ଭୁବନେଶ୍ୱର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ୪୦ରୁ ଅଧିକ ଦୋକାନ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୧ ପରିବା ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ୧୫ରୁ ୨୦ଟି ଦୋକାନ । ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ଯାଏଁ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିବା ସୂଚନା ମିଳିଛି । ତେବେ ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ନିଆଁ ଲାଗିବାରୁ ପରିବା ମାର୍କେଟ ଧୂଆଁମୟ ହୋଇଯାଇଛି ।