ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଯାତ୍ରା

The Sakala Picture
Published On

ପୁରୀ: ଚଳଚଞ୍ଚଳ ରଥଖଳା । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଯାତ୍ରା। ରଥ ନିର୍ମାଣ ପରମ୍ପରା ଅନୁସାରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବାକୁ ଯାଉଛି। ପରମ୍ପରା ଅନୁଯାୟୀ ତିନିଟି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଲେଖା ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ […]

ପୁରୀ: ଚଳଚଞ୍ଚଳ ରଥଖଳା । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଯାତ୍ରା। ରଥ ନିର୍ମାଣ ପରମ୍ପରା ଅନୁସାରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବାକୁ ଯାଉଛି। ପରମ୍ପରା ଅନୁଯାୟୀ ତିନିଟି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଲେଖା ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ଆଜ୍ଞା ମାଳ ରଥ ଖଳାରେ ବିଜେ କରାଯିବ । ଆଜ୍ଞା ମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି କରାଯିବ । ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକ ମାନେ ଏହି ନୀତି ସମ୍ପାଦନ କରିବେ । ୯ଟା ମଧ୍ୟରେ ସକାଳ ଧୂପ ନୀତି ବଢ଼ି ସହ ୯ଟା ୩୦ ମଧ୍ୟରେ ରଥ ଖଳାକୁ ସ୍ୱତନ୍ତ୍ର ପଟୁଆରାରେ ଆଜ୍ଞା ମାଳ ବିଜେ କରାଯିବ। ତେବେ ଏଥିପାଇଁ ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହାବ୍ୟତୀତ ପ୍ରାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ବୁଧବାର ସୁଦ୍ଧା ତିନି ରଥର ମୋଟ ୧୭ଟି ଚକ ନିର୍ମାଣ ସରିଛି । ସେଥିରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୬ଟି ଲେଖାଏଁ ଓ ଦେବଦଳନ ରଥର ୫ଟି ଚକ ସମ୍ପୂର୍ଣ୍ଣ ହୋଇଛି । ବାକି ୨୫ଟି ଚକର କାର୍ଯ୍ୟ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର