ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ, ପୁରୀ ସ୍ୱର୍ଗଦ୍ୱାରରେ ଦିଆଗଲା ଅଶ୍ରୁଳ ବିଦାୟ

The Sakala Picture
Published On

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୁବନେଶ୍ୱରରୁ ମରଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ପୁରୀର ବିଭିନ୍ନ କଳାକାର ସଙ୍ଘ, ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଓ ସିନେପ୍ରେମୀମାନେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ପିଣ୍ଟୁଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶୋକାକୂଳ ପରିବେଶରେ ପିଣ୍ଟୁଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ। ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦର ଏକ […]

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୁବନେଶ୍ୱରରୁ ମରଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ପୁରୀର ବିଭିନ୍ନ କଳାକାର ସଙ୍ଘ, ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଓ ସିନେପ୍ରେମୀମାନେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ପିଣ୍ଟୁଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶୋକାକୂଳ ପରିବେଶରେ ପିଣ୍ଟୁଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା। ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା ଆଲବମ ହିରୋରୁ ଫିଲ୍ମ ହିରୋ, କମେଡିଆନରୁ ଭିଲେନ୍‌ ଅଭିନୟର ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ପିଣ୍ଟୁ ନନ୍ଦ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର