ଗୁରୁବାର ରାଶିଫଳ ( ୦୮- ୦୫- ୨୦୨୬ )
ମେଷ: ଆଇନଜୀବୀଙ୍କୁ ଶୁଭଫଳ ମିଳିବ। ଜୀବନସାଥୀଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ନୂଆ କାମ ଆରମ୍ଭ କରିବାକୁ ଇଚ୍ଛା କରିବେ। ବରିଷ୍ଠ ଅଧିକାରୀଙ୍କ ସହ ଭେଟ ହେବ। ରାଜନେତାଙ୍କ ପାଇଁ ଦିନଟି ବହୁତ ଭଲ। ବୃଷ: ଅଫିସ୍ କାମ ସୁଚାରୁରୂପେ ତୁଲାଇବେ। ଛାତ୍ରଛାତ୍ରୀମାନେ ପଢ଼ାରେ କୃତକାର୍ଯ୍ୟ ହେବେ। ମନ ଖୁସି ରହିବ। ଆୟ ଅନୁସାରେ ବ୍ୟୟ ହେବ। ପୁରୁଣା ନିବେଶରୁ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: ଅଫିସ୍ରେ ନୂଆ ଦାୟିତ୍ବ ମିଳିପାରେ। ଘର […]
ମେଷ: ଆଇନଜୀବୀଙ୍କୁ ଶୁଭଫଳ ମିଳିବ। ଜୀବନସାଥୀଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ନୂଆ କାମ ଆରମ୍ଭ କରିବାକୁ ଇଚ୍ଛା କରିବେ। ବରିଷ୍ଠ ଅଧିକାରୀଙ୍କ ସହ ଭେଟ ହେବ। ରାଜନେତାଙ୍କ ପାଇଁ ଦିନଟି ବହୁତ ଭଲ।
ବୃଷ: ଅଫିସ୍ କାମ ସୁଚାରୁରୂପେ ତୁଲାଇବେ। ଛାତ୍ରଛାତ୍ରୀମାନେ ପଢ଼ାରେ କୃତକାର୍ଯ୍ୟ ହେବେ। ମନ ଖୁସି ରହିବ। ଆୟ ଅନୁସାରେ ବ୍ୟୟ ହେବ। ପୁରୁଣା ନିବେଶରୁ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମିଥୁନ: ଅଫିସ୍ରେ ନୂଆ ଦାୟିତ୍ବ ମିଳିପାରେ। ଘର ପାଇଁ ନୂଆ ଜିନିଷ କିଣିବେ। ବ୍ୟବସାୟରେ ଲାଭ ହେବ। ମାର୍କେଟିଂ ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।
କର୍କଟ: ରାଜନେତାଙ୍କ ପାଇଁ ଦିନଟି ଭଲ। ଅବିବାହିତଙ୍କ ବିବାହ ସ୍ଥିର ହେବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ଦୀର୍ଘ ଦିନର ଆଶା ପୂରଣ ହେବ।ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।
ସିଂହ: ଭାଇଭଉଣୀଙ୍କ ସାହାଯ୍ୟ ମିଳିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସମୟ ପୂର୍ବରୁ କାମ ପୂରା କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। କୌଣସି କଥାକୁ ନେଇ ମନ ଉଣା ହୋଇପାରେ।
କନ୍ୟା: ଯାତ୍ରାରୁ ଲାଭ ହେବ। କୌଣସି କାର୍ଯ୍ୟକୁ ପୂରା କରିବାରେ ପଡ଼ୋଶୀ ସହାୟତା କରିବେ। ମହିଳାମାନେ କର୍ମଚଞ୍ଚଳ ରହିବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ମାନ ସମ୍ମାନ ବୃଦ୍ଧିପାଇବ।
ତୁଳା: ପାରିବାରିକ ସମସ୍ୟା ଦେଖା ଦେବ। ଯାନବାହନ ଚାଳନା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ। ନୂତନ ଜମି କ୍ରୟ କରିପାରନ୍ତି।
ବିଛା: ମାନସିକ ଚିନ୍ତା ଦୂର ହେବ। ସମାଜସେବା ଲାଗି ସମ୍ମାନିତ ହେବେ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ନୂଆ କାମ ଶିଖିବାର ଅବସର ଜୁଟିବ। ଉଧାର ଟଙ୍କା ଫେରି ପାଇବେ।
ଧନୁ: ବ୍ୟବସାୟରେ ଉନ୍ନତି ଘଟିବ। ଜୀବନସାଥୀଙ୍କଠାରୁ ଉପହାର ମିଳିବ। ମନ ପ୍ରସନ୍ନ ରହିବ। ଅଫିସ୍ରେ ବରିଷ୍ଠ ଅଧିକାରୀ ସମ୍ମାନିତ କରିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।
ମକର: କାମ ବୋଝ ଅଧିକ ରହିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ମାନ ସମ୍ମାନ ବଢ଼ିବ। କ୍ୟାରିୟରକୁ ଆଗକୁ ନେବା ପାଇଁ ନୂଆ ସୁଯୋଗ ମିଳିବ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।
କୁମ୍ଭ: ଶୁଭ ଖବର ମିଳିବ। ଘରକୁ ଅତିଥିଙ୍କ ଆଗମନ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ପିଲାମାନେ ଖେଳମନସ୍କ ହୋଇପାରନ୍ତି।
ମୀନ: ସ୍ବଭାବରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନେ ଖେଳକୁଦ ଓ ମନୋରଞ୍ଜନରେ ସମୟ ଅତିବାହିତ କରିବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ।






