ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି ସହାୟତା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ବେଶି ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା । ଏହି ସମୟରେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୁତ୍ କରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । କରୋନା ପରି ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ । କୋଭିଡ୍ ସ୍ଥିତି ମୁକାବିଲା […]

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ବେଶି ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା । ଏହି ସମୟରେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୁତ୍ କରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । କରୋନା ପରି ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

କୋଭିଡ୍ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସାମଗ୍ରୀ ସହ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି, ଅକ୍ସିଜେନ୍ ପାଇପ୍, ପଲ୍ସ ଅକ୍ସିମିଟର ଇତ୍ୟାଦି କିଣାଯାଇ ପାରିବ । ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଜିଲ୍ଲା ପ୍ରଶାସନ ଜରୁରୀ ଅନୁଯାୟୀ କିଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କରୋନା ବିରୋଧୀ ଯୁଦ୍ଧ ଲଢ଼ୁଛି । କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସହାୟତାର ହାତ ବଢ଼ାଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

12 May 2021 By The Sakala

ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପଶ୍ଚିମ ଓଡ଼ିଶାକୁ ୨୫ କୋଟି ସହାୟତା

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ବେଶି ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା । ଏହି ସମୟରେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୁତ୍ କରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । କରୋନା ପରି ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ ।

କୋଭିଡ୍ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସାମଗ୍ରୀ ସହ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି, ଅକ୍ସିଜେନ୍ ପାଇପ୍, ପଲ୍ସ ଅକ୍ସିମିଟର ଇତ୍ୟାଦି କିଣାଯାଇ ପାରିବ । ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଜିଲ୍ଲା ପ୍ରଶାସନ ଜରୁରୀ ଅନୁଯାୟୀ କିଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କରୋନା ବିରୋଧୀ ଯୁଦ୍ଧ ଲଢ଼ୁଛି । କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସହାୟତାର ହାତ ବଢ଼ାଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର