ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍” ର ଶୁଭାରମ୍ଭ

The Sakala Picture
Published On

ଭୁବନେଶ୍ୱର: ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ଵାନ। ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍” ର ଶୁଭାରମ୍ଭ ହୋଇଯାଇଛି। ବିଦେଶ ଯାତ୍ରୀଙ୍କ ପାଇଁ ସମସ୍ତ ସୂଚନା ସହିତ ପୂର୍ଣ୍ଣାଙ୍ଗ ସେବା […]

ଭୁବନେଶ୍ୱର: ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ଵାନ। ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍” ର ଶୁଭାରମ୍ଭ ହୋଇଯାଇଛି। ବିଦେଶ ଯାତ୍ରୀଙ୍କ ପାଇଁ ସମସ୍ତ ସୂଚନା ସହିତ ପୂର୍ଣ୍ଣାଙ୍ଗ ସେବା ଯୋଗାଇବାରେ ଦେଶରେ ଅନନ୍ୟ ସ୍ବାସ୍ଥ୍ୟ ଅନୁଷ୍ଠାନ ପାଲଟିଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ। ଏମ୍ସ ଭୁବନେଶ୍ଵର କମ୍ୟୁନିଟି ମେଡିସିନ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟ୍ରାଭେଲ୍ ହେଲଥ୍ କ୍ଲିନିକ୍ ସପ୍ତାହର ପ୍ରତି ସୋମବାର ଏବଂ ଗୁରୁବାର ଅପରାହ୍ନ ଦୁଇରୁ ଚାରିଟା ପର୍ଯ୍ୟନ୍ତ କାମ କରିବ। ବାହାର ଦେଶରେ ଥିବା ବିଭିନ୍ନ ସଂକ୍ରାମକ ରୋଗ ସହିତ ଅନ୍ୟାନ୍ୟ ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ନିମନ୍ତେ ଏହି ବ୍ୟବସ୍ଥାର ସହଯୋଗ ନେବାକୁ ଡ. ବିଶ୍ଵାସ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଜୀବିକା ଅନ୍ୱେଷଣରେ ବାହାର ଦେଶକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହି କ୍ଲିନିକ୍ ବେଶ ସହାୟକ ହେବବୋଲି ଡ. ବିଶ୍ଵାସ ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଆଜିର ଉଦ୍‌ଘାଟନୀ ସମାରୋହରେ ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ଵାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ ଡ. ଦିଲୀପ କୁମାର ପରିଡ଼ା, ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ କୁମାର ପାଣିଗ୍ରାହି, ଭାରତ ସରକାରଙ୍କ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଚିତ୍ରା ସାସମଲ୍, ରାଜ୍ୟ ଟୀକାକରଣ ଅଧିକାରୀ ଡ. ତାପସ ପାତ୍ର, ଭୁବନେଶ୍ଵର ବିମାନବନ୍ଦର ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ବିଶ୍ୱରଂଜନ ଦାଶ, କମ୍ୟୁନିଟି ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ମୁଖ୍ୟ ଡ. ସୋନୁ ହାଙ୍ଗମା ସୁବା ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏହି ସ୍ଵତନ୍ତ୍ର କ୍ଲିନିକ୍ ସପ୍ତାହରେ ଦୁଇଥର ଚାଲିବ ଏବଂ ଆସୁଥିବା ଯାତ୍ରୀମାନଙ୍କୁ ୟେଲୋ ଫିଭର ଟିକା ଭଳି କେତେକ ଦେଶ ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ଟିକା ସହିତ ଅତ୍ୟାବଶ୍ୟକ ଟୀକାକରଣ ସେବା, ଯାତ୍ରା ସମୟରେ ସୁସ୍ଥ ଆଚରଣ ବିଷୟରେ ପରାମର୍ଶ, ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ କଷ୍ଟୋମାଇଜଡ୍ ମେଡିକାଲ୍ କିଟ୍ ଏବଂ ଅନ୍ୟାନ୍ୟ ପରାମର୍ଶ ଯୋଗାଇଦେବ। ଏମ୍ସ ସିଏମ୍ଏଫ୍ଏମ ବିଭାଗରେ ବାର୍ଷିକ ପ୍ରାୟ ୩୫୦୦ ହିତାଧିକାରୀ ହଳଦିଆ ଜ୍ୱର ଟିକା ନେଉଛନ୍ତି। ଅଜ୍ଞାତ ଯାତ୍ରୀଙ୍କ ମାଧ୍ୟମରେ ‘ବିଦେଶୀ’ ସଂକ୍ରାମକ ଏଜେଣ୍ଟଙ୍କ ପରିଚୟକୁ ରୋକିବା ପାଇଁ ଓଡ଼ିଶା ପ୍ରବେଶର ଦୁଇଟି ପଏଣ୍ଟ ଯଥା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ଏବଂ ପାରାଦୀପ ବନ୍ଦର ଉପରେ ନଜର ରଖିବାର ଗୁରୁତ୍ୱ ଉପରେ ଅତିଥିମାନେ ଗୁରୁତ୍ଵ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଅତିରିକ୍ତ ପ୍ରଫେସର ତଥା ଇମ୍ୟୁନାଇଜେସନ୍ କ୍ଲିନିକ୍ ମୁଖ୍ୟ ଡ. ସ୍ଵୟଂପ୍ରଜ୍ଞା ପରିଡ଼ା ଏହି ଅଭିନବ ପ୍ରୟାସ ନିମନ୍ତେ କ୍ଲିନିକର ସଦସ୍ୟ ଡ. ଅରବିନ୍ଦ ସିଂ ଏବଂ ଡ. ଅଭିଷେକ ମିଶ୍ରଙ୍କୁ ଧନ୍ୟବାଦ ଦେଇଥିଲେ। ଏମ୍ସ ଭୁବନେଶ୍ଵରରେ ଥିବା ‘ଟ୍ରାଭେଲ୍ ହେଲଥ୍ କ୍ଲିନିକ୍’ ଭ୍ରମଣ ସ୍ୱାସ୍ଥ୍ୟ ବିଷୟରେ ଜନସାଧାରଣଙ୍କ ସଚେତନତା ବୃଦ୍ଧି, ଭ୍ରମଣ ମେଡିସିନ କ୍ଷେତ୍ରରେ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଦେଶର ଅନ୍ୟ ମେଡିକାଲ୍ କେନ୍ଦ୍ରରେ ଟ୍ରାଭେଲ୍ କ୍ଲିନିକ୍ ପ୍ରତିଷ୍ଠା ପାଇଁ ଉତ୍ସାହିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ଉପସ୍ଥିତ ବ୍ୟକ୍ତିବିଶେଷ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର