ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

Madhusudan Das Picture
Published On

ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ଶେଷରେ ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । କହିଲେ, ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି । ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରିନାହାନ୍ତି, ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତା ଓ ସହଯୋଗରେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ସରକାର ଗୋଟିଏ ବାଇପାସ୍ ରାସ୍ତାର ବ୍ୟବସ୍ଥା କରୁଛନ୍ତି । ତାହା ହୋଇଗଲା ପରେ ସରକାର ଏହାର ଚିନ୍ତା କରିବେ। ଏହା ସହ ଇଣ୍ଟର ମିନିଷ୍ଟରିଆଲ କମିଟିରେ ଏ ନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି। ଭୁବନେଶ୍ୱର ମେଟ୍ରୋ ଅଫିସ୍ ରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି। ତେବେ ମେଟ୍ରୋ ପ୍ରକଳ୍ପ ସାମୟିକ ଭାବେ ବନ୍ଦ କରାଯାଇଛିବୋଲି କହିଛନ୍ତି ମନ୍ତ୍ରୀ । 

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବର ହତ୍ୟା ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁ, ଗିରଫ ସଂଖ୍ୟା ୧୩କୁ ବୃଦ୍ଧି

ପୂର୍ବରୁ ମେଟ୍ରୋ ପ୍ରକଳ୍ପ ବନ୍ଦକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ । ଅନ୍ୟପଟେ ମେଟ୍ରୋ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ସବୁପ୍ରକଳ୍ପ ଲାଭପାଇଁ କରାଯାଏ ନାହିଁ l କିଛି ପ୍ରକଳ୍ପ ବୃହତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ l ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି l ସେ ମୋତେ ଆଶ୍ୱାସନା ଦେଇଛନ୍ତି, କେନ୍ଦ୍ର ସହିତ ଆଲୋଚନା କରି ପଦକ୍ଷେପ ନେବେ l

ଆହୁରି ପଢ଼ନ୍ତୁ: ସାରା ରାଜ୍ୟରେ ପେଟ୍ରୋଲ-ଡିଜେଲ ସଙ୍କଟ, ଠପ୍ ହୋଇଯିବ କି ବସ୍ ସେବା !

10 Apr 2026 By Madhusudan Das

ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ଶେଷରେ ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । କହିଲେ, ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି । ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରିନାହାନ୍ତି, ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତା ଓ ସହଯୋଗରେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ସରକାର ଗୋଟିଏ ବାଇପାସ୍ ରାସ୍ତାର ବ୍ୟବସ୍ଥା କରୁଛନ୍ତି । ତାହା ହୋଇଗଲା ପରେ ସରକାର ଏହାର ଚିନ୍ତା କରିବେ। ଏହା ସହ ଇଣ୍ଟର ମିନିଷ୍ଟରିଆଲ କମିଟିରେ ଏ ନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି। ଭୁବନେଶ୍ୱର ମେଟ୍ରୋ ଅଫିସ୍ ରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି। ତେବେ ମେଟ୍ରୋ ପ୍ରକଳ୍ପ ସାମୟିକ ଭାବେ ବନ୍ଦ କରାଯାଇଛିବୋଲି କହିଛନ୍ତି ମନ୍ତ୍ରୀ । 

ପୂର୍ବରୁ ମେଟ୍ରୋ ପ୍ରକଳ୍ପ ବନ୍ଦକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ । ଅନ୍ୟପଟେ ମେଟ୍ରୋ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ସବୁପ୍ରକଳ୍ପ ଲାଭପାଇଁ କରାଯାଏ ନାହିଁ l କିଛି ପ୍ରକଳ୍ପ ବୃହତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ l ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି l ସେ ମୋତେ ଆଶ୍ୱାସନା ଦେଇଛନ୍ତି, କେନ୍ଦ୍ର ସହିତ ଆଲୋଚନା କରି ପଦକ୍ଷେପ ନେବେ l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର