ଓଜନ ସ୍ୱାଭାବିକ ଥିଲେ ମଧ୍ୟ ଆସିପାରେ ହାର୍ଟ ଆଟାକ! ନୂଆ ଗବେଷଣାରେ ପେଟ ଚର୍ବିକୁ ନେଇ ବଡ଼ ଖୁଲାସା

Suryakanta Picture
Published On

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଶରୀରର ଓଜନ ସ୍ୱାଭାବିକ ଥିଲେ ଆପଣ ହୃଦରୋଗରୁ ସମ୍ପୂର୍ଣ୍ଣ ସୁରକ୍ଷିତ, ତେବେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ନ୍ୟୁରୋଲୋଜି ଜର୍ଣ୍ଣାଲ୍ (Neurology Journal)ରେ ପ୍ରକାଶିତ ଏକ ନୂତନ ଆନ୍ତର୍ଜାତୀୟ ଗବେଷଣା ଅନୁଯାୟୀ, ଶୋଇବା ସମୟରେ ଶ୍ୱାସରୁଦ୍ଧ ହେବା ସମସ୍ୟା ଅର୍ଥାତ୍ ସ୍ଲିପ୍ ଆପନିଆ (Sleep apnea) ଥିବା ଏବଂ ପୂର୍ବରୁ ହୃଦରୋଗ ବା ମସ୍ତିଷ୍କ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଶରୀରର ମୋଟ ଓଜନ କିମ୍ବା ବଡି ମାସ୍ ଇଣ୍ଡେକ୍ସ (BMI) ବିପଦର କାରଣ ନୁହେଁ। ଏହା ପରିବର୍ତ୍ତେ, ପେଟ ପାଖରେ ଜମା ହୋଇଥିବା ଚର୍ବି ବା ମେଦ ସବୁଠାରୁ ବଡ଼ ବିପଦ ଭାବରେ ଉଭା ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରତିବର୍ଷ କିଣୁଛନ୍ତି କି ୨୦-ଟେଷ୍ଟ୍ ହେଲ୍ଥ ପ୍ୟାକେଜ୍? ଟଙ୍କା ବର୍ବାଦ ନକରି କେବଳ ଏହି ଜରୁରୀ ପରୀକ୍ଷା କରାନ୍ତୁ ବୋଲି କହିଲେ ନ୍ୟୁରୋଲୋଜିଷ୍ଟ୍

ଗବେଷଣାରୁ କ'ଣ ମିଳିଛି ତଥ୍ୟ?

ଏହି ଅଧ୍ୟୟନଟି ଆନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ସେଭ୍ ଟ୍ରାଏଲ୍ (SAVE trial) ର ତଥ୍ୟ ଉପରେ ଆଧାରିତ। ଏଥିରେ ୨,୬୬୨ ରୋଗୀଙ୍କ ସ୍ୱାସ୍ଥ୍ୟ ତଥ୍ୟକୁ ପାଖାପାଖି ପୌଣେ ଚାରି ବର୍ଷ ପର୍ଯ୍ୟନ୍ତ ଗଭୀର ଭାବରେ ବିଶ୍ଳେଷଣ କରାଯାଇଥିଲା। ଗବେଷଣାରେ ସାମିଲ ଥିବା ସମସ୍ତ ରୋଗୀ ମଧ୍ୟମରୁ ଗମ୍ଭୀର ଶ୍ରେଣୀର ସ୍ଲିପ୍ ଆପନିଆରେ ପୀଡ଼ିତ ଥିଲେ ଏବଂ ପୂର୍ବରୁ ସେମାନଙ୍କର ହୃଦରୋଗ କିମ୍ବା ଷ୍ଟ୍ରୋକ୍ ସମସ୍ୟା ଥିଲା। ଏହି ଅଧ୍ୟୟନର ଫଳାଫଳ ଅତ୍ୟନ୍ତ ଚକିତ କରିବା ଭଳି ଥିଲା।

ଆହୁରି ପଢ଼ନ୍ତୁ: ଶରୀରରେ ଭିଟାମିନ୍-ଡି ଅଭାବ: କେବେ ଖାଇବେ ଔଷଧ ଓ କେବେ ସୂର୍ଯ୍ୟ କିରଣ ହିଁ ଯଥେଷ୍ଟ?

ବିଏମଆଇ (BMI) ବନାମ ପେଟର ଚର୍ବି

ଯେତେବେଳେ ପାରମ୍ପରିକ ବଡି ମାସ୍ ଇଣ୍ଡେକ୍ସ ଆଧାରରେ ରୋଗୀମାନଙ୍କର ମୂଲ୍ୟାୟନ କରାଗଲା, ସେତେବେଳେ କେବଳ ୩୧.୮ ପ୍ରତିଶତ ରୋଗୀ ମୋଟାପଣ ଶ୍ରେଣୀରେ ଆସିଥିଲେ। କିନ୍ତୁ ଯେତେବେଳେ ଅଣ୍ଟାର ଚଉଡ଼ା ଏବଂ ଉଚ୍ଚତାର ଅନୁପାତକୁ ଆକଳନ କରାଗଲା, ସେତେବେଳେ ପ୍ରାୟ ୯୫.୬ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ସେଣ୍ଟ୍ରାଲାଇଜଡ୍ ମୋଟାପଣ ଅର୍ଥାତ୍ ପେଟର ଚର୍ବି ଥିବା ଦେଖିବାକୁ ମିଳିଥିଲା।

ପେଟର ଚର୍ବି ଏବଂ ହୃଦଘାତ ମଧ୍ୟରେ ସିଧାସଳଖ ସମ୍ପର୍କ

ଏହି ଅଧ୍ୟୟନରୁ ଜଣାପଡିଛି ଯେ ବଡି ମାସ୍ ଇଣ୍ଡେକ୍ସ (BMI) ଶ୍ରେଣୀଗୁଡ଼ିକ ସହିତ ଭବିଷ୍ୟତରେ ହେବାକୁ ଥିବା ହୃଦରୋଗ କିମ୍ବା ଷ୍ଟ୍ରୋକ୍ ଆଶଙ୍କାର କୌଣସି ସିଧାସଳଖ ଓ ସ୍ପଷ୍ଟ ସମ୍ପର୍କ ନାହିଁ। ଏହାର ବିପରୀତରେ, ଯେଉଁ ରୋଗୀଙ୍କ ଅଣ୍ଟା ଏବଂ ଉଚ୍ଚତାର ଅନୁପାତ ସବୁଠାରୁ ଅଧିକ ଥିଲା, ସେମାନଙ୍କଠାରେ ପୁନର୍ବାର ହୃଦଘାତ, ଷ୍ଟ୍ରୋକ୍ କିମ୍ବା ହାର୍ଟ ଫେଲିଓର୍ ଭଳି ଗମ୍ଭୀର ସମସ୍ୟା ହେବାର ଆଶଙ୍କା ସବୁଠାରୁ କମ୍ ଅନୁପାତ ଥିବା ରୋଗୀଙ୍କ ତୁଳନାରେ ୧.୫୨ ଗୁଣା ଅଧିକ ଦେଖାଯାଇଥିଲା। ବିଶେଷ କରି, ଏହି ବର୍ଗର ରୋଗୀଙ୍କ କ୍ଷେତ୍ରରେ ମାୟୋକାର୍ଡିଆଲ୍ ଇନଫାର୍କସନ୍ ଅର୍ଥାତ୍ ହୃଦଘାତର ଆଶଙ୍କା ୨.୩ ଗୁଣା ପର୍ଯ୍ୟନ୍ତ ଅଧିକ ଥିବା ଦେଖିବାକୁ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp