ଲକ୍ଷ୍ମୀସାଗରରେ ଠାବ ହୋଇଥିବା ସେକ୍ସ ରାକେଟ୍ ଘଟଣା: ପ୍ରାୟ ସମସ୍ତ ଗ୍ରାହକଙ୍କୁ ଏଚ୍ଆଇଭି ବ୍ୟାପିଥିବା ସନ୍ଦେହ

ଭୁବନେଶ୍ୱର: ରାଜଧାନୀରେ ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ଦୁଷ୍କର୍ମ ପୀଡିତା ଏଡ୍ସ ରୋଗର ଶିକାର । ପଶ୍ଚିମବଙ୍ଗରେ ମେଡ଼ିକାଲ ଟ୍ରିଟମେଣ୍ଟ ହେଉଥିବା ବେଳର ମିଳିଲା ରିପୋର୍ଟ। ଲକ୍ଷ୍ମୀସାଗର ରଙ୍ଗଶାଳାକୁ ଯାଇଥିବା ପ୍ରାୟ ସମସ୍ତ ଗ୍ରାହକଙ୍କୁ ଏଚ.ଆଇ.ଭି ବ୍ୟାପିଥିବା ସନ୍ଦେହ । ସେଠାକୁ ନିୟମିତ ଆସୁଥିବା ଗ୍ରାହକଙ୍କ ଭିତରୁ ପ୍ରାୟ ୨୭ ଜଣକୁ ଏଚ.ଆଇ.ଭି ସଂକ୍ରମଣ ବ୍ୟାପିଥିବା ଜଣାପଡିଛି I କ୍ୟାପିଟାଲ ଥାନା ହାତରେ ଧରାପଡ଼ିଥିବା ଜଣେ ଅଭିଯୁକ୍ତ ପଜିଟିଭ ହେବା ପରେ, ତନାଘନା ଆରମ୍ଭ ହୋଇଛି I ଆଉ ସେଠାକୁ ଯିବା ଆସିବା କରୁଥିବା ଗ୍ରାହକଙ୍କ ଭିତରେ କୋକୁଆ ଭୟ ତିଆରି ହୋଇଛି I ସେପଟେ ସେକ୍ସ ରାକେଟ କେସରେ ଝାରପଡା ଜେଲ ଯାଇଥିବା ଅଭିଯୁକ୍ତର ମଧ୍ୟ ଏଚ.ଆଇ.ଭି ପରୀକ୍ଷା ହୋଇପାରେ । ଏହି ସଂଖ୍ୟା ବଢିବା ଆଶା ଥିବାରୁ ଜେଲରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି ।
ଅନ୍ୟପଟେ ଏହି ଘଟଣାର ଗୁରୁତ୍ବକୁ ଦେଖି ଏହାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି ପୋଲିସ । ଅର୍ଥାତ ୩ ମାସ ମଧ୍ୟରେ ଦୁଷ୍କର୍ମ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିବ ପୋଲିସ । ତଦନ୍ତରେ ସାମିଲ ହୋଇଛନ୍ତି କ୍ରାଇମ୍ ଏଗେନଷ୍ଟ ୱିମେନ (CAW)ର ୩ ଅଧିକାରୀ । ସିଏଡବ୍ଲୁ ଡିଏସ୍ପି କ୍ୟାପିଟାଲ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତର ଅଗ୍ରଗତି ସଂପର୍କରେ ପଚାରି ବୁଝିଛନ୍ତି ।