ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ୧୯ ନୂଆ ପଶୁପକ୍ଷୀ
ଭୁବନେଶ୍ବର: ଶୁକ୍ରବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ପଶୁପକ୍ଷୀ ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ, ୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ ପଥର କଇଁଛ,୧ ପୁରୁଷ ଓ ୧ ମାଈକୁ ମିଶାଇ ୨ଟି ସିଲଭର ଫିଜଣ୍ଟ ଆସିଛନ୍ତି। ଏମାନଙ୍କୁ ଖୁଆଡ଼ ମଧ୍ୟରେ ୨୦ରୁ ୩୦ ଦିନ ପାଇଁ ପୃଥକୀକରଣରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।





