ବାରିପଦାରେ ଲଜ୍ଜ୍ୟା: ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Madhusudan Das Picture
Published On

ବାରିପଦା: ବାରିପଦାରେ ଦୁଷ୍କର୍ମ। ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବାରିପଦା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ନାତୁଣୀ ସହ ଗାଁର ପଡ଼ୋଶୀ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଘର ପଛ ପାଖରେ ଏକ ନିର୍ଜନ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ ଗିରଫ କରି ଥାନାରେ ଅଟକ ରଖିଛି ବାରିପଦା ସଦର ପୋଲିସ । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ବାରିପଦା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ଘର ସମ୍ମୁଖରେ ଖେଳୁଥିଲେ। ସେହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ଅଜା ନାବାଳିକାଙ୍କୁ ଜୋର ଜବରଦସ୍ତି ଘର ପଛପଟକୁ ନିଛାଟିଆ ଜାଗାକୁ ନେଇଯାଇଥିଲେ। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟରେ ନାବାଳିକା ପାଟି କରି କାନ୍ଦିଥିଲେ। କାନ୍ଦ ଶୁଣି ପଡୋଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ଓ ଘର ଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର