ବିକଶିତ ଭାରତ ଓ ନିଶାଗ୍ରସ୍ତ ଯୁବଶକ୍ତି

The Sakala Picture
Published On

ଜନଗଣନା ଅନୁସାରେ ଭାରତବର୍ଷ ପୃଥିବୀର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାବରେ ପରିଗଣିତ ହୋଇ ଚୀନ୍‌‌କୁ ପଛରେ ପକାଇଛି। ଚୀନ୍‌‌ ସଠିକ୍‌‌ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରି ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। କିନ୍ତୁ ଭାରତବର୍ଷର ଅନିୟନ୍ତ୍ରିତ ଜନବିସ୍ଫୋରଣ ଏହାର ମୁଖ୍ୟ କାରଣ। ଚୀନ୍‌‌ ଜନସଂଖ୍ୟା ଅଧିକ ହେଲେ ମଧ୍ୟ ସରକାର ଜନସମୁଦାୟର କର୍ମସଂସ୍ଥାନ କରାଇପାରିଛି ଭାରିଶିଳ୍ପ ଓ କୁଟୀରଶିଳ୍ପ ମାଧ୍ୟମରେ। ଏହି କାରଣରୁ ଚୀନ୍‌‌ରେ ପ୍ରସ୍ତୁତ ବସ୍ତୁ ଅନ୍ୟ ଦେଶ ତୁଳନାରେ ଶସ୍ତା। ଉତ୍ପାଦିତ […]

ଜନଗଣନା ଅନୁସାରେ ଭାରତବର୍ଷ ପୃଥିବୀର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାବରେ ପରିଗଣିତ ହୋଇ ଚୀନ୍‌‌କୁ ପଛରେ ପକାଇଛି। ଚୀନ୍‌‌ ସଠିକ୍‌‌ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରି ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। କିନ୍ତୁ ଭାରତବର୍ଷର ଅନିୟନ୍ତ୍ରିତ ଜନବିସ୍ଫୋରଣ ଏହାର ମୁଖ୍ୟ କାରଣ। ଚୀନ୍‌‌ ଜନସଂଖ୍ୟା ଅଧିକ ହେଲେ ମଧ୍ୟ ସରକାର ଜନସମୁଦାୟର କର୍ମସଂସ୍ଥାନ କରାଇପାରିଛି ଭାରିଶିଳ୍ପ ଓ କୁଟୀରଶିଳ୍ପ ମାଧ୍ୟମରେ। ଏହି କାରଣରୁ ଚୀନ୍‌‌ରେ ପ୍ରସ୍ତୁତ ବସ୍ତୁ ଅନ୍ୟ ଦେଶ ତୁଳନାରେ ଶସ୍ତା। ଉତ୍ପାଦିତ ବସ୍ତୁ ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା ସେମାନଙ୍କ ବଜାରୀକରଣ ଯୋଜନା ଓ ସୁସଂହତ ବ୍ୟବସ୍ଥା ଚୀନ୍‌‌ ଉତ୍ପାଦକୁ ବିଶ୍ୱାଦୃତ କରିପାରିଛି। ଅନ୍ୟ ଏକ କାରଣ ହେଉଛି ସେଠାର ଶାସନ ବ୍ୟବସ୍ଥାର ଅଙ୍କୁଶ ଜନସାଧାରଣଙ୍କୁ କର୍ମଠ କରାଇବାରେ ବାଧ୍ୟ କରିଛି। କିନ୍ତୁ ଭାରତରେ ଅଧିକାଂଶ ଶ୍ରମ କାତର। ଏହି କର୍ମ ବିମୁଖତାର ମୁଖ୍ୟ କାରଣ ମାଗଣା ରାସନ୍‌‌, ଆହାର କେନ୍ଦ୍ରରେ ଶସ୍ତାରେ ଖାଦ୍ୟ ମିଳିବା। ପଶ୍ଚିମ ଓଡ଼ିଶାରେ ଗୋଟିଏ ପ୍ରବାଦ ପ୍ରଚଳିତ ଅଛି – ‘ସୁଖ ବାସିଆ’। ଏହାର ଅର୍ଥ ହେଉଛି – ଯେଉଁ ଗରିବ, ଖଟିଖିଆ, ମୂଲିଆର ଗୋଟିଏ ବେଳାର ଖାଦ୍ୟ ଅଛି, ପରବର୍ତ୍ତୀ ଓଳି କାମ ନକରି ହାଣ୍ଡିଆ ପିଇ ଶୋଇବା ଅଳସୁଆର ଲକ୍ଷଣ।

ଏତେ ସବୁ ବିପରୀତ ସ୍ଥିତିରେ ମଧ୍ୟ ଭାରତବର୍ଷ ଅର୍ଥନୀତିରେ ପୂର୍ବରୁ ଥିବା ଦଶମ ସ୍ଥାନରୁ ଉନ୍ନୀତ ହୋଇ ପଞ୍ଚମ ସ୍ଥାନରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ତୃତୀୟ ସ୍ଥାନରେ ପହଞ୍ଚିବା ଆକଳନ କରାଯାଇଛି। ତେଣୁ ଭାରତ ଏକ ଦ୍ରୁତବିକାଶଶୀଳ ଅର୍ଥ ବ୍ୟବସ୍ଥା ଦିଗରେ ଧାବମାନ। ଏହାର ମୁଖ୍ୟ କାରଣ ଭାରତର ଯୁବବର୍ଗ, ଯେଉଁମାନଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ। ସେମାନେ ଉଚ୍ଚଶିକ୍ଷିତ, କର୍ମଠ ଓ ଶରୀରରେ ପ୍ରଚୁର ଶକ୍ତି ଓ ଉତ୍ସାହ ଅଛି। ନୂଆ ନୂଆ ବସ୍ତୁ ତିଆରି କରି ଭାରତକୁ ନୂତନ ଶିଖରରେ ପହଞ୍ଚାଇବାରେ ସକ୍ଷମ କରାଇଛି। ସରକାରୀ ପ୍ରବର୍ତ୍ତିତ ଷ୍ଟାର୍ଟଅପ୍‌‌, ବିଶେଷକରି ଆଇ.ଆଇ.ଟି.- ମାଡ୍ରାସର ପୁରାତନ ଛାତ୍ରଙ୍କ(ଆଲୁମିନି) ଅନ୍ତରୀକ୍ଷ କ୍ଷେତ୍ରରେ ଗବେଷଣା ସେମାନଙ୍କୁ ସହାୟକ ହୋଇଛି ବୋଲି ନିଜନିଜ ଅନୁଭବରେ ପ୍ରକାଶ କରିଛନ୍ତି।

ପୂର୍ବରୁ ଆମ ଦେଶ ଛୁଞ୍ଚିଠାରୁ ଉଡ଼ାଯାହାଜ ପର୍ଯ୍ୟନ୍ତ ସମସ୍ତ ଜରୁରୀ ଦ୍ରବ୍ୟ ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭରଶୀଳ ଥିଲା। ଅଧୁନାତନ ଯୁବବର୍ଗ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଅନ୍ଧକାର ସ୍ଥାନର ଶିବଶକ୍ତି ବିନ୍ଦୁରେ ସ୍ଥାପନ କରି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା ଅନ୍ୟାନ୍ୟ ଉନ୍ନତ ସମସ୍ତ ବିକଶିତ ଦେଶମାନଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା। ସେହିପରି ଯୁଦ୍ଧ ସରଞ୍ଜାମ, ରକେଟ୍‌‌ ଇତ୍ୟାଦି ତିଆରି କରି ଭାରତ ଅନ୍ୟାନ୍ୟ ଦେଶକୁ ଜ୍ଞାନକୌଶଳ ବିକ୍ରି କରିବା ଆରମ୍ଭ କରିଛି, ଯାହା କିଛିବର୍ଷ ପୂର୍ବରୁ ସ୍ୱପ୍ନ ଥିଲା। ଏତଦ୍‌‌ବ୍ୟତୀତ ସୋଲାର ପ୍ୟାନେଲ୍‌‌, କରୋନା ଟୀକା, ବୈଦ୍ୟୁତିକ ଯାନ, ଉଦ୍‌‌ଯାନଚାଳିତ ରେଳଇଞ୍ଜିନ୍‌‌, ଉନ୍ନତ କୃଷି ଯନ୍ତ୍ରପାତି, ଖାଦ୍ୟ ପ୍ରଦାର୍ଥ ଆଦି ପ୍ରତି କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଛି ଭାରତ ଯୁବବର୍ଗଙ୍କ ଯୋଗୁଁଁ।

ଯୁବ ଭାରତବର୍ଷ ପ୍ରଗତିର ଗୋଟିଏ ଗୋଟିଏ ସିଡ଼ି ଅତିକ୍ରମ କରିଚାଲିଛି ଏଥିରେ ଦ୍ୱିମତ ନାହିଁ। କିନ୍ତୁ ଯୁବବର୍ଗର ଅଧିକାଂଶ ନିଶାଗ୍ରସ୍ତ। କଳାବଜାରୀ ବା ଅନୁପ୍ରବେଶକାରୀମାନଙ୍କ ଦ୍ୱାରା ଆଫ୍‌‌ଗାନିସ୍ତାନ, ବାଂଲାଦେଶ ବା ମିଅାଁମାରରୁ ଆସୁଥିବା ବ୍ରାଉନ୍‌‌ ସୁଗର/କୋକେନ୍‌‌ ବା ଦେଶରେ ପ୍ରସ୍ତୁତ ଦେଶୀ ବିଦେଶୀ ମଦ, ଗଞ୍ଜେଇ, ଅଫିମ ଆଦି ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ ମୁଖ୍ୟ କାରଣ। ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ହଜାରହଜାର କୋଟି ଟଙ୍କାର ବ୍ରାଉନ୍‌‌ସୁଗର ଜବତ ଏହାର ପ୍ରମାଣ। ପଞ୍ଜାବ ଭଳି ସୀମାବର୍ତ୍ତୀ ରାଜ୍ୟରେ ଡ୍ରଗସ୍‌‌ ମାଫିଆମାନଙ୍କର ଦୌରାତ୍ମ୍ୟ ପ୍ରବଳ। କିଛି ଲୋକ ମଦ୍ୟପାନକୁ ଆରିଷ୍ଟ୍ରୋକ୍ରାସି ଭାବିଥା’ନ୍ତି। କିଛି ଯୁବକ, ସାଥୀ ମେଳରେ ଥରେ ବା ଦୁଇଥର ସେବନ କରିବା ପରେ ଅଭ୍ୟାସଗତ ନିଶାସକ୍ତ ହୋଇଯା’ନ୍ତି। ମଦ ପିଇ ବା ନିଶାଗ୍ରସ୍ତ ଅବସ୍ଥାରେ ନିଜ ଆତ୍ମୀୟ, ପରିବାର ସଦସ୍ୟ, ନିକଟ ସମ୍ପର୍କୀୟଙ୍କୁ ହତ୍ୟା କିମ୍ୱା ଦୁଷ୍କର୍ମ କରିବାରେ ପଛାଇ ନଥା’ନ୍ତି।

ସରକାରଙ୍କ ସ୍ପଷ୍ଟୀକରଣ ଯେ ମଦ ବିକ୍ରୟରୁ ରାଜସ୍ୱ ମିଳୁଛି। ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଯେତେ ରାଜ୍ୟସ୍ୱ ମିଳୁଛି, ତା’ ଠାରୁ ବହୁ ଅଧିକ ଖର୍ଚ୍ଚ ହୁଏ ମଦ୍ୟପାନ ଜନିତ ରାସ୍ତା ଦୁର୍ଘଟଣା, ନିଶାରୁ ସୃଷ୍ଟି ହେଉଥିବା ବ୍ୟାଧିର ଚିକିତ୍ସା ଓ ଅବକାରୀ ବିଭାଗର ଦରମାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଦ ପିଇ, ମାତାଲହୋଇ ରୋଗଗ୍ରସ୍ତ ବା ଦୁର୍ଘଟଣାରେ ଅଳ୍ପ ବୟସରେ ମୃତ୍ୟୁବରଣ କଲେ ତା’ର ପରିବାର, ସ୍ତ୍ରୀ ଓ ସନ୍ତାନ ଅନାଥ ହୋଇଯା’ନ୍ତି। ଏଣୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ମଦ ରାଜ୍ୟସ୍ୱ ଜରୁରୀ କି ପରିବାର କଲ୍ୟାଣ ଜରୁରୀ ତାହା ବିଚାର କରିବାର କଥା। ଏହି କାରଣରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ନିଶାମୁକ୍ତ ଭାରତବର୍ଷ ଗଠନ ପାଇଁ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ମଦ ସମ୍ପୂର୍ଣ୍ଣ ବନ୍ଦ ହେଲେ ପୃଥିବୀର ଅଧିକାଂଶ ଜେଲ୍‌‌ ଓ ଡାକ୍ତରଖାନାର ଶଯ୍ୟା ଖାଲିପଡ଼ିବ। ତଥ୍ୟ ଅନୁସାରେ କେନ୍ଦ୍ର ସରକାରଙ୍କ ସାମାଜିକ ସଶକ୍ତୀକରଣ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ସହିତ ନିଶାମୁକ୍ତ ଭାରତ ଗଠନରେ ସହାୟତା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଅନ୍ୟ ଦିଗରେ ମଦ ନିଗମ ଦ୍ୱାରା ମଦ ବିପଣନ କରିବା ବା ପ୍ରୋତ୍ସାହନ ଦେବା ବା କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଶାମୁକ୍ତ କେନ୍ଦ୍ର ସ୍ଥାପନ ବା ନିଶାଠାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟିକରିବା ଏକ ବିପରୀତ ଧର୍ମୀ ବ୍ୟବସ୍ଥା। ତେଣୁ ସରକାରଙ୍କୁ ଅନୁରୋଧ ମଦ ନିଗମ ବନ୍ଦ କରିବା ସହ ମଦ ବା ସମସ୍ତ ପ୍ରକାର ନିଶାଦ୍ରବ୍ୟ ବିକ୍ରି ବନ୍ଦ କରି ଏବଂ ନିଜ ନିର୍ବାଚନ ସଂକଳ୍ପପତ୍ରକୁ କାର୍ଯ୍ୟକାରୀ କରନ୍ତୁ ଜନସାଧାରଣଙ୍କ ମଙ୍ଗଳ ପାଇଁ।

ଡ. ବିଜୟ କୁମାର ସ୍ୱାଇଁ
(ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନର ଉପସଭାପତି)
ମୋ: ୯୪୩୭୦୫୫୦୫୮

05 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର