ତାଳଚେରରେ ଗ୍ଲୋବାଲ କୋଲ ୱାସରିରେ ପ୍ରଦୂଷଣ ଏବଂ ଓଜନ ଠକିବାକୁ ନେଇ ଚଢ଼ାଉ

The Sakala Picture
Published On

ଡେରା/ତାଳଚେର: ତାଳଚେର ସ୍ଥିତ ଗ୍ଲୋବାଲ କୋଲ ୱାସରି ରେ ପ୍ରଦୂଷଣ ବିଭାଗ ଏବଂ ଓଜନ ଓ ମାପ ବିଭାଗ ପକ୍ଷରୁ ୨ ଦିନ ହେଲା ଚଢ଼ାଉ ଜାରି ରହିଛି । ତାଳଚେର ପୁଲିସ ଉପସ୍ଥିତିରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଆନୁଷ୍ଠାନିକ ଭାବେ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ । ତେବେ ତାଳଚେର ଘଣ୍ଟପଡ଼ା ସ୍ଥିତ ଏହି କୋଲ ୱାସେରି ନାମରେ ପୂର୍ବରୁ ପ୍ରଦୂଷଣକୁ ନେଇ ଅଭିଯୋଗ ଥିଲା । ଜନବସତି […]

ଡେରା/ତାଳଚେର: ତାଳଚେର ସ୍ଥିତ ଗ୍ଲୋବାଲ କୋଲ ୱାସରି ରେ ପ୍ରଦୂଷଣ ବିଭାଗ ଏବଂ ଓଜନ ଓ ମାପ ବିଭାଗ ପକ୍ଷରୁ ୨ ଦିନ ହେଲା ଚଢ଼ାଉ ଜାରି ରହିଛି । ତାଳଚେର ପୁଲିସ ଉପସ୍ଥିତିରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଆନୁଷ୍ଠାନିକ ଭାବେ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ । ତେବେ ତାଳଚେର ଘଣ୍ଟପଡ଼ା ସ୍ଥିତ ଏହି କୋଲ ୱାସେରି ନାମରେ ପୂର୍ବରୁ ପ୍ରଦୂଷଣକୁ ନେଇ ଅଭିଯୋଗ ଥିଲା । ଜନବସତି ମଧ୍ୟରେ ଥିବା ଏହି ୱାସେରି ପ୍ରଦୂଷଣ କରୁଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଲୋକ ଅଭିଯୋଗ କରି ଆନ୍ଦୋଳନକୁ ଓଲ୍ହାଇଥିଲେ । ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟହାନୀ ହେବା ସହ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓଲ୍ହାଇଥିଲେ । ତେବେ ଗତ ଦୁଇ ଦିନ ହେଲା ପ୍ରଦୂଷଣ କରୁଥିବା ଏବଂ ଓଜନ ଓ ମାପରେ ଠକେଇ କରୁଥିବା ଅଭିଯୋଗରେ ଚଢ଼ାଉ ହେଉଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର