ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ହତ୍ୟା: ପ୍ରେମିକ ସହ ମିଶି ସ୍ତ୍ରୀ ରଚିଲା ଭୟାନକ ଷଡ଼ଯନ୍ତ୍ର

Suryakanta Picture
Published On

ଉତ୍ତରାଖଣ୍ଡର ରାଜଧାନୀ ଦେହରାଦୁନରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପରକୀୟା ପ୍ରୀତିର ପରିଣାମ ସ୍ୱରୂପ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାରେ ପୋଲିସ ମୃତକଙ୍କ ୩୦ ବର୍ଷୀୟା ସ୍ତ୍ରୀ ମୀନା ଦେବୀ ଏବଂ ତାଙ୍କର ୨୩ ବର୍ଷୀୟ ପଡ଼ୋଶୀ ତଥା ପ୍ରେମିକ ଲଲ୍ଲନ ଶର୍ମାଙ୍କୁ ଗିରଫ କରିଛି। ମୃତକଙ୍କ ନାମ ହେଉଛି ମଦନ ମୁଖିଆ (୩୨), ଯିଏକି ମୂଳତଃ ବିହାରର ସହରସା ଜିଲ୍ଲାର ବାସିନ୍ଦା ଥିଲେ ଏବଂ ଦେହରାଦୁନର ପ୍ରେମନଗର ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲେ।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ରୋଷେୟା ତଥା ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭ ଗିରଫ

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

ପୋଲିସର ସୂଚନା ଅନୁଯାୟୀ, ଗତ ଦୁଇ ରୁ ତିନି ବର୍ଷ ହେବ ମୀନା ଦେବୀ ଏବଂ ଲଲ୍ଲନ ଶର୍ମାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ମଦନ ଓ ଲଲ୍ଲନ ଏକାଠି ଶ୍ରମିକ ଭାବେ କାମ କରୁଥିଲେ। କିଛି ଦିନ ପୂର୍ବରୁ ଲଲ୍ଲନର ମୋବାଇଲ୍ ଫୋନରେ ନିଜ ସ୍ତ୍ରୀର ଫଟୋ ଓ ଭିଡିଓ ଦେଖିବା ପରେ ମଦନ ସବୁ କଥା ଜାଣିପାରିଥିଲେ। ଏହି ବିଷୟକୁ ନେଇ ମଦନ ଉଭୟଙ୍କୁ ଧମକ ଦେବା ପରେ, ସେମାନେ ମିଶି ମଦନଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଭୟାନକ ଷଡ଼ଯନ୍ତ୍ର ରଚିଥିଲେ।

ଆହୁରି ପଢ଼ନ୍ତୁ: ଧଉଳିରେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ମଦ ପିଆଇ ଜଙ୍ଗଲରେ କଲେ ହତ୍ୟା

ପୂର୍ବ ଯୋଜନା ମୁତାବକ, ଗତ ଶୁକ୍ରବାର ସନ୍ଧ୍ୟାରେ ମୀନା ନିଜ ସ୍ୱାମୀ ମଦନଙ୍କୁ ମଦ ପିଆଇବା ବାହାନାରେ ମାଣ୍ଡୁୱାଲା ସ୍ଥିତ ଏକ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ପୂର୍ବରୁ ଲୁଚି ରହିଥିଲା ପ୍ରେମିକ ଲଲ୍ଲନ। ମଦନ ଅତ୍ୟଧିକ ନିଶାସକ୍ତ ହୋଇଯିବା ପରେ ଉଭୟେ ମିଶି ତାଙ୍କ ବେକକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ମଦନଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ଶବକୁ ଜଙ୍ଗଲର ଏକ ଖାଲରେ ଫିଙ୍ଗି ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ସିସିଟିଭି ଫୁଟେଜରୁ ଖୋଲିଲା ରହସ୍ୟ

ଶନିବାର ଦିନ ମଦନଙ୍କ ରକ୍ତାକ୍ତ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ତାଙ୍କ ଘର ମାଲିକ ସୁରେନ୍ଦ୍ର ସିଂହଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ଏବଂ ଆଖପାଖ ରାସ୍ତାର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିବା ପରେ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିଲା। ଏହା ଆଧାରରେ ରବିବାର ଦିନ ଏକ ମନ୍ଦିର ନିକଟରୁ ଲଲ୍ଲନ ଶର୍ମାକୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେ ନିଜର ଦୋଷ ସ୍ୱୀକାର କରିବା ସହ ଏଥିରେ ମଦନଙ୍କ ସ୍ତ୍ରୀର ସମ୍ପୃକ୍ତି ଥିବା ପ୍ରକାଶ କରିଥିଲା। ଏହା ପରେ ପୋଲିସ ମୀନା ଦେବୀଙ୍କୁ ମଧ୍ୟ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର