ଜଗନ୍ନାଥ ଲେପ୍ରୋସୀ କୋଲୋନୀରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ପାଳିତ
ଭୁବନେଶ୍ବର: ଡ. ଅଚ୍ୟୁତ ସାମନ୍ତଙ୍କ ଦାର୍ଶନିକ ଚିନ୍ତାଧାରା ‘ଆର୍ଟ ଅଫ ଗିଭିଙ୍ଗ’ର ଏକ କାର୍ଯ୍ୟକ୍ରମ ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ଜଗନ୍ନାଥ ଲେପ୍ରୋସୀ କୋଲୋନୀରେ ପାଳିତ ହୋଇ ଯାଇଛି। ୧୨ତମ ସଂସ୍କରଣର ଥିମ ରହିଛି ପୋଡୋଶୀଙ୍କ ପାଇଁ ଭଲ ଦିନ ଟିଏ (Neighbor Good Day )। ଏହି ଅବସରରେ ଉକ୍ତ କୋଲନୀରେ ୩୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିସହ ଭିନ୍ନକ୍ଷମଙ୍କୁ ଆଶା ବାଡ଼ି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦ୍ୟମ ଚାରିଟେବଲ୍ ଟ୍ରଷ୍ଟର ଅଧକ୍ଷ ଦିଲ୍ଲୀପ କୁମାର […]
ଭୁବନେଶ୍ବର: ଡ. ଅଚ୍ୟୁତ ସାମନ୍ତଙ୍କ ଦାର୍ଶନିକ ଚିନ୍ତାଧାରା ‘ଆର୍ଟ ଅଫ ଗିଭିଙ୍ଗ’ର ଏକ କାର୍ଯ୍ୟକ୍ରମ ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ଜଗନ୍ନାଥ ଲେପ୍ରୋସୀ କୋଲୋନୀରେ ପାଳିତ ହୋଇ ଯାଇଛି। ୧୨ତମ ସଂସ୍କରଣର ଥିମ ରହିଛି ପୋଡୋଶୀଙ୍କ ପାଇଁ ଭଲ ଦିନ ଟିଏ (Neighbor Good Day )। ଏହି ଅବସରରେ ଉକ୍ତ କୋଲନୀରେ ୩୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିସହ ଭିନ୍ନକ୍ଷମଙ୍କୁ ଆଶା ବାଡ଼ି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦ୍ୟମ ଚାରିଟେବଲ୍ ଟ୍ରଷ୍ଟର ଅଧକ୍ଷ ଦିଲ୍ଲୀପ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଜ୍ୟୋତି ରଞ୍ଜନ ସାହୁ, ଅମୀର ସ୍ବାଇଁ, ସତ୍ୟଜିତ ଲେଙ୍କା, ଅଜିତ ସାମନ୍ତରାୟ, ସୌମ୍ୟରଞ୍ଜନ ଦାସ, ଅଶୋକ ମଲ୍ଲୀକ, ଲକ୍ଷ୍ମଣ ବେହେରା, ଦିଲ୍ଲୀପସାନ ଦାସ, ସାଗର ପ୍ରଧାନ, ସମୀର ପ୍ରଧାନ, ଜୀତେନ୍ଦ୍ର ରାଉତ, ବିକାଶ ବଳବନ୍ତରାୟ, ପଲୀଶ୍ରୀ ଟୁଡୁ, କାଳନ୍ଦୀ ଦାସ, ସିନ୍ଧାନ୍ତ ପାତ୍ର, ନିଲିମା ବରାଳ କାର୍ଯ୍ୟକ୍ରମରେ ରହି ସହଯୋଗ କରିଥିଲେ। ଆର୍ଟ ଅଫ ଗିଭିଙ୍ଗ କହିଲେ କେବଳ ବସ୍ତୁ ଗତ ଦାନ ନୁହେଁ। ଅନ୍ୟକୁ ଯେ କୌଣସି ଉପାୟରେ ଦୟା, ସହାନୁଭୂତି ଓ ବନ୍ଧୁତ୍ୱ ପୂର୍ଣ୍ଣ ଭାବନା ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ ବୋଲି ଦିଲ୍ଲୀପ କହିିଥିଲେ।






