ମନୋରଞ୍ଜନ
ଓଡ଼ିଶା
ରାଜ୍ୟରେ ୧୦୦ ପାର୍ ହେଲା ସଂକ୍ରମିତଙ୍କ ସଂଖ୍ୟା, କଟକର ଘରୋଇ କଲେଜରୁ ଆଉ ୧୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ପୁଣିଥରେ ବଢିଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା। କିଛି ଦିନ ହେବ ରାଜ୍ୟରେ ୧୦୦ ତଳେ ରହୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦୦ ପାର୍ କରିଛି। ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪୦ ହଜାର ଛୁଇଁଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୫୯୯ରେ ପହଞ୍ଚିଛି । ଏନେଇ […]
ଭୁବନେଶ୍ବର : ପୁଣିଥରେ ବଢିଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା। କିଛି ଦିନ ହେବ ରାଜ୍ୟରେ ୧୦୦ ତଳେ ରହୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦୦ ପାର୍ କରିଛି। ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪୦ ହଜାର ଛୁଇଁଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୫୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
Covid-19 Report For 18th March
ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସNew Positive Cases: 110
In quarantine: 64
Local contacts: 46ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ(Details of local contacts will be shared by concerned Dist Administration)
District Wise Cases:
1. Angul: 6
2. Balasore: 2
3. Bargarh: 4
4. Bhadrak: 1
5. Cuttack: 20
6. Deogarh: 2— I & PR Department, Odisha (@IPR_Odisha) March 19, 2021
ଅନ୍ୟପଟେ ଷ୍ଟିଲ୍ ସିଟି କଟକରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରୁ ୧୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୧୩ ଜଣଙ୍କର ପଜିଟିଭ୍ ଆସିଥିବା ଜଣାପଡିଛି ।
New recoveries: 66
Cumulative tested: 8736689
Positive: 338599
Recovered: 335923
Active cases: 705— I & PR Department, Odisha (@IPR_Odisha) March 19, 2021
ଦୁଇ ଦିନରେ କଲେଜରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଛି । ତେଣୁ ଏହି ଘରୋଇ କଲେଜକୁ ୧୦ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି କଲେଜ କର୍ତୃପକ୍ଷ । ସମସ୍ତ ପଜିଟିଭଙ୍କୁ ଏବେ କରୋନା ଗାଇଡଲାଇନ ଅନୁସାରେ ସଂଗରୋଧରେ ରଖାଯାଇଛି । ଆଜି କଲେଜରେ ଥିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଉଛି






