ଭୁବନେଶ୍ୱରରେ ବର୍ଷା ପରେ ଗ୍ୟାରେଜ୍‌‌ରେ ଭିଡ଼; ତେଲ ଟାଙ୍କିରେ ପଶିଛି ଡ୍ରେନ୍‌ ପାଣି, ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି ଗାଡ଼ି ମାଲିକ

The Sakala Picture
Published On

ଭୁବନେଶ୍ୱର: ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷାରେ ୩ ଦିନ ହେବ ନୟାନ୍ତ ହେଲେଣି ରାଜଧାନୀବାସୀ। ଘର ଆଗ ରାସ୍ତାରେ ଆଣ୍ଠୁଏ ମଇଳା ପାଣି ଲହଡ଼ି ଭାଙ୍ଗି ଘର ଭିତରେ ପଶି ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଜଳବନ୍ଦୀ କାରଣରୁ ଶତାଧିକ ଲୋକଙ୍କ ଘରେ ରୋଷେଇ ବନ୍ଦ ହୋଇଥିଲା। ଘରୋଇ ଆସବାବପତ୍ରଠାରୁ ଆରମ୍ଭ କରି ହଜାର ହଜାର ମୋଟର ସାଇକଲ ଓ କାର୍‌‌ ପାଣିରେ ବୁଡ଼ି ରହିଥିଲା। ସୋମବାର ଅପେକ୍ଷା ଏବେ ବର୍ଷାର ପରିମାଣ ହ୍ରାସ […]

ଭୁବନେଶ୍ୱର: ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷାରେ ୩ ଦିନ ହେବ ନୟାନ୍ତ ହେଲେଣି ରାଜଧାନୀବାସୀ। ଘର ଆଗ ରାସ୍ତାରେ ଆଣ୍ଠୁଏ ମଇଳା ପାଣି ଲହଡ଼ି ଭାଙ୍ଗି ଘର ଭିତରେ ପଶି ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଜଳବନ୍ଦୀ କାରଣରୁ ଶତାଧିକ ଲୋକଙ୍କ ଘରେ ରୋଷେଇ ବନ୍ଦ ହୋଇଥିଲା। ଘରୋଇ ଆସବାବପତ୍ରଠାରୁ ଆରମ୍ଭ କରି ହଜାର ହଜାର ମୋଟର ସାଇକଲ ଓ କାର୍‌‌ ପାଣିରେ ବୁଡ଼ି ରହିଥିଲା। ସୋମବାର ଅପେକ୍ଷା ଏବେ ବର୍ଷାର ପରିମାଣ ହ୍ରାସ ପାଇଛି। ହେଲେ ରାଜଧାନୀବାସୀଙ୍କ ଦୁର୍ଦ୍ଦଶା କମିନାହିଁ। ଘର ଭିତରୁ ପାଣି ନ ଛାଡୁଣୁ ଲୋକମାନେ ଗ୍ୟାରେଜ୍‌‌ମୁହାଁ ହେଲେଣି। ପାଣି ପଶି ଖରାପ ହୋଇଯାଇଥିବା ଗାଡ଼ିକୁ ମରାମତି ପାଇଁ ଗ୍ୟାରେଜ୍‌‌ ଆଗରେ ଧାଡ଼ି ଲଗେଇଲେଣି। ହଜାର ହଜାର ସଂଖ୍ୟାରେ ଗାଡ଼ି ଏବେ ମରାମତି ପାଇଁ ରାଜଧାନୀର ବିଭିନ୍ନ ଗ୍ୟାରେଜ୍‌‌କୁ ଗଲାଣି। ପରିସ୍ଥିତି ଏମିତି ହେଲାଣି ଯେ, ଅଧିକ ଟଙ୍କା ଦେଲେ ମଧ୍ୟ ଦିନକରେ ଗାଡ଼ି ମରାମତି ହୋଇ ଫେରିବା ମୁସ୍କିଲ୍‌‌ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ରଶ୍ମିରଞ୍ଜନ ବାରିକ ସୋମବାର ମଧ୍ୟାହ୍ନରେ ଘର ଆଗରେ କାର୍‌‌ ରଖିଥିଲେ। ଲଘୁଚାପ ପ୍ରଭାବରେ ହୋଇଥିବା ବାଦଲଫଟା ବର୍ଷାରେ ତାଙ୍କ ଘର ଆଗରେ ପାଣି ଜମି ଯାଇଥିଲା, ଆଉ କାର୍‌‌ର ଅର୍ଦ୍ଧାଧିକ ଭାଗ ପାଣିରେ ବୁଡ଼ି ଯାଇଥିଲା। ପ୍ରାୟ ୧୦ ଘଣ୍ଟା ଯାଏଁ ଗାଡ଼ିଟି ପାଣି ଘେରରେ ରହିଥିଲା। ପାଣି ଛାଡ଼ିବା ପରେ ଷ୍ଟାର୍ଟ ନ ହେବାରୁ ତାକୁ ଟୋଚନ କରି ଗ୍ୟାରେଜ୍‌‌କୁ ନେଇଥିଲେ। ଯାଞ୍ଚ ପରେ ତାଙ୍କ ଗାଡ଼ିର ଇସିଏମ୍‌‌ ସର୍ଟସର୍କିଟ୍‌‌ ହୋଇ ଯାଇଥିବା ଜାଣିଥିଲେ। ନୂଆ ଇସିଏମ୍‌‌ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ସେ ଖରାପ ହୋଇଥିବା ଇସିଏମ୍‌‌ ମରାମତି କରିବା ପାଇଁ କହିଥିଲେ। ଇସିଏମ୍‌‌ ଓ ଅନ୍ୟାନ୍ୟ ମରାମତି ବାବଦକୁ ତାଙ୍କର ପ୍ରାୟ ୧୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏୟାର୍‌‌ପୋର୍ଟ ଅଞ୍ଚଳର ଦୁର୍ଯ୍ୟୋଧନ ନାୟକଙ୍କ ଗାଡ଼ିଟି ବର୍ଷା ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ବର୍ଷା ଛାଡ଼ିବା ପରେ ମେକାନିକ୍‌‌ ଡକାଇ ଗାଡ଼ି ଦେଖାଇଥିଲେ। ଏସି ପ୍ୟାନେଲ ଓ ସେନ୍‌‌ସର ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବାବେଳେ ଲାଇଟ୍‌‌, ହର୍ଣ୍ଣ, ୱାଇପର୍‌‌ ମଧ୍ୟ ଖରାପ ହୋଇଥିବା ଜଣାପଡ଼ିଥିଲା। ଗାଡ଼ିରେ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସେହିପରି ଦୁର୍ଗାପ୍ରସାଦ ଦାସ ବାଇକ୍‌‌ରେ ଗଣେଶ ବିହାର ଅଞ୍ଚଳକୁ ଯାଉଥିବାବେଳେ ରାସ୍ତାରେ ଆଣ୍ଠୁଏରୁ ଅଧିକ ଉଚ୍ଚର ପାଣି ସୁଅ ଚାଲିଥିଲା। ସେହି ରାସ୍ତାରେ ଯିବା ପରେ ତାଙ୍କ ଗାଡ଼ିର କାର୍ବୋରେଟର୍‌‌ରେ ପାଣି ପଶିଯାଇଥିଲା। ଗାଡ଼ି ଚାଲୁଥିଲେ ମଧ୍ୟ ସାଇଲେନ୍‌‌ସ ପାଇପ୍‌‌ରୁ ଜୋର୍‌‌ରେ ଧୂଅାଁ ବାହାରିଥିଲା। ଗ୍ୟାରେଜ୍‌‌ରେ ନେଇ ଦେଖେଇବା ପରେ କାର୍ବୋରେଟର ପୋଡ଼ି ଯାଇଥିବା ଜାଣିଥିଲେ। ଏଥିଲାଗି ପ୍ରାୟ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ମେକାନିକ୍‌‌ କହିଥିଲେ। ଏଇ ଗୋଟିଏ କି ଦୁଇଟି ଗାଡ଼ି ନୁହେଁ; ହଜାର ହଜାର କାର୍‌‌, ବାଇକ୍‌‌, ସ୍କୁଟି ଓ ବିଭିନ୍ନ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଇସିଏମ୍‌‌ ଖରାପ ହୋଇଥିବା ଗାଡ଼ିର ମାଲିକମାନଙ୍କୁ ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଥିବାବେଳେ ବିସିଏମ୍‌‌ ଖରାପ ହୋଇଥିବା ଗାଡ଼ି ମାଲିକ ପ୍ରାୟ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚାନ୍ତ ହୋଇଛନ୍ତି। ବିଏମ୍‌‌ସିର ଜଳନିଷ୍କାସନ ବ୍ୟବସ୍ଥା ଫେଲ୍‌‌ ମାରିବାରୁ ପାଣି ପଶି ହଜାର ହଜାର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ବୋଲି ଗାଡ଼ି ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

03 Aug 2023 By The Sakala

ଭୁବନେଶ୍ୱରରେ ବର୍ଷା ପରେ ଗ୍ୟାରେଜ୍‌‌ରେ ଭିଡ଼; ତେଲ ଟାଙ୍କିରେ ପଶିଛି ଡ୍ରେନ୍‌ ପାଣି, ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି ଗାଡ଼ି ମାଲିକ

ଭୁବନେଶ୍ୱର: ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷାରେ ୩ ଦିନ ହେବ ନୟାନ୍ତ ହେଲେଣି ରାଜଧାନୀବାସୀ। ଘର ଆଗ ରାସ୍ତାରେ ଆଣ୍ଠୁଏ ମଇଳା ପାଣି ଲହଡ଼ି ଭାଙ୍ଗି ଘର ଭିତରେ ପଶି ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଜଳବନ୍ଦୀ କାରଣରୁ ଶତାଧିକ ଲୋକଙ୍କ ଘରେ ରୋଷେଇ ବନ୍ଦ ହୋଇଥିଲା। ଘରୋଇ ଆସବାବପତ୍ରଠାରୁ ଆରମ୍ଭ କରି ହଜାର ହଜାର ମୋଟର ସାଇକଲ ଓ କାର୍‌‌ ପାଣିରେ ବୁଡ଼ି ରହିଥିଲା। ସୋମବାର ଅପେକ୍ଷା ଏବେ ବର୍ଷାର ପରିମାଣ ହ୍ରାସ ପାଇଛି। ହେଲେ ରାଜଧାନୀବାସୀଙ୍କ ଦୁର୍ଦ୍ଦଶା କମିନାହିଁ। ଘର ଭିତରୁ ପାଣି ନ ଛାଡୁଣୁ ଲୋକମାନେ ଗ୍ୟାରେଜ୍‌‌ମୁହାଁ ହେଲେଣି। ପାଣି ପଶି ଖରାପ ହୋଇଯାଇଥିବା ଗାଡ଼ିକୁ ମରାମତି ପାଇଁ ଗ୍ୟାରେଜ୍‌‌ ଆଗରେ ଧାଡ଼ି ଲଗେଇଲେଣି। ହଜାର ହଜାର ସଂଖ୍ୟାରେ ଗାଡ଼ି ଏବେ ମରାମତି ପାଇଁ ରାଜଧାନୀର ବିଭିନ୍ନ ଗ୍ୟାରେଜ୍‌‌କୁ ଗଲାଣି। ପରିସ୍ଥିତି ଏମିତି ହେଲାଣି ଯେ, ଅଧିକ ଟଙ୍କା ଦେଲେ ମଧ୍ୟ ଦିନକରେ ଗାଡ଼ି ମରାମତି ହୋଇ ଫେରିବା ମୁସ୍କିଲ୍‌‌ ହୋଇଯାଇଛି।

ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ରଶ୍ମିରଞ୍ଜନ ବାରିକ ସୋମବାର ମଧ୍ୟାହ୍ନରେ ଘର ଆଗରେ କାର୍‌‌ ରଖିଥିଲେ। ଲଘୁଚାପ ପ୍ରଭାବରେ ହୋଇଥିବା ବାଦଲଫଟା ବର୍ଷାରେ ତାଙ୍କ ଘର ଆଗରେ ପାଣି ଜମି ଯାଇଥିଲା, ଆଉ କାର୍‌‌ର ଅର୍ଦ୍ଧାଧିକ ଭାଗ ପାଣିରେ ବୁଡ଼ି ଯାଇଥିଲା। ପ୍ରାୟ ୧୦ ଘଣ୍ଟା ଯାଏଁ ଗାଡ଼ିଟି ପାଣି ଘେରରେ ରହିଥିଲା। ପାଣି ଛାଡ଼ିବା ପରେ ଷ୍ଟାର୍ଟ ନ ହେବାରୁ ତାକୁ ଟୋଚନ କରି ଗ୍ୟାରେଜ୍‌‌କୁ ନେଇଥିଲେ। ଯାଞ୍ଚ ପରେ ତାଙ୍କ ଗାଡ଼ିର ଇସିଏମ୍‌‌ ସର୍ଟସର୍କିଟ୍‌‌ ହୋଇ ଯାଇଥିବା ଜାଣିଥିଲେ। ନୂଆ ଇସିଏମ୍‌‌ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ସେ ଖରାପ ହୋଇଥିବା ଇସିଏମ୍‌‌ ମରାମତି କରିବା ପାଇଁ କହିଥିଲେ। ଇସିଏମ୍‌‌ ଓ ଅନ୍ୟାନ୍ୟ ମରାମତି ବାବଦକୁ ତାଙ୍କର ପ୍ରାୟ ୧୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏୟାର୍‌‌ପୋର୍ଟ ଅଞ୍ଚଳର ଦୁର୍ଯ୍ୟୋଧନ ନାୟକଙ୍କ ଗାଡ଼ିଟି ବର୍ଷା ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ବର୍ଷା ଛାଡ଼ିବା ପରେ ମେକାନିକ୍‌‌ ଡକାଇ ଗାଡ଼ି ଦେଖାଇଥିଲେ। ଏସି ପ୍ୟାନେଲ ଓ ସେନ୍‌‌ସର ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବାବେଳେ ଲାଇଟ୍‌‌, ହର୍ଣ୍ଣ, ୱାଇପର୍‌‌ ମଧ୍ୟ ଖରାପ ହୋଇଥିବା ଜଣାପଡ଼ିଥିଲା। ଗାଡ଼ିରେ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

ସେହିପରି ଦୁର୍ଗାପ୍ରସାଦ ଦାସ ବାଇକ୍‌‌ରେ ଗଣେଶ ବିହାର ଅଞ୍ଚଳକୁ ଯାଉଥିବାବେଳେ ରାସ୍ତାରେ ଆଣ୍ଠୁଏରୁ ଅଧିକ ଉଚ୍ଚର ପାଣି ସୁଅ ଚାଲିଥିଲା। ସେହି ରାସ୍ତାରେ ଯିବା ପରେ ତାଙ୍କ ଗାଡ଼ିର କାର୍ବୋରେଟର୍‌‌ରେ ପାଣି ପଶିଯାଇଥିଲା। ଗାଡ଼ି ଚାଲୁଥିଲେ ମଧ୍ୟ ସାଇଲେନ୍‌‌ସ ପାଇପ୍‌‌ରୁ ଜୋର୍‌‌ରେ ଧୂଅାଁ ବାହାରିଥିଲା। ଗ୍ୟାରେଜ୍‌‌ରେ ନେଇ ଦେଖେଇବା ପରେ କାର୍ବୋରେଟର ପୋଡ଼ି ଯାଇଥିବା ଜାଣିଥିଲେ। ଏଥିଲାଗି ପ୍ରାୟ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ମେକାନିକ୍‌‌ କହିଥିଲେ। ଏଇ ଗୋଟିଏ କି ଦୁଇଟି ଗାଡ଼ି ନୁହେଁ; ହଜାର ହଜାର କାର୍‌‌, ବାଇକ୍‌‌, ସ୍କୁଟି ଓ ବିଭିନ୍ନ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଇସିଏମ୍‌‌ ଖରାପ ହୋଇଥିବା ଗାଡ଼ିର ମାଲିକମାନଙ୍କୁ ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଥିବାବେଳେ ବିସିଏମ୍‌‌ ଖରାପ ହୋଇଥିବା ଗାଡ଼ି ମାଲିକ ପ୍ରାୟ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚାନ୍ତ ହୋଇଛନ୍ତି। ବିଏମ୍‌‌ସିର ଜଳନିଷ୍କାସନ ବ୍ୟବସ୍ଥା ଫେଲ୍‌‌ ମାରିବାରୁ ପାଣି ପଶି ହଜାର ହଜାର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ବୋଲି ଗାଡ଼ି ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

https://www.thesakala.in/latest-odisha-news/crowd-in-garage-for-repair-vehicles-after-rain-in-bhubaneswar/article-24096
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର