୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୁଲିସର ତଦନ୍ତ ଜାରି

The Sakala Picture
Published On

ବଣାଇଁ : ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ସୁନ୍ଦରଗଡ଼ ଚାନ୍ଦିପୋଷ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ଏନେଇ ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୁଲିସ ମାମଲା ରୁଜୁ କରିଛି ।ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ପରିବାର ଲୋକଙ୍କ ସହ ବସ ଯୋଗେ ଗତକାଲି ରାତିରେ ବନ୍ଧମୁଣ୍ଡା ଅଞ୍ଚଳରୁ ଚାନ୍ଦିପୋଷ ଅଞ୍ଚଳକୁ ଏକ ନିର୍ବନ୍ଧକୁ ଆସିଥିଲେ। ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ […]

ବଣାଇଁ : ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ସୁନ୍ଦରଗଡ଼ ଚାନ୍ଦିପୋଷ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ଏନେଇ ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୁଲିସ ମାମଲା ରୁଜୁ କରିଛି ।ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ପରିବାର ଲୋକଙ୍କ ସହ ବସ ଯୋଗେ ଗତକାଲି ରାତିରେ ବନ୍ଧମୁଣ୍ଡା ଅଞ୍ଚଳରୁ ଚାନ୍ଦିପୋଷ ଅଞ୍ଚଳକୁ ଏକ ନିର୍ବନ୍ଧକୁ ଆସିଥିଲେ। ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତ ବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ସେହି ସ୍ଥାନରେ ଖେଳୁଥିଲେ । ଏହି ସମୟରେ ବସ ହେଲ୍ପର ଦମ୍ବରୁ ତାମଡ଼ିଆ ନାବାଳିକାକୁ ପ୍ରଲୋଭନ ଦେଖାଇ ଏକ ପରିତ୍ୟକ୍ତ କ୍ୟାବିନକୁ ନେଇ ଯାଇଥିଲେ। ସେଠାରେ ଦୁଷ୍କର୍ମ କରିବାରୁ ନାବାଳିକା ଜଣକ କାନ୍ଦିଥିଲେ । ତାର କାନ୍ଦଶୁଣି ପରିବାର ଲୋକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ହେଲ୍ପର ଦମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା। ଏହାପରେ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଏତଲା ଦିଆଯାଇଛି। ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର