ରାଜ୍ୟରେ ବୈଦ୍ୟୁତିକ ଯାନ ସବ୍‍ସିଡି ବିତରଣ ହେବ ତ୍ୱରାନ୍ୱିତ, ୨୫ରୁ କାର୍ଯ୍ୟ କରିବ ନୂତନ ଅପଗ୍ରେଡ୍ ଇଭି ପୋର୍ଟାଲ

The Sakala Picture
Published On

କଟକ: ଇଲେକ୍ଟ୍ରିକ୍‍ (ବୈଦ୍ୟୁତିକ) ଯାନ କ୍ରେତାଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଥିବାବେଳେ ସେମାନେ ପାଉଥିବା ସବ୍‍ସିଡି ଅର୍ଥ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇଭି ପୋର୍ଟାଲର ନବୀକରଣ କରାଯାଉଛି। ଏଥିପାଇଁ ବର୍ତ୍ତମାନ ଥିବା ଇଭି(ଇଲେକ୍ଟ୍ରିକ୍‍ ଭେହିକ୍ଲି) ପୋର୍ଟାଲରେ ଆବେଦନ ଗ୍ରହଣକୁ ସାମୟିକ ଭାବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଥିବାବେଳେ ଆସନ୍ତା ୨୫ ତାରିଖରୁ ଏହା ନୂତନ ରୂପରେ କାର୍ଯ୍ୟ କରିବ। […]

କଟକ: ଇଲେକ୍ଟ୍ରିକ୍‍ (ବୈଦ୍ୟୁତିକ) ଯାନ କ୍ରେତାଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଥିବାବେଳେ ସେମାନେ ପାଉଥିବା ସବ୍‍ସିଡି ଅର୍ଥ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇଭି ପୋର୍ଟାଲର ନବୀକରଣ କରାଯାଉଛି। ଏଥିପାଇଁ ବର୍ତ୍ତମାନ ଥିବା ଇଭି(ଇଲେକ୍ଟ୍ରିକ୍‍ ଭେହିକ୍ଲି) ପୋର୍ଟାଲରେ ଆବେଦନ ଗ୍ରହଣକୁ ସାମୟିକ ଭାବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଥିବାବେଳେ ଆସନ୍ତା ୨୫ ତାରିଖରୁ ଏହା ନୂତନ ରୂପରେ କାର୍ଯ୍ୟ କରିବ। ଏହି ପୋର୍ଟାଲରେ ଅଟୋ ସବ୍‍ସିଡି ଡିଷ୍ଟ୍ରିବୁସନର ବ୍ୟବସ୍ଥା ଉପଲବ୍ଧ ହେବ। ଫଳରେ ଇଲେକ୍ଟ୍ରିକ୍‍ ଯାନବାହନ କ୍ରେତାଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସବ୍‍ସିଡି ବାବଦ ଅର୍ଥରାଶି ଯାହା ସରକାର ସ୍ଥିର କରିଛନ୍ତି ତାହା ସ୍ଥାନାନ୍ତର ହେବ।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ରଙ୍କ କହିବାନୁସାରେ, ବ୍ୟାଙ୍କଗୁଡ଼ିକର ଫଣ୍ଡ୍‍ ଟ୍ରାନ୍ସଫର୍‍ ପାର୍ଟାଲ ସହ ଏହି ପୋର୍ଟାଲକୁ ସଂଯୋଗ କରାଯିବ। ଯାହା ଫଳରେ ଗାଡ଼ିର ଆର୍‍ସିରେ ରହିଥିବା ନାମାନୁସାରେ ପ୍ରଦତ୍ତ ସମ୍ପୃକ୍ତ ଯାନକ୍ରେତାଙ୍କ ପ୍ରାମାଣିକ ବ୍ୟାଙ୍କ ଜମା ଖାତାକୁ ସବ୍‍ସିଡି ଅର୍ଥ ସ୍ଥାନାନ୍ତର ହେବ। ହେଲେ ଆର୍‍ସିରେ ଥିବା ନାମ ଓ ବ୍ୟାଙ୍କ ଜମା ଖାତା ନାମରେ ଯେପରି ଅମେଳ ରହୁ ନ ଥିବ। ସେହିପରି ହିତାଧିକାରୀଙ୍କ ବ୍ୟାଙ୍କ ଖାତା ପ୍ରମାଣିକରଣ ନ୍ୟାସ୍‍ନାଲ ପେମେଣ୍ଟ କର୍ପୋରେସନ ଅଫ୍‍ ଇଣ୍ଡିଆ ଜରିଆରେ କରାଯିବ। ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ୍‍ ଭେହିକ୍ଲିର ମାଲିକମାନେ ଆସନ୍ତା ୨୫ ତାରିଖଠାରୁ ସବ୍‍ସିଡି ଆବେଦନ କରି ଏହାକୁ ପାଇପାରିବେ। ତେବେ ସମ୍ପୃକ୍ତ ଯାନର ବିବରଣୀ ବାହାନ ପୋର୍ଟାଲରୁ ସଂଗ୍ରହ ହେବାର ବ୍ୟବସ୍ଥା ରହିଛି। ଗାଡ଼ି ମାଲିକ ବ୍ୟାଙ୍କ ବିବରଣୀ ଦେବା ପରେ ସବ୍‍ସିଡି ସମ୍ବନ୍ଧରେ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ସୂଚନା ପାଇପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

16 Dec 2022 By The Sakala

ରାଜ୍ୟରେ ବୈଦ୍ୟୁତିକ ଯାନ ସବ୍‍ସିଡି ବିତରଣ ହେବ ତ୍ୱରାନ୍ୱିତ, ୨୫ରୁ କାର୍ଯ୍ୟ କରିବ ନୂତନ ଅପଗ୍ରେଡ୍ ଇଭି ପୋର୍ଟାଲ

କଟକ: ଇଲେକ୍ଟ୍ରିକ୍‍ (ବୈଦ୍ୟୁତିକ) ଯାନ କ୍ରେତାଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଥିବାବେଳେ ସେମାନେ ପାଉଥିବା ସବ୍‍ସିଡି ଅର୍ଥ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇଭି ପୋର୍ଟାଲର ନବୀକରଣ କରାଯାଉଛି। ଏଥିପାଇଁ ବର୍ତ୍ତମାନ ଥିବା ଇଭି(ଇଲେକ୍ଟ୍ରିକ୍‍ ଭେହିକ୍ଲି) ପୋର୍ଟାଲରେ ଆବେଦନ ଗ୍ରହଣକୁ ସାମୟିକ ଭାବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଥିବାବେଳେ ଆସନ୍ତା ୨୫ ତାରିଖରୁ ଏହା ନୂତନ ରୂପରେ କାର୍ଯ୍ୟ କରିବ। ଏହି ପୋର୍ଟାଲରେ ଅଟୋ ସବ୍‍ସିଡି ଡିଷ୍ଟ୍ରିବୁସନର ବ୍ୟବସ୍ଥା ଉପଲବ୍ଧ ହେବ। ଫଳରେ ଇଲେକ୍ଟ୍ରିକ୍‍ ଯାନବାହନ କ୍ରେତାଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସବ୍‍ସିଡି ବାବଦ ଅର୍ଥରାଶି ଯାହା ସରକାର ସ୍ଥିର କରିଛନ୍ତି ତାହା ସ୍ଥାନାନ୍ତର ହେବ।

ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ରଙ୍କ କହିବାନୁସାରେ, ବ୍ୟାଙ୍କଗୁଡ଼ିକର ଫଣ୍ଡ୍‍ ଟ୍ରାନ୍ସଫର୍‍ ପାର୍ଟାଲ ସହ ଏହି ପୋର୍ଟାଲକୁ ସଂଯୋଗ କରାଯିବ। ଯାହା ଫଳରେ ଗାଡ଼ିର ଆର୍‍ସିରେ ରହିଥିବା ନାମାନୁସାରେ ପ୍ରଦତ୍ତ ସମ୍ପୃକ୍ତ ଯାନକ୍ରେତାଙ୍କ ପ୍ରାମାଣିକ ବ୍ୟାଙ୍କ ଜମା ଖାତାକୁ ସବ୍‍ସିଡି ଅର୍ଥ ସ୍ଥାନାନ୍ତର ହେବ। ହେଲେ ଆର୍‍ସିରେ ଥିବା ନାମ ଓ ବ୍ୟାଙ୍କ ଜମା ଖାତା ନାମରେ ଯେପରି ଅମେଳ ରହୁ ନ ଥିବ। ସେହିପରି ହିତାଧିକାରୀଙ୍କ ବ୍ୟାଙ୍କ ଖାତା ପ୍ରମାଣିକରଣ ନ୍ୟାସ୍‍ନାଲ ପେମେଣ୍ଟ କର୍ପୋରେସନ ଅଫ୍‍ ଇଣ୍ଡିଆ ଜରିଆରେ କରାଯିବ। ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ୍‍ ଭେହିକ୍ଲିର ମାଲିକମାନେ ଆସନ୍ତା ୨୫ ତାରିଖଠାରୁ ସବ୍‍ସିଡି ଆବେଦନ କରି ଏହାକୁ ପାଇପାରିବେ। ତେବେ ସମ୍ପୃକ୍ତ ଯାନର ବିବରଣୀ ବାହାନ ପୋର୍ଟାଲରୁ ସଂଗ୍ରହ ହେବାର ବ୍ୟବସ୍ଥା ରହିଛି। ଗାଡ଼ି ମାଲିକ ବ୍ୟାଙ୍କ ବିବରଣୀ ଦେବା ପରେ ସବ୍‍ସିଡି ସମ୍ବନ୍ଧରେ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ସୂଚନା ପାଇପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର