍କା ଆଣିବାକୁ ଧମକଉଥିବା ଝିଅର ଭାଇ ପ୍ରକାଶ କରିଛନ୍ତି। ପୂର୍ବରୁ ପାରିବାରିକ କହଳ ଲାଗିଥିବା ବେଳେ ଆଜି ପରିବାର ଲୋକେ ବୋହୁକୁ ମାରିଥିବା ନେଇ ଝିଅର ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ପ୍ରଥମେ ଗୁରୁତର ଅବସ୍ଥାରେ ରାସଗୋବିନ୍ଦପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଶଶୁର ଘର ପକ୍ଷରୁ ବୋହୁର ପରିବାର ଲୋକଙ୍କୁ ସୂଚନା ନଦେଇ ବାପ ଘରର ପଡ଼ିଶା ଲୋକଙ୍କୁ ବିଳମ୍ବିତ ରାତ୍ରିରେ ଖବର ଦେଇଥିଲେ। ଏନେଇ ରାସଗୋବିନ୍ଦପୁର ପୋଲିସ ବାରିପଦା ପିଆରଏମ୍ ହସ୍ପିଟାଲକୁ ଆସି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର