ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

Madhusudan Das Picture
Published On

ନବରଙ୍ଗପୁର: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀ ସମେତ ୩ ନାବାଳିକାଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗାଁରୁ ଆସିଛି ଏପରି ହୃଦୟ ବିଦାରକ ଖବର । ଘଟଣା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ତିନି ନାବାଳିକାଙ୍କ ମଧ୍ୟରେ ଅଛନ୍ତି ଗାଁର ରାଜମନ ଗଣ୍ଡଙ୍କ ଦୁଇ ଝିଅ ସନ୍ଧ୍ୟା ଓ ସନ୍ଧିତା ଏବଂ ବାଲସାଇ ଗଣ୍ଡଙ୍କ ଝିଅ ଭୂମିକା। ମୃତକମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬ ବର୍ଷ ହୋଇଥିବା ବେଳେ ଜଣଙ୍କୁ ୫ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ସୂଚନା ଅନୁସାରେ, ସାଙ୍ଗ ହୋଇ ତିନି ନାବାଳିକା ଝିଅ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଉଥିବା ବେଳେ ହଠାତ ତିନି ଜଣ ନାବାଳିକା ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତିନି ନାବାଳିକାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର