ବିଜୟ ପରେ ଡେଲାଙ୍ଗ-ପିପିଲିବାସୀଙ୍କୁ ଧନ୍ୟବାଦ୍‌ ଦେଲେ ରୁଦ୍ର, କହିଲେ ପିପିଲିବାସୀଙ୍କ ସେବା ଓ ବିକାଶ ମୋର ଲକ୍ଷ୍ୟ

The Sakala Picture
Published On

ପିପିଲି : ପିପିଲିରେ ବିପୁଳ ଭୋଟ୍‌ରେ ବିଜୟ ପରେ ଡେଲାଙ୍ଗ-ପିପିଲିବାସୀଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମରେ ରୁଦ୍ର ଡେଲାଙ୍ଗ-ପିପିଲିର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ମୋ ଉପରେ ବିଶ୍ୱାସ ଓ ଭରସା ଦେଖିବା ସହିତ ଜୟଯୁକ୍ତ କରାଇଛନ୍ତି। ନିର୍ବାଚନ ପୂର୍ବରୁ ମୁଁ କହିଥିଲି ଯେ, ଏହା ଆପଣମାନଙ୍କର ନିର୍ବାଚନ। ମୋ ପାଇଁ ଆପଣଙ୍କର ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ରହିଛି। ମୋ ଉପରେ […]

ପିପିଲି : ପିପିଲିରେ ବିପୁଳ ଭୋଟ୍‌ରେ ବିଜୟ ପରେ ଡେଲାଙ୍ଗ-ପିପିଲିବାସୀଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମରେ ରୁଦ୍ର ଡେଲାଙ୍ଗ-ପିପିଲିର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ମୋ ଉପରେ ବିଶ୍ୱାସ ଓ ଭରସା ଦେଖିବା ସହିତ ଜୟଯୁକ୍ତ କରାଇଛନ୍ତି। ନିର୍ବାଚନ ପୂର୍ବରୁ ମୁଁ କହିଥିଲି ଯେ, ଏହା ଆପଣମାନଙ୍କର ନିର୍ବାଚନ। ମୋ ପାଇଁ ଆପଣଙ୍କର ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ରହିଛି। ମୋ ଉପରେ ଥିବା ଆପଣଙ୍କର ବିଶ୍ୱାସ ରଖିବି। ପିପିଲିର ବିକାଶ ପାଇଁ କାମ କରିବି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ଏଥି ସହିତ ଏ ବିଜୟ ବାପା(ସ୍ବର୍ଗତ ପ୍ରଦୀପ ମହାରଥୀ) ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବୋଲି କହିଛନ୍ତି ଜୁନିୟର ମହାରଥୀ। ଏଥି ସହିତ କୋଭିଡ-୧୯ କଟକଣା ପାଇଁ ଏବେ ଉତ୍ସବ ପାଳନର ସମୟ ନୁହେଁ। ଏହା କାମ କରିବାର ସମୟ ବୋଲି କହିଛନ୍ତି ରୁଦ୍ର ପ୍ରତାପ ମହାରଥୀ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ସୂଚନାଯୋଗ୍ୟ ପିପିଲି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ରୁଦ୍ର ମହାରଥୀ ୨୦, ୬୦୭ ହଜାର ଭୋଟ୍‌ରେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ  ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୩ୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୬୧ ଭୋଟ୍‌ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର