ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଶ୍ରୀକ୍ଷେତ୍ରର ପ୍ରତ୍ୟେକ ସ୍ଥାନରେ ଏଲଇଡି ଟିଭି ମାଧ୍ୟମରେ ହେବ ପ୍ରସାରଣ

The Sakala Picture
Published On

ପୁରୀ: ଭକ୍ତ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ରୁ […]

ପୁରୀ: ଭକ୍ତ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ରୁ ୪ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଆଚାର୍ଯ୍ୟ ବରଣ, ପରେ ସନ୍ଧ୍ୟା ୬ଟା ରେ ଅଙ୍କୁର ରୋପଣ,୧୩ ତାରିଖ ସନ୍ଧ୍ୟା ୬ଟାରେ ଅଙ୍କୁରପୂଜନ, ୧୪ ତାରିଖ ସନ୍ଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ ଓ ଅଙ୍କୁର ପୂଜନ,୧୫ରେ ଅଖଣ୍ଡ ଦୀପ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା, ୧୬ ତାରିଖରେ ସୂର୍ୟ୍ୟପୂଜା, ଧରିତ୍ରୀ ପୂଜା ଭଳି ବିଭିନ୍ନ ପୂଜାର୍ଚ୍ଚନା ଏବଂ ୧୭ ତାରିଖ ଦିବା ୧.୩୦ରୁ ୨ଟା୨୫ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିବା ବେଳେ ଶ୍ରୀମନ୍ଦିର ଚାରିଦ୍ବାରରେ ବିଭିନ୍ନ ବେଦପାଠ ସହ ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ଗୀତ, ବାଲୁକା କଳା ମଧ୍ୟ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀ ମାନେ ଏହି ଲୋକାର୍ପଣ ଉତ୍ସବର ଯେଭଳି ଦେଖିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ଯୋଜନା ରଖିଛି ପ୍ରଶାସନ। ଏଥିସହ ଏହି ମହୋତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ମଠର ସାଧୁସନ୍ଥ ଓ ବରେଣ୍ୟ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ସହ ପୂଜାର୍ଚ୍ଚନା ଓ ଶ୍ରୀମନ୍ଦିରର ପ୍ରତ୍ୟେକ ଦ୍ୱାରରେ ଗୋଟିଏ ଲେଖାଏଁ ବେଦ ଯଥା ରୁକ, ସାମ, ଯଜୁର୍ବେଦ ଓ ଅଥର୍ବ ବେଦ ପାଠ ଚାଲିବ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

ତେବେ ଶ୍ରୀକ୍ଷେତ୍ରର ପ୍ରତ୍ୟେକ ସ୍ଥାନରେ ଏଲଇଡି ଟିଭି ମାଧ୍ୟମରେ ଏହାର ପ୍ରସାରଣ କରାଯିବା ସହ ପୁରପଲ୍ଲୀରେ ଏହାର ଯେଭଳି ବ୍ୟବସ୍ଥା ହୋଇପାରିବ ସେନେଇ ରାଜ୍ୟସରକାରଙ୍କୁ ଅନୁମୋଦନ ମଗାଯିବ। ତେବେ ପୁରୀକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଯେଭଳି ଶ୍ରୀକ୍ଷେତ୍ରର କଳା ସଂସ୍କୃତି ମଧ୍ୟରେ ଜାଣି ପାରିବେ ସେନେଇ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ସ୍ଥାନ ମଧ୍ୟ ନିର୍ମାଣ କରାଯିବ । ଅନ୍ୟପଟେ ପଞ୍ଚୁକକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ସହ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା କରାଯିବା ପାଇଁ ଆସନ୍ତାକାଲି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଆଲୋଚନା ହେବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡିକୁ ଫିକା ଗେରୁଆ ଓ ଆଇଭରି ରଙ୍ଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖିଛି ପ୍ରଶାସନ । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ପରିଚାଳନା କମିଟି ସେବାୟତ ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର