ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ସୌମ୍ୟଙ୍କ ମା’ ଦେଲେ ଚାଞ୍ଚଲ୍ୟକର ବୟାନ, ଡିଜିପିଙ୍କୁ ଭେଟି ଦାବି ପତ୍ର ଦେଲେ ବାପା….

The Sakala Picture
Published On

ସୋର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଥିଲେ ମଧ୍ଯ ଏପର୍ଯ୍ଯନ୍ତ ଖିଅ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଲିଛି। ଏହି ଘଟଣାରେ ଆଜି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ପଚରାଉଚରା କରୁଛି ପୁଲିସ। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୁଲିସ। ପଚରାଉଚରା ବେଳେ, […]

ସୋର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଥିଲେ ମଧ୍ଯ ଏପର୍ଯ୍ଯନ୍ତ ଖିଅ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଲିଛି। ଏହି ଘଟଣାରେ ଆଜି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ପଚରାଉଚରା କରୁଛି ପୁଲିସ। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୁଲିସ। ପଚରାଉଚରା ବେଳେ, ପୁଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’। ଏପରିକି ଝଗଡା ପରେ ବିଦ୍ୟାଭାରତୀ ହାତରୁ ଚୁଡି ଭାଙ୍ଗି ଘରୁ ପଳାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବିଦ୍ୟାଭାରତୀଙ୍କୁ ଡିଏଫଓଙ୍କ ଘରୁ ପାଇଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ଏସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଏହାପରେ କପ୍ତିପଦା ଯାଇ ବିଦ୍ୟା ଭାରତୀ ବାପା ଓ ପରିବାର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଗତକାଲି ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ ନେଇ ଯାଞ୍ଚ ପାଇଁ ଉଦ୍ୟମ କରିଥିଲେ।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ଏହି ସମୟରେ କାର୍ଯ୍ଯାଳୟରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଗୈାରୀପ୍ରସାଦ ରଥଙ୍କୁ ତାଙ୍କ ଲଗ୍ ବୁକ୍, ଆଟେଣ୍ଡାନ୍‌ସ ଏବଂ ଟୁର ଡାଏରି ସହ ଅନ୍ୟାନ୍ୟ ଦସ୍ତାବିଜ ମାଗିଥିଲେ। ତେବେ ସେ ଏସବୁ ଦେବା ପାଇଁ ସମୟ ମାଗିଥିଲେ। ଫଳରେ ସେଠାରୁ ଖାଲି ହାତରେ ଫେରିଥିଲା ପୁଲିସ। ଅଫିସ୍‌ କାମ ଆଳ ଦେଖାଇ ସୌମ୍ୟରଂଜନଙ୍କୁ ରାତି ଡ୍ୟୁଟି ଦିଆ ଯାଉଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ଓ ଏଥିରେ ରୋଷେୟା ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏପର୍ଯ୍ଯନ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରିପାରିନି ପୁଲିସ। କେବଳ ରୋଷେୟାକୁ ଜେରା ହୋଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଅନ୍ଯପକ୍ଷରେ, କଟକରେ ପୁଲିସ୍ ଡିଜି ଅଫିସ୍‌ରେ ସୌମ୍ୟଙ୍କ ବାପା ଅଭିରାମ ପହଞ୍ଚି ଡିଜିପିଙ୍କୁ ଦାବି ପତ୍ର ଦେଇଛନ୍ତି। ଦାବି ପତ୍ରରେ ଲାଇ ଡିଟେକ୍ସନ୍ ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି। ବୋହୂ, ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଦାବି କରିଛନ୍ତି ସୌମ୍ୟଙ୍କ ବାପା ।

19 Jul 2021 By The Sakala

ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ସୌମ୍ୟଙ୍କ ମା’ ଦେଲେ ଚାଞ୍ଚଲ୍ୟକର ବୟାନ, ଡିଜିପିଙ୍କୁ ଭେଟି ଦାବି ପତ୍ର ଦେଲେ ବାପା….

ସୋର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଥିଲେ ମଧ୍ଯ ଏପର୍ଯ୍ଯନ୍ତ ଖିଅ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଲିଛି। ଏହି ଘଟଣାରେ ଆଜି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ପଚରାଉଚରା କରୁଛି ପୁଲିସ। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୁଲିସ। ପଚରାଉଚରା ବେଳେ, ପୁଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’। ଏପରିକି ଝଗଡା ପରେ ବିଦ୍ୟାଭାରତୀ ହାତରୁ ଚୁଡି ଭାଙ୍ଗି ଘରୁ ପଳାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବିଦ୍ୟାଭାରତୀଙ୍କୁ ଡିଏଫଓଙ୍କ ଘରୁ ପାଇଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ଏସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଏହାପରେ କପ୍ତିପଦା ଯାଇ ବିଦ୍ୟା ଭାରତୀ ବାପା ଓ ପରିବାର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଗତକାଲି ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ ନେଇ ଯାଞ୍ଚ ପାଇଁ ଉଦ୍ୟମ କରିଥିଲେ।

ଏହି ସମୟରେ କାର୍ଯ୍ଯାଳୟରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଗୈାରୀପ୍ରସାଦ ରଥଙ୍କୁ ତାଙ୍କ ଲଗ୍ ବୁକ୍, ଆଟେଣ୍ଡାନ୍‌ସ ଏବଂ ଟୁର ଡାଏରି ସହ ଅନ୍ୟାନ୍ୟ ଦସ୍ତାବିଜ ମାଗିଥିଲେ। ତେବେ ସେ ଏସବୁ ଦେବା ପାଇଁ ସମୟ ମାଗିଥିଲେ। ଫଳରେ ସେଠାରୁ ଖାଲି ହାତରେ ଫେରିଥିଲା ପୁଲିସ। ଅଫିସ୍‌ କାମ ଆଳ ଦେଖାଇ ସୌମ୍ୟରଂଜନଙ୍କୁ ରାତି ଡ୍ୟୁଟି ଦିଆ ଯାଉଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ଓ ଏଥିରେ ରୋଷେୟା ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏପର୍ଯ୍ଯନ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରିପାରିନି ପୁଲିସ। କେବଳ ରୋଷେୟାକୁ ଜେରା ହୋଇଛି।

ଅନ୍ଯପକ୍ଷରେ, କଟକରେ ପୁଲିସ୍ ଡିଜି ଅଫିସ୍‌ରେ ସୌମ୍ୟଙ୍କ ବାପା ଅଭିରାମ ପହଞ୍ଚି ଡିଜିପିଙ୍କୁ ଦାବି ପତ୍ର ଦେଇଛନ୍ତି। ଦାବି ପତ୍ରରେ ଲାଇ ଡିଟେକ୍ସନ୍ ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି। ବୋହୂ, ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଦାବି କରିଛନ୍ତି ସୌମ୍ୟଙ୍କ ବାପା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର