୨୪ ପାଇଁ ନବୀନଙ୍କ ରଣକୌଶଳ, ବରିଷ୍ଠ ନେତାଙ୍କୁ ମିଳିବ ସଂଗଠନ ଦାୟିତ୍ୱ

The Sakala Picture
Published On

ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜନୈତିକ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପି ଗତ ବର୍ଷକ ମଧ୍ୟରେ ପ୍ରାୟ ଅଧଡଜନ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ସାରିଲାଣି। କଂଗ୍ରେସ ଦେଶ ତଥା ଅନେକ ରାଜ୍ୟରେ ନୂଆ ସଭାପତି ସନ୍ଧାନରେ ରହିଛି। ମାତ୍ର ଦୀର୍ଘ ୨୨ ବର୍ଷର ରାଜତ୍ୱ ପରେ ବି ବିଜେଡି ସପକ୍ଷରେ ଯେଉଁ ‘ସତ୍ତା ସପକ୍ଷ’ ବାତାବରଣ ସୃଷ୍ଟି ହୋଇଛି, ତାହା ବିରୋଧୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସମୟ ଅନୁସାରେ […]

ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜନୈତିକ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପି ଗତ ବର୍ଷକ ମଧ୍ୟରେ ପ୍ରାୟ ଅଧଡଜନ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ସାରିଲାଣି। କଂଗ୍ରେସ ଦେଶ ତଥା ଅନେକ ରାଜ୍ୟରେ ନୂଆ ସଭାପତି ସନ୍ଧାନରେ ରହିଛି। ମାତ୍ର ଦୀର୍ଘ ୨୨ ବର୍ଷର ରାଜତ୍ୱ ପରେ ବି ବିଜେଡି ସପକ୍ଷରେ ଯେଉଁ ‘ସତ୍ତା ସପକ୍ଷ’ ବାତାବରଣ ସୃଷ୍ଟି ହୋଇଛି, ତାହା ବିରୋଧୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସମୟ ଅନୁସାରେ ପରିବର୍ତ୍ତନ ଓ ଆବଶ୍ୟକତା ଆଧାରରେ ରୂପାନ୍ତରଣ ନିମନ୍ତେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଦଳକୁ ଯେ କୌଣସି ସମୟରେ ଯେ କୌଣସି ନିର୍ବାଚନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ କରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ସରକାରରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ଉଭୟ ରାଜ୍ୟ ଓ ରାଜନୀତି ପାଇଁ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଶପଥ ନେଇଥିବା କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ- ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଓ ଜଗନ୍ନାଥ ସାରକା।ସେହିପରି ଶପଥ ନେଇଥିବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ- ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଚଳିତ ବର୍ଷ ପ୍ରାରମ୍ଭରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ବିପୁଳ ବିଜୟ ହାସଲ କରିସାରିଛି। ତେଣୁ ତୃଣମୂଳସ୍ତରରେ ଦଳର ସ୍ଥିତି ଏବଂ ଆଗାମୀ ଆହ୍ୱାନକୁ ଦୃଷ୍ଟିରେ ରଖି ଉଭୟ ସଂଗଠନ ଏବଂ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରାଯାଇଛି। ଉଭୟ ମନ୍ତ୍ରିମଣ୍ଡଳ ଏବଂ ସଂଗଠନରେ ଯୁବ ଓ ବରିଷ୍ଠଙ୍କ ଉପଯୁକ୍ତ ସମନ୍ୱୟତାକୁ ପ୍ରାଧାନ୍ୟ ଦିଆଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଉଭୟ ନିର୍ବାଚନ ପରେ ମଧ୍ୟ ଏହା ଜାରି ରହିଛି। ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ମନ୍ଦିରର ରୂପାନ୍ତରଣ ପରେ ଲୋକାର୍ପଣ ଏବଂ ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଆଗାମୀ ବର୍ଷକ ମଧ୍ୟରେ ସେମିତି କୌଣସି ନିର୍ବାଚନ ନାହିଁ; ମାତ୍ର ନିୟମିତ ଭାବେ ମିଳି ଆସୁଥିବା ଜନସମର୍ଥନକୁ ବଳବତ୍ତର କରିବା ନେଇ ପ୍ରଶାସନର କାର୍ଯ୍ୟ ଜାରି ରହିବ। କ୍ଷମତାର ୨୨ ବର୍ଷ ପରେ ଦଳର ଭୋଟ ହାର ସାମାନ୍ୟ ବି ହ୍ରାସ ପାଇନାହିଁ। କ୍ରମାଗତ ଭାବେ ଉପନିର୍ବାଚନରେ ସଫଳତା ମିଳୁଛି। ୩ ବର୍ଷ ତଳେ ମୁଖ୍ୟ ବିରୋଧୀ ଦଳ ହୋଇଥିବା ବିଜେପି ନିଜ ଗଡ଼ ପଶ୍ଚିମ ଓଡ଼ିଶାରେ ତୃତୀୟ ସ୍ଥାନକୁ ଖସିଛି। ଏପରିକି ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଅମାନତ ଯାଇଛି। ରାଜ୍ୟରେ ନବୀନଙ୍କର ବିକଳ୍ପ ନାହିଁ ଓ ବିଜେଡି ଅପରାଜେୟ ଏହା ପ୍ରମାଣିତ ହୋଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଦାୟିତ୍ୱ ଓ ଲୋକଙ୍କ ସମର୍ଥନ ଦଳର ଦାୟିତ୍ୱ ବଢ଼଼ାଇଛି। ସରକାରଙ୍କୁ ଅଧିକ ଦାୟିତ୍ୱବାନ କରିଛି। ଏହିକ୍ରମରେ ଆଗାମୀ ଦୁଇ ବର୍ଷ ରାଜ୍ୟ ରୂପାନ୍ତରଣର ବର୍ଷ ହେବାକୁ ଯାଉଛି। ବିକାଶମୂଳକ କାର୍ଯ୍ୟ ହିଁ ସରକାରଙ୍କ ମୁଖ୍ୟ ଏଜେଣ୍ଡା ହେବାକୁ ଯାଉଛି। ତେଣୁ ସଂଗଠନ ଓ ସରକାର ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଛି। ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ଜିଲ୍ଲାୱାରୀ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଦଳୀୟ ଶୀର୍ଷ ନେତୃତ୍ୱ ତର୍ଜମା କରିସାରିଛନ୍ତି। ତେଣୁ ସରକାରରେ ଥିବା ବ୍ୟକ୍ତିମାନଙ୍କୁ ବିଶ୍ରାମ ଦିଆଯାଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରାଯିବ। ସଂଗଠନରେ ଯେଉଁମାନେ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ସରକାରରେ ଅବସ୍ଥାପିତ କରାଯିବାକୁ ଆପାତତଃ ଚୂଡ଼ାନ୍ତ ହୋଇଛି। କିଛି ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ ଉଭୟ ଅଭିଜ୍ଞ ଏବଂ ସମ୍ଭାବନା ରଖୁଥିବା ମହିଳା ନେତ୍ରୀଙ୍କୁ ସ୍ଥାନ ମିଳିଛି। ନୂଆ ତାଲିକାରେ ଯୁବ, ମହିଳା, ଅଭିଜ୍ଞ ତଥା ପଛୁଆବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ରାଜନୈତିକ ଗୁରୁତ୍ୱ ବହନ କରୁଥିବା ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଅବିଭକ୍ତ ସମ୍ବଲପୁରଙ୍କୁ ପ୍ରାଥମିକତା ଦିଆଯାଇଛି।

ଦଳୀୟ ମହଲରୁ ମିଳିଥିବା ସୂଚନା ଅନୁସାରେ, କିଛି ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ବେଳେ ତାଙ୍କୁ ସଂଗଠନ ଦାୟିତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଶାନ୍ତ ସିଂହ, ସୁଦାମ ମାର୍ଣ୍ଡି ପ୍ରମୁଖଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି।

05 Jun 2022 By The Sakala

https://www.thesakala.in/latest-odisha-news/naveen-patnaiks-strategy-for-2024-election-senior-leaders-will-be-given-organizational-responsibilities/article-12183
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର