ପିଏମ୍‍-କିସାନ ସହାୟତାରୁ ରାଜ୍ୟର ୧୪ ଲକ୍ଷ ଚାଷୀ ବଞ୍ଚିତ

The Sakala Picture
Published On

ଭୁବନେଶ୍ୱର : ୪୨ ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ଦେଲେ ‘କାଳିଆ’ ରାଶି। ପ୍ରତି ଚାଷୀ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି। ଅନୁରୂପ ଭାବରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ୨୭.୮୩ ଲକ୍ଷ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ପିଏମ୍‍-କିସାନ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ୫୫୬.୬ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର […]

ଭୁବନେଶ୍ୱର : ୪୨ ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ଦେଲେ ‘କାଳିଆ’ ରାଶି। ପ୍ରତି ଚାଷୀ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି। ଅନୁରୂପ ଭାବରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ୨୭.୮୩ ଲକ୍ଷ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ପିଏମ୍‍-କିସାନ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ୫୫୬.୬ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଦେଇଛନ୍ତି ୯୨୦ କୋଟି ଟଙ୍କା। ତେବେ ରାଜ୍ୟର ୪୨ ଲକ୍ଷ ଚାଷୀ ଥିବାବେଳେ କେନ୍ଦ୍ର ସରକାର ୨୭.୮୩ ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ ନେଇ ଉଠିଛି ପ୍ରଶ୍ନ। ରାଜ୍ୟ ସରକାର ଭୂମିହୀନଚାଷୀ, ନାମମାତ୍ର ଚାଷୀ, ଭାଗଚାଷୀଙ୍କୁ ସହୟତା ହାତ ବଢ଼଼ାଇଥବାବେଳେ କେନ୍ଦ୍ର କାହିଁକି ଏହି ଗରିବ ଚାଷୀମାନଙ୍କୁ କାହିଁକି ସହାୟତା ପ୍ରଦାନ ଲାଗି ମୁହଁ ମୋଡ଼ିଛି ତାହାକୁ ନେଇ ଉଠିଛି ସ୍ୱାଭାବିକ ପ୍ରଶ୍ନ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ରାଜ୍ୟର ମୋଟ ଚାଷୀଙ୍କ ମଧ୍ୟରୁ ଏକ ବଡ଼ ଅଂଶ ହେଉଛନ୍ତି ଭୂମିହୀନ, ଗରିବ, କ୍ଷୁଦ୍ର ଓ ନାମମାତ୍ର ଚାଷୀ। କିଛି ଚାଷୀ ଭାଗରେ ଚାଷ କରୁଛନ୍ତି। ଯେଉଁମାନେ ଆର୍ଥିକ ଭାବରେ ଅତ୍ୟନ୍ତ ଦୁର୍ବଳ ଓ ସହାୟତା ରାଶିର ବାସ୍ତବ ହକଦାର। ମାତ୍ର ସେହି ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ‘ପିଏମ୍‍-କିସାନ’ ଯୋଜନାରେ ସାମିଲ କାହିଁକି କରାଯାଇନାହିଁ ତାହାର ଉତ୍ତର କାହାରି ପାଖରେ ନାହିଁ। ୭ମ କିସ୍ତିଠାରୁ ପିଏମ କିସାନର ୮ମ କିସ୍ତିରେ ୩.୧୨ ଲକ୍ଷ ଅଧିକ ଚାଷୀଙ୍କୁ ସହାୟତା ଦିଆଯାଇଥିବା ବିଜେପି ନେତାମାନେ ଯେଉଁ ଦାବି କରୁଛନ୍ତି ତାହାକୁ ସ୍ୱାଭାବିକ ଭାବରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ପିଏମ କିସାନ ଯୋଜନାରେ ରାଜ୍ୟର ୪୦.୫ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିଲେ ହେଁ ଅବଶିଷ୍ଟ ଚାଷୀମାନଙ୍କୁ କାହିଁକି ସହାୟତା ଦେବାରେ କେନ୍ଦ୍ର ସରକାର କାର୍ପଣ୍ୟ କରିଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ବ୍ୟବସ୍ଥା ଅନୁସାରେ ପଞ୍ଜିକୃତ ଚାଷୀମାନଙ୍କୁ କେନ୍ଦ୍ର ବା ରାଜ୍ୟ ସରକାର ସହାୟତା ଯୋଗଇବେ। ତେବେ ପଞ୍ଜିକରଣ କରିଥିବା ସତ୍ୱେ ୧୪ ଲକ୍ଷରୁ ଅଧିକ ଚାଷୀ କାହିଁକି ପ୍ରଧାନମନ୍ତୀ କିସାନ ରାଶି ପାଇବେ ନାହିଁ ତାହାର ଉତ୍ତର ଓ କାରଣ କିଏ ରଖିବ ?

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

କେନ୍ଦ୍ରର ଏହି କୃଷି ସହାୟତାକୁ ବିଜେଡି ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ଭୂମିହୀନ ଗରିବ ଚାଷୀଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ‘କାଳିଆ’ରେ ଯେପରି ଭୂମିହୀନ ଗରିବ ଚାଷୀଙ୍କୁ ସାମିଲ କରାଯାଇଛି; ଅନୁରୂପ ଭାବରେ ପିଏମ୍‍-କିସାନରେ ରାଜ୍ୟର ଗରିବ ଚାଷୀମାନଙ୍କୁ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଣବପ୍ରକାଶ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର