କଟକରେ ବର୍ବରତାର ସୀମା ଲଘିଂଲେ ଦୁର୍ବୁତ୍ତ : ଛାତ୍ରୀଙ୍କ ହାତଗୋଡ ବାନ୍ଧି ନିଆଁ ଲଗାଇଦେଲେ

The Sakala Picture
Published On

କଟକ: କଟକ ମାନସିଂପାଟଣା ଅଂଚଳରେ ଏକ ଭଡା ଘରେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଗୁରୁତର। ଯୁବତୀଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଯୁବତୀଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏକାଧିକ ଯୁବକ ଆସି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛନ୍ତି। ଆହତ ଯୁବତୀ ହେଉଛନ୍ତି ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ବୋଲି ସୂଚନା ମିଳିଛି। କଟକ ମଧ୍ୟ […]

କଟକ: କଟକ ମାନସିଂପାଟଣା ଅଂଚଳରେ ଏକ ଭଡା ଘରେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଗୁରୁତର। ଯୁବତୀଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଯୁବତୀଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏକାଧିକ ଯୁବକ ଆସି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛନ୍ତି। ଆହତ ଯୁବତୀ ହେଉଛନ୍ତି ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା

କଟକ ମଧ୍ୟ ଦିନ ଦ୍ୱିପ୍ରହରରେ ଏଭଳି ଏକ କାଣ୍ଡ ସମସ୍ତଙ୍କୁ ଆତଙ୍କିତ କରିଛି। ୪ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି ଘଟଣା। ସୂଚନାଅନୁସାରେ ଛାତ୍ରୀଜଣଙ୍କ ପରିବାର ଲୋକେ ପୂଜା କରିବାକୁ ମନ୍ଦିର ଯାଇଥିଲା । ଠିକ୍‌ ଏହି ସମୟରେ କିଛି ଦୁର୍ବୃତ୍ତ ଘରେ ପଶି ଯୁବତୀଙ୍କ ହାତ ଗୋଡ଼ ବାନ୍ଧିଦେଇଥିଲେ । ଏହାପରେ ବାହାର ପଟୁ ଘରର କବାଟ ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ନିକଟରେ ଥିବା ଲୋକେ ଦୌଡି ଆସିଥିଲେ , ଏବଂ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ

ତେବେ କେଉଁ କାରଣରୁ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ମୋବାଇଲ୍ ଭିଡିଓକୁ ନେଇ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।  ମେଡିକାଲରେ ଚିକିତ୍ସାଧୀନ ଯୁବତୀଙ୍କ ବୟାନ ଆଧାରରେ ଘଟଣାରେ ତଦନ୍ତ ଆଗକୁ ବଢିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp