ମନୋରଞ୍ଜନ
ଓଡ଼ିଶା
ଜୁଲାଇ ୪ରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଥିବାର ଦେଖିବାକୁ ମିଳୁଛି । ଏପରିସ୍ଥିିତିରେ ଆସନ୍ତା ଜୁଲାଇ ୪ ତାରିଖ ଉତ୍ତର ଓଡ଼ିଶା ଏବଂ ତତସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତେବେ ଆସନ୍ତା ଦିନେରୁ ଦୁଇଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର […]
ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଥିବାର ଦେଖିବାକୁ ମିଳୁଛି । ଏପରିସ୍ଥିିତିରେ ଆସନ୍ତା ଜୁଲାଇ ୪ ତାରିଖ ଉତ୍ତର ଓଡ଼ିଶା ଏବଂ ତତସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତେବେ ଆସନ୍ତା ଦିନେରୁ ଦୁଇଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିପାରିବ। ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆହୁରି ସକ୍ରିୟ କରାଇବା ସହ ରାଜ୍ୟରେ ବର୍ଷାର ପରିମାଣକୁ ବଢ଼ାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଇଛି।
ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା
୪ ଜୁଲାଇ ବେଳକୁ ଉତ୍ତର ଓଡିଶା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି pic.twitter.com/BjceybcS1i
ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍ ମାରିଛି କହିଲା ବିଜେଡି— Meteorological Centre, Bhubaneswar (@mcbbsr) July 1, 2022






