ଗୁଣିଗାରେଡ଼ି ସନ୍ଦେହରେ ବାପା ପୁଅଙ୍କୁ ଗଳା କାଟି ହତ୍ୟା

The Sakala Picture
Published On

ଗଜପତି : ଅନ୍ଧବିଶ୍ୱାସକୁ ନେଇ ପୁଣି ହତ୍ୟାକାଣ୍ଡ l ଏଭଳି ଅଘଟଣ ଘଟିଛି ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ l ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ନେଇ ବାପା ପୁଅ ଙ୍କୁ ଗଳା କାଟି ହତ୍ୟା କରାଯାଇଛି l ବାପପୁଅଙ୍କୁ ଅତିନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି, ଲୁକା ଦଳବେହେରା ଓ ତାଙ୍କ ପୁଅ ଅନକ ଦଳବେହେରା। ଗତ କାଲି ରାତିରେ ଲୁକା ଏବଂ […]

ଗଜପତି : ଅନ୍ଧବିଶ୍ୱାସକୁ ନେଇ ପୁଣି ହତ୍ୟାକାଣ୍ଡ l ଏଭଳି ଅଘଟଣ ଘଟିଛି ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ l ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ନେଇ ବାପା ପୁଅ ଙ୍କୁ ଗଳା କାଟି ହତ୍ୟା କରାଯାଇଛି l ବାପପୁଅଙ୍କୁ ଅତିନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି, ଲୁକା ଦଳବେହେରା ଓ ତାଙ୍କ ପୁଅ ଅନକ ଦଳବେହେରା। ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ କାଜୁ ବାଡିକୁ ଯାଇଥିବା ସମୟରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଲୁକାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଅନକ ଘରେ ପହଞ୍ଚିଥିଲେ । ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା l

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଲୁକା ନିଜ ପରିବାର ସହ ୧୦ ବର୍ଷ ହେଲା ନିଜ ଗ୍ରାମ ପାଟିପଙ୍କାରୁ ଆସି ମୁଠାଗୁଡାରେ ଚାଷବାସ କରି ରହୁଥିଲେ l ତେଵେ ଗୁଣିଗାରେଡିରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆର. ଉଦୟଗିରି S. D. P. O ଙ୍କ ନେତୃତ୍ୱରେ ମୋହନା ଏବଂ ଅଡବା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା S. D. P. O ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି l

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

ଲୁକା ଦଳବେହେରା ଗୁଣିଗାରେଡ଼ି କରି ଗାଁରେ ଲୋକଙ୍କୁ ହତ୍ୟା କରୁଛି ବୋଲି କିଛି ଲୋକ ସନ୍ଦେହ କରିଆସୁଥିଲେ। କିଛି ଦିନ ପୂର୍ବରୁ ଗାଁରେ ଜଣେ ନାବାଳକର ମୃତ୍ୟୁ ହେବା ପରେ ଲୋକେ ତାଙ୍କ ଉପରେ ଦୋଷ ଲଦିଥିଲେ। ସେଥିପାଇଁ ତାଙ୍କୁ ଓ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

13 Jun 2021 By The Sakala

ଗୁଣିଗାରେଡ଼ି ସନ୍ଦେହରେ ବାପା ପୁଅଙ୍କୁ ଗଳା କାଟି ହତ୍ୟା

ଗଜପତି : ଅନ୍ଧବିଶ୍ୱାସକୁ ନେଇ ପୁଣି ହତ୍ୟାକାଣ୍ଡ l ଏଭଳି ଅଘଟଣ ଘଟିଛି ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ l ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ନେଇ ବାପା ପୁଅ ଙ୍କୁ ଗଳା କାଟି ହତ୍ୟା କରାଯାଇଛି l ବାପପୁଅଙ୍କୁ ଅତିନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଉଛନ୍ତି, ଲୁକା ଦଳବେହେରା ଓ ତାଙ୍କ ପୁଅ ଅନକ ଦଳବେହେରା। ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ କାଜୁ ବାଡିକୁ ଯାଇଥିବା ସମୟରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଲୁକାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଅନକ ଘରେ ପହଞ୍ଚିଥିଲେ । ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା l

ଲୁକା ନିଜ ପରିବାର ସହ ୧୦ ବର୍ଷ ହେଲା ନିଜ ଗ୍ରାମ ପାଟିପଙ୍କାରୁ ଆସି ମୁଠାଗୁଡାରେ ଚାଷବାସ କରି ରହୁଥିଲେ l ତେଵେ ଗୁଣିଗାରେଡିରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆର. ଉଦୟଗିରି S. D. P. O ଙ୍କ ନେତୃତ୍ୱରେ ମୋହନା ଏବଂ ଅଡବା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା S. D. P. O ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି l

ଲୁକା ଦଳବେହେରା ଗୁଣିଗାରେଡ଼ି କରି ଗାଁରେ ଲୋକଙ୍କୁ ହତ୍ୟା କରୁଛି ବୋଲି କିଛି ଲୋକ ସନ୍ଦେହ କରିଆସୁଥିଲେ। କିଛି ଦିନ ପୂର୍ବରୁ ଗାଁରେ ଜଣେ ନାବାଳକର ମୃତ୍ୟୁ ହେବା ପରେ ଲୋକେ ତାଙ୍କ ଉପରେ ଦୋଷ ଲଦିଥିଲେ। ସେଥିପାଇଁ ତାଙ୍କୁ ଓ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର