ବିଇଡି ସିଟ୍‌ ଗୋଟାକୁ ୨ ଲକ୍ଷ!, ୨୦୦ ସିଟ୍‌ ବିକ୍ରି ହୋଇଥିବା ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର : ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଜାଲିଆତି ପଦାକୁ ଆସିବା ପରେ ପରୀକ୍ଷା ପରିଚାଳନା କରିଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ବିବାଦୀୟ ହୋଇପଡ଼ିଛି। ଦୀର୍ଘଦିନ ହେଲା ଏସ୍‌ଏସ୍‌ବିର ନିୟମିତ ବୋର୍ଡ ଗଠନ ହୋଇନାହିଁ। ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଦସ୍ୟ ସବୁ ଅସ୍ଥାୟୀ ଓ ଭାରପ୍ରାପ୍ତ। ଏପରିକି ବିଏଡ୍‌ ପରୀକ୍ଷା ପରିଚାଳନା ପୂର୍ବରୁ ମଧ୍ୟ ବୋର୍ଡ ବସି ନ ଥିବା ଜଣାପଡ଼ିଛି। ଫଳରେ ପରୀକ୍ଷା ପରିଚାଳନା ସମ୍ପର୍କିତ ନିଷ୍ପତ୍ତି କିଏ ନେଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି […]

ଭୁବନେଶ୍ୱର : ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଜାଲିଆତି ପଦାକୁ ଆସିବା ପରେ ପରୀକ୍ଷା ପରିଚାଳନା କରିଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ବିବାଦୀୟ ହୋଇପଡ଼ିଛି। ଦୀର୍ଘଦିନ ହେଲା ଏସ୍‌ଏସ୍‌ବିର ନିୟମିତ ବୋର୍ଡ ଗଠନ ହୋଇନାହିଁ। ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଦସ୍ୟ ସବୁ ଅସ୍ଥାୟୀ ଓ ଭାରପ୍ରାପ୍ତ। ଏପରିକି ବିଏଡ୍‌ ପରୀକ୍ଷା ପରିଚାଳନା ପୂର୍ବରୁ ମଧ୍ୟ ବୋର୍ଡ ବସି ନ ଥିବା ଜଣାପଡ଼ିଛି। ଫଳରେ ପରୀକ୍ଷା ପରିଚାଳନା ସମ୍ପର୍କିତ ନିଷ୍ପତ୍ତି କିଏ ନେଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରୋଭିଜିନାଲ୍‌ ଆନ୍‌ସାର୍‌ କି’ ପ୍ରକାଶ ନ କରିବା, ଛାତ୍ରଛାତ୍ରୀଙ୍କ ଠାରୁ ଆପତ୍ତି ଆହ୍ୱାନ ନ କରିବା ନିଷ୍ପତ୍ତି କିଏ ନେଇଛି ବୋଲି ପ୍ରଶ୍ନ ଉଠିଛି। ଏହି ସମୟରେ ମେଧାବୀଙ୍କ ନମ୍ବର କମାଇ ଦେଇ ତାଙ୍କ ସ୍ଥାନରେ କିଛି ନିର୍ଦ୍ଧିଷ୍ଟ ପିଲାଙ୍କୁ ସିଟ୍‌ ଦେବାକୁ ଡିଲ୍‌ ହୋଇଥିବା ଓ ଗୋଟିଏ ସିଟ୍‌ ପାଇଁ ଦେଢ଼ରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ ପରି ସାଂଘାତିକ ଅଭିଯୋଗ ଆସିଛି।

ଆହୁରି ପଢ଼ନ୍ତୁ: ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: କାର୍ତ୍ତିକ ଦ୍ୱିତୀୟ ସୋମବାରରେ ବଡ଼ସିଂହାର ବେଶରେ ଦର୍ଶନ ଦେଲେ ବାବା

ଚଳିତ ବର୍ଷ ୨୭ଶହ ସିଟ୍‌ ପାଇଁ ୧ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦେଖି ସିଟ୍‌ ବିକ୍ରି ଯୋଜନା ସୁଚିନ୍ତିତ ଉପାୟରେ ପ୍ରସ୍ତୁତ କରାଯାଇଛି। ପାଖାପାଖି ୨୦୦ ସିଟ୍‌ ବିକ୍ରି କରାଯାଇଛି ଓ ପ୍ରତି ସିଟ୍‌ ପାଇଁ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି। ଅଗ୍ରୀମ ଆକାରରେ ୧ଲକ୍ଷ ଟଙ୍କା ନିଆଯାଇଛି, ନାମଲେଖା ପରେ ଅବଶିଷ୍ଟ ଟଙ୍କା ଦେବାକୁ କୁହାଯାଇଛି। ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଣେ ବରିଷ୍ଠ ଅଧିକାରୀଙ୍କ ଡ୍ରାଇଭର୍‌ ସମସ୍ତ ପ୍ରକାର ନେଣଦେଣ କାରବାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବାପା ଓ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଜାଲିଆତି କରି ଏହି ପିଲାଙ୍କୁ ବିଇଡ଼ି ସିଟ୍‌ ଦିଆଯିବାକୁ ବ୍ୟବସ୍ଥା କରାଯାଇଥିବାରୁ ପରୀକ୍ଷାର୍ଥୀମାନେ ସେମାନଙ୍କ ମାର୍କ ସମ୍ପର୍କରେ ଯେପରି ଅବଗତ ହୋଇ ନ ପାରିବେ ସେଥିପାଇଁ ପ୍ରୋଭିଜିନାଲ୍‌ ଆନ୍‌ସାର କି’ ପ୍ରକାଶ କରାଯାଇନାହିଁ। ସିଟ୍‌ ବିକ୍ରି କରିବାକୁ ଗଳାବାଟ ବାହାର କରାଯାଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

ଏସ୍‌ଏସ୍‌ବିର ୩ଜଣିଆ ବୋର୍ଡରେ ଆଇଏଏସ୍‌ ଅଧିକାରୀ କାଳିପ୍ରସନ୍ନ ମହାପାତ୍ର ଅଧ୍ୟକ୍ଷ ଥିବାବେଳେ ଦୁଇଜଣ ଓଏଏସ୍‌ ଅଧିକାରୀ ଉପାଧ୍ୟକ୍ଷ ଓ ସଦସ୍ୟ ରହିଛନ୍ତି। ଏହି ସମସ୍ତ ପ୍ରଶାସନିକ ଅଧିକାରୀ ଭାରପ୍ରାପ୍ତ ଦାୟିତ୍ୱରେ ଅଛନ୍ତି। ପରୀକ୍ଷା ପରିଚାଳନାରେ ସମ୍ପର୍କରେ ଏମାନଙ୍କ କୌଣସି ଅଭିଜ୍ଞତା ମଧ୍ୟ ନାହିଁ। ସମ୍ପ୍ରତି ସଚିବ ଥିବା ଡ. ରାଜେଶ କୁମାର ସାହୁଙ୍କ ମଧ୍ୟ ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ପରିଚାଳନା ଅଭିଜ୍ଞତା ନାହିଁ। ଅନଭିଜ୍ଞ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇଥିବାରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଥିବା ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।

ଅପରପକ୍ଷରେ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯାଉଥିବା ଏସ୍‌ଏସ୍‌ବି ସଚିବ ଡ. ସାହୁ କହିବା ପରେ ସନ୍ଦେହ ବଢ଼ିଛି। ଏସ୍‌ଏସ୍‌ବି ଏକ ସ୍ୱାଧୀନ ସଂସ୍ଥା ହୋଇଥିବାବେଳେ ପରୀକ୍ଷା ପରିଚାଳନା ସମ୍ପର୍କିତ ନିଷ୍ପତ୍ତି ବୋର୍ଡ ନେଇଥାଏ। ତାହାକୁ ସଚିବ କାର୍ଯ୍ୟକାରୀ କରିଥାନ୍ତି। ସରକାର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରି ନଥାନ୍ତି। ସରକାରୀ ମାର୍ଗଦର୍ଶିକା ଆଳରେ ଜାଲିଆତି ଚାପିବାକୁ ସଚିବ ଉଦ୍ୟମ କରୁଥିବା ଅଭିଯୋଗ ହେବା ସହ ସରକାର କେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାହାକୁ ସଚିବ ସାର୍ବଜନୀନ କରନ୍ତୁ ବୋଲି ଦାବି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର