କାଳବୈଶାଖୀ ଯୋଗୁଁ ଆଜିଠୁ ତିନିଦିନ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଶୁକ୍ରବାର ପରି ଶନିବାର ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ରାଜ୍ୟବ୍ୟାପୀ ଦିନ ତାପମାତ୍ରା କମ୍‌ ରହିଛି। ଶନିବାର ରାଜ୍ୟର ଏକମାତ୍ର ସହର ଭାବେ ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇଥିଲା। ରବିବାର ଏବଂ ସୋମବାର ଦୁଇଟି ବଡ଼ କାଳବୈଶାଖୀ ଆସୁଥିବାରୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ […]

ଭୁବନେଶ୍ୱର: ଶୁକ୍ରବାର ପରି ଶନିବାର ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ରାଜ୍ୟବ୍ୟାପୀ ଦିନ ତାପମାତ୍ରା କମ୍‌ ରହିଛି। ଶନିବାର ରାଜ୍ୟର ଏକମାତ୍ର ସହର ଭାବେ ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇଥିଲା। ରବିବାର ଏବଂ ସୋମବାର ଦୁଇଟି ବଡ଼ କାଳବୈଶାଖୀ ଆସୁଥିବାରୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ପାଇଁ ରାଜ୍ୟର ୧୮ ଜିଲ୍ଲା ଓ ସୋମବାର ୨୧ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ: ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜିଠୁ ମିଳିବ ନୀଳାଚଳ ଅବଢା

କେତେକ ଜିଲ୍ଲାରେ କୁଆପଥର ବର୍ଷାର ଆଶଙ୍କା ମଧ୍ୟ ରହିଛି। ତେବେ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ କାଳବୈଶାଖୀ ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାମାନଙ୍କରେ ବିଜୁଳି, ଘଡଘଡି ସହ ସ୍ଥଳବିଶେଷରେ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ। ଢେଙ୍କାନାଳ, ବୌଦ୍ଧ, କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଜଟିଳ: ୧.୪୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ, ବିପଦ ସଙ୍କେତ ଉପରେ ଜଳକା ଓ ବୁଢ଼ାବଳଙ୍ଗ

୨୪ ତାରିଖରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳରେ କୁଆପଥର ମାଡ଼ ହେବା ନେଇ ସମ୍ଭାବନା ରହିଥିବା ବେଳେ କଟକ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୫ ଓ ୨୬ ତାରିଖରେ କାଳବୈଶାଖୀର ପ୍ରଭାବ କ୍ରମଶଃ କମିବ। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି: ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

23 Apr 2023 By The Sakala

କାଳବୈଶାଖୀ ଯୋଗୁଁ ଆଜିଠୁ ତିନିଦିନ ବର୍ଷା

ଭୁବନେଶ୍ୱର: ଶୁକ୍ରବାର ପରି ଶନିବାର ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ରାଜ୍ୟବ୍ୟାପୀ ଦିନ ତାପମାତ୍ରା କମ୍‌ ରହିଛି। ଶନିବାର ରାଜ୍ୟର ଏକମାତ୍ର ସହର ଭାବେ ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇଥିଲା। ରବିବାର ଏବଂ ସୋମବାର ଦୁଇଟି ବଡ଼ କାଳବୈଶାଖୀ ଆସୁଥିବାରୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ପାଇଁ ରାଜ୍ୟର ୧୮ ଜିଲ୍ଲା ଓ ସୋମବାର ୨୧ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

କେତେକ ଜିଲ୍ଲାରେ କୁଆପଥର ବର୍ଷାର ଆଶଙ୍କା ମଧ୍ୟ ରହିଛି। ତେବେ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ କାଳବୈଶାଖୀ ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାମାନଙ୍କରେ ବିଜୁଳି, ଘଡଘଡି ସହ ସ୍ଥଳବିଶେଷରେ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ। ଢେଙ୍କାନାଳ, ବୌଦ୍ଧ, କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି।

୨୪ ତାରିଖରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳରେ କୁଆପଥର ମାଡ଼ ହେବା ନେଇ ସମ୍ଭାବନା ରହିଥିବା ବେଳେ କଟକ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୫ ଓ ୨୬ ତାରିଖରେ କାଳବୈଶାଖୀର ପ୍ରଭାବ କ୍ରମଶଃ କମିବ। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର