ସମସ୍ତଙ୍କୁ ଭିସା ପାଇଁ ଦେବାକୁ ପଡ଼ିବନି ୧ ଲକ୍ଷ ଡଲାର, ଟ୍ରମ୍ପ୍‌ ପ୍ରଶାସନର ନୂଆ ନିର୍ଦ୍ଦେଶାବଳୀ...

Deviprasad Mohanty Picture
Published On

ୱାଶିଂଟନ୍‌: ଏଚ୍‌ ୧-ବି ଭିସାକୁ ନେଇ ଆମେରିକାର ସିଟିଜନସିପ୍‌ ବା ନାଗରିକତା ଏବଂ ଇମିଗ୍ରେସନ (ପ୍ରବାସନ) ସେବା (ୟୁଏସ୍‌ସିଆଇଏସ୍‌) ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଯେଉଁଥିରେ ଏହା ସ୍ପଷ୍ଟ ହୋଇଛି ଯେ, ହଜାର ହଜାର ଭାରତୀୟ ପ୍ରୋଫେସନାଲ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଲାଗୁ କରାଯାଇଥିବା  ଏଚ୍‌ ୧-ବି ଭିସା ପାଇଁ ୧ ଲକ୍ଷ ଡଲାର ଫି’ ଏବେ ସମସ୍ତଙ୍କୁ ଦେବାକୁ ପଡିବନାହିଁ। ଅର୍ଥାତ୍‌ ଏଚ୍‌ ୧-ବି ଭିସାର ସବୁ ଆବେଦକଙ୍କୁ ଦେବାକୁ ପଡ଼ିବନି ଏଚ୍‌୧-ବି ଭିସା ପାଇଁ ୧ ଲକ୍ଷ ଡଲାର। ୟୁଏସ୍‌ସିଆଇଏସ୍‌ର ନୂଆ ନିର୍ଦ୍ଦେଶାବଳୀରେ କାହାକୁ ଏହି ଫି’ ଦେବାକୁ ପଡ଼ିବ।  

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଓଡ଼ିଶାରେ ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ

ୟୁଏସ୍‌ସିଆଇଏସ୍‌ ଅନୁଯାୟୀ, ଏହି ଶୁଳ୍କ ୨୦୨୫ ସେପ୍ଟେମ୍ବର ୨୧ କିମ୍ବା ଏହା ପରେ ଦାଖଲ ହୋଇଥିବା ନୂଆ ଏଚ୍‌୧-ବି ଆବେଦନ ପାଇଁ ପ୍ରଯୁଜ୍ୟ ହେବ। ଏହାସହିତ, ବୈଧ ଏଚ୍‌୧-ବି ଭିସା ନ ଥାଇ ଆମେରିକା ବାହାରେ ଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ସେହିଭଳି ଏହି ଭିସା ଶୁଳ୍କ କନସୁଲାର କିମ୍ବା ପୋର୍ଟ-ଅଫ୍-ଏଣ୍ଟ୍ରି ବିଜ୍ଞପ୍ତି ଆବେଦନ ପାଇଁ ପ୍ରଯୁଜ୍ୟ ହେବ। ୟୁଏସ୍‌ସିଆଇଏସ୍‌ ସ୍ପଷ୍ଟ କରିଛି ଯେ, କିଛି ବର୍ଗ ଶୁଳ୍କରୁ ମୁକ୍ତ ରହିବେ। ସେମାନେ ହେଲେ, ଯେଉଁମାନଙ୍କର ପୂର୍ବରୁ ଏକ ବୈଧ ଏଚ୍‌ ୧-ବି ଭିସା ରହିଛି। ଏହାଛଡା  ୨୦୨୫ ସେପ୍ଟେମ୍ବର ୨୧ ପୂର୍ବରୁ ଦାଖଲ ହୋଇଥିବା ଆବେଦନ। ଆମେରିକାରେ ନିଜ ସ୍ଥିତିର ପରିବର୍ତ୍ତନ, ସଂଶୋଧନ କିମ୍ବା ବିସ୍ତାର ପାଇଁ ଅନୁମୋଦିତ ଆବେଦନ ଆଦି ପରିସ୍ଥିତିରେ ଏହି ନିୟମ ଲାଗୁ ହେବ ନାହିଁ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

22 Oct 2025 By Deviprasad Mohanty

ସମସ୍ତଙ୍କୁ ଭିସା ପାଇଁ ଦେବାକୁ ପଡ଼ିବନି ୧ ଲକ୍ଷ ଡଲାର, ଟ୍ରମ୍ପ୍‌ ପ୍ରଶାସନର ନୂଆ ନିର୍ଦ୍ଦେଶାବଳୀ...

ୱାଶିଂଟନ୍‌: ଏଚ୍‌ ୧-ବି ଭିସାକୁ ନେଇ ଆମେରିକାର ସିଟିଜନସିପ୍‌ ବା ନାଗରିକତା ଏବଂ ଇମିଗ୍ରେସନ (ପ୍ରବାସନ) ସେବା (ୟୁଏସ୍‌ସିଆଇଏସ୍‌) ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଯେଉଁଥିରେ ଏହା ସ୍ପଷ୍ଟ ହୋଇଛି ଯେ, ହଜାର ହଜାର ଭାରତୀୟ ପ୍ରୋଫେସନାଲ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଲାଗୁ କରାଯାଇଥିବା  ଏଚ୍‌ ୧-ବି ଭିସା ପାଇଁ ୧ ଲକ୍ଷ ଡଲାର ଫି’ ଏବେ ସମସ୍ତଙ୍କୁ ଦେବାକୁ ପଡିବନାହିଁ। ଅର୍ଥାତ୍‌ ଏଚ୍‌ ୧-ବି ଭିସାର ସବୁ ଆବେଦକଙ୍କୁ ଦେବାକୁ ପଡ଼ିବନି ଏଚ୍‌୧-ବି ଭିସା ପାଇଁ ୧ ଲକ୍ଷ ଡଲାର। ୟୁଏସ୍‌ସିଆଇଏସ୍‌ର ନୂଆ ନିର୍ଦ୍ଦେଶାବଳୀରେ କାହାକୁ ଏହି ଫି’ ଦେବାକୁ ପଡ଼ିବ।  

ୟୁଏସ୍‌ସିଆଇଏସ୍‌ ଅନୁଯାୟୀ, ଏହି ଶୁଳ୍କ ୨୦୨୫ ସେପ୍ଟେମ୍ବର ୨୧ କିମ୍ବା ଏହା ପରେ ଦାଖଲ ହୋଇଥିବା ନୂଆ ଏଚ୍‌୧-ବି ଆବେଦନ ପାଇଁ ପ୍ରଯୁଜ୍ୟ ହେବ। ଏହାସହିତ, ବୈଧ ଏଚ୍‌୧-ବି ଭିସା ନ ଥାଇ ଆମେରିକା ବାହାରେ ଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ସେହିଭଳି ଏହି ଭିସା ଶୁଳ୍କ କନସୁଲାର କିମ୍ବା ପୋର୍ଟ-ଅଫ୍-ଏଣ୍ଟ୍ରି ବିଜ୍ଞପ୍ତି ଆବେଦନ ପାଇଁ ପ୍ରଯୁଜ୍ୟ ହେବ। ୟୁଏସ୍‌ସିଆଇଏସ୍‌ ସ୍ପଷ୍ଟ କରିଛି ଯେ, କିଛି ବର୍ଗ ଶୁଳ୍କରୁ ମୁକ୍ତ ରହିବେ। ସେମାନେ ହେଲେ, ଯେଉଁମାନଙ୍କର ପୂର୍ବରୁ ଏକ ବୈଧ ଏଚ୍‌ ୧-ବି ଭିସା ରହିଛି। ଏହାଛଡା  ୨୦୨୫ ସେପ୍ଟେମ୍ବର ୨୧ ପୂର୍ବରୁ ଦାଖଲ ହୋଇଥିବା ଆବେଦନ। ଆମେରିକାରେ ନିଜ ସ୍ଥିତିର ପରିବର୍ତ୍ତନ, ସଂଶୋଧନ କିମ୍ବା ବିସ୍ତାର ପାଇଁ ଅନୁମୋଦିତ ଆବେଦନ ଆଦି ପରିସ୍ଥିତିରେ ଏହି ନିୟମ ଲାଗୁ ହେବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର