ପୁଣି ବିଗିଡିବ ବିଶ୍ବ ଅର୍ଥନୀତି: ୨୦୨୨ରେ ୪.୧ % ଖସିବ ଜିଡିପି

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ଵରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଏହା ଯୋଗୁଁ ବିଶ୍ବ ଅର୍ଥନୀତି ପୁଣିଥରେ ପ୍ରଭାବିତ ହେବାକୁ ଯାଉଛି। ୨୦୧୯ରେ ପ୍ରଥମେ ଦେଖାଯାଇଥିବା କରୋନା ମହାମାରୀକୁ ନେଇ ୨୦୨୦ରେ ବିଶ୍ବ ଅର୍ଥନୀତି ଏକପ୍ରକାର ଠପ୍ ହୋଇପଡ଼ିଥିଲା । ଉତ୍ପାଦନ ଠାରୁ ଆରମ୍ଭ କରି ଆମଦାନୀ, ରପ୍ତାନି, ପରିବହନ ଏବଂ ନିଯୁକ୍ତି ପ୍ରାୟ ସବୁ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ ବିଶ୍ବ ଜିଡିପି ତଳମୁହାଁ […]

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ଵରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଏହା ଯୋଗୁଁ ବିଶ୍ବ ଅର୍ଥନୀତି ପୁଣିଥରେ ପ୍ରଭାବିତ ହେବାକୁ ଯାଉଛି। ୨୦୧୯ରେ ପ୍ରଥମେ ଦେଖାଯାଇଥିବା କରୋନା ମହାମାରୀକୁ ନେଇ ୨୦୨୦ରେ ବିଶ୍ବ ଅର୍ଥନୀତି ଏକପ୍ରକାର ଠପ୍ ହୋଇପଡ଼ିଥିଲା । ଉତ୍ପାଦନ ଠାରୁ ଆରମ୍ଭ କରି ଆମଦାନୀ, ରପ୍ତାନି, ପରିବହନ ଏବଂ ନିଯୁକ୍ତି ପ୍ରାୟ ସବୁ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ ବିଶ୍ବ ଜିଡିପି ତଳମୁହାଁ ହୋଇଥିଲା। ହେଲେ ପରବର୍ତୀ ସମୟରେ ଅର୍ଥାତ୍ ୨୦୨୧ରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିବା ସହିତ ଅର୍ଥନୀତି ସୁଧୁରିଥିବା ବେଳେ ଏହି ବର୍ଷରେ ଜଡିପି ୫.୫ ପ୍ରତିଶତରେ ପହଞ୍ଚିଥିଲା। କିନ୍ତୁ ୨୦୨୧ ଶେଷ ଭାଗରେ ଓମିକ୍ରନ ପୁଣି ସଂକ୍ରମଣ ବଢାଇଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ସାରା ବିଶ୍ବକୁ ଗ୍ରାସିଛି । ଯାହାକୁ ନେଇ ପୁଣିଥରେ ବିଶ୍ବ ଅର୍ଥନୀତି ଭାରୀ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଓମିକ୍ରନ ପ୍ରଭାବକୁ ନେଇ ବର୍ତ୍ତମାନ ବିଶ୍ବରେ ଚତୁର୍ଥ ଲହର ଦେଖାଯାଇଥିବା ବେଳେ ଏହାପ୍ରଭାବରେ ମୁଦ୍ରାଙ୍ଗୀତି ବଢିବା ସହିତ ରଣଭାର ମଧ୍ୟ ବୃଦ୍ଧି ପାଉଛି। ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଅସମାଞ୍ଜସ୍ୟତା ହେତୁ ଅନେକ ରାଷ୍ଟ୍ରର ଆୟ ହାର ମଧ୍ୟ ହ୍ରାସ ପାଉଛି। ଏହାଦ୍ବାରା ହାରାହାରି ଭାବେ ବିଶ୍ବ ଉତ୍ପାଦନ କମିବା ସହିତ ଜିଡିପି ମଧ୍ୟ ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୨୦୨୧ରେ ବିଶ୍ବ ଜିଡିପି ୫.୫ ପ୍ରତିଶତ ରହିଥିଲା ବେଳେ ୨୦୨୨ରେ ଏହା ୪.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

୨୦୨୦ରୁ ଲଗାତର ଭାବେ କରୋନା ପ୍ରଭାବ ଲାଗି ରହିଛି। ଯାହାକୁ ନେଇ ବିଶ୍ବସ୍ତରରେ ଅର୍ଥନୀତି ବ୍ୟବସ୍ଥାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ଦିଗରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଗୋଟିଏ ପକ୍ଷରେ ମହାମାରୀ ରୋକିବାକୁ ବିତ୍ତଶାଳୀ ରାଷ୍ଟ୍ରମାନଙ୍କ ପକ୍ଷରୁ ପର୍ଯ୍ୟାପ୍ତ ହାରରେ ଅର୍ଥ ବିନିଯୋଗ କରିବାକୁ ପଡ଼ୁଥିବା ବେଳେ ଅନ୍ୟ ଦିଗ ଉପରେ ଗୁରୁତ୍ବ ଦେବା ସମ୍ଭବପର ହୋଇପାରୁ ନାହିଁ। ସେହିପରି ଅସାମଞ୍ଜସ୍ୟତା ଏବଂ ସୁରକ୍ଷାଜନିତ ଚାଲେଞ୍ଜ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି। ଯାହାକୁ ନେଇ ଏବେ ବିଶ୍ବ ଅର୍ଥନୀତି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଶ୍ବବ୍ୟାଙ୍କ ଗ୍ରୁପ ସଭାପତି ଡେଭିଡ୍ ମାଲପାସ କହିଛନ୍ତି। ଏହାକୁ ମୁକାବିଲା କରିବାକୁ ହେଲେ ଆନ୍ତର୍ଜାତିକ ସ୍ତରରେ ସାମୂହିକ ପ୍ରୟାସ କରିବାକୁ ପଡ଼ିବ। ବିଶେଷକରି ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବା ସହିତ ସାମୂହିକ ଉଦ୍ୟମ ଦ୍ବାରା ଅଭିବୃଦ୍ଧି ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଯାଇ ପୂର୍ବ ସ୍ଥିତି ହାସଲ କରାଯାଇପାରିବ ବୋଲି ମାଲପାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

13 Jan 2022 By The Sakala

ପୁଣି ବିଗିଡିବ ବିଶ୍ବ ଅର୍ଥନୀତି: ୨୦୨୨ରେ ୪.୧ % ଖସିବ ଜିଡିପି

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ଵରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଏହା ଯୋଗୁଁ ବିଶ୍ବ ଅର୍ଥନୀତି ପୁଣିଥରେ ପ୍ରଭାବିତ ହେବାକୁ ଯାଉଛି। ୨୦୧୯ରେ ପ୍ରଥମେ ଦେଖାଯାଇଥିବା କରୋନା ମହାମାରୀକୁ ନେଇ ୨୦୨୦ରେ ବିଶ୍ବ ଅର୍ଥନୀତି ଏକପ୍ରକାର ଠପ୍ ହୋଇପଡ଼ିଥିଲା । ଉତ୍ପାଦନ ଠାରୁ ଆରମ୍ଭ କରି ଆମଦାନୀ, ରପ୍ତାନି, ପରିବହନ ଏବଂ ନିଯୁକ୍ତି ପ୍ରାୟ ସବୁ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ ବିଶ୍ବ ଜିଡିପି ତଳମୁହାଁ ହୋଇଥିଲା। ହେଲେ ପରବର୍ତୀ ସମୟରେ ଅର୍ଥାତ୍ ୨୦୨୧ରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିବା ସହିତ ଅର୍ଥନୀତି ସୁଧୁରିଥିବା ବେଳେ ଏହି ବର୍ଷରେ ଜଡିପି ୫.୫ ପ୍ରତିଶତରେ ପହଞ୍ଚିଥିଲା। କିନ୍ତୁ ୨୦୨୧ ଶେଷ ଭାଗରେ ଓମିକ୍ରନ ପୁଣି ସଂକ୍ରମଣ ବଢାଇଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ସାରା ବିଶ୍ବକୁ ଗ୍ରାସିଛି । ଯାହାକୁ ନେଇ ପୁଣିଥରେ ବିଶ୍ବ ଅର୍ଥନୀତି ଭାରୀ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଓମିକ୍ରନ ପ୍ରଭାବକୁ ନେଇ ବର୍ତ୍ତମାନ ବିଶ୍ବରେ ଚତୁର୍ଥ ଲହର ଦେଖାଯାଇଥିବା ବେଳେ ଏହାପ୍ରଭାବରେ ମୁଦ୍ରାଙ୍ଗୀତି ବଢିବା ସହିତ ରଣଭାର ମଧ୍ୟ ବୃଦ୍ଧି ପାଉଛି। ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଅସମାଞ୍ଜସ୍ୟତା ହେତୁ ଅନେକ ରାଷ୍ଟ୍ରର ଆୟ ହାର ମଧ୍ୟ ହ୍ରାସ ପାଉଛି। ଏହାଦ୍ବାରା ହାରାହାରି ଭାବେ ବିଶ୍ବ ଉତ୍ପାଦନ କମିବା ସହିତ ଜିଡିପି ମଧ୍ୟ ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୨୦୨୧ରେ ବିଶ୍ବ ଜିଡିପି ୫.୫ ପ୍ରତିଶତ ରହିଥିଲା ବେଳେ ୨୦୨୨ରେ ଏହା ୪.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।

୨୦୨୦ରୁ ଲଗାତର ଭାବେ କରୋନା ପ୍ରଭାବ ଲାଗି ରହିଛି। ଯାହାକୁ ନେଇ ବିଶ୍ବସ୍ତରରେ ଅର୍ଥନୀତି ବ୍ୟବସ୍ଥାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ଦିଗରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଗୋଟିଏ ପକ୍ଷରେ ମହାମାରୀ ରୋକିବାକୁ ବିତ୍ତଶାଳୀ ରାଷ୍ଟ୍ରମାନଙ୍କ ପକ୍ଷରୁ ପର୍ଯ୍ୟାପ୍ତ ହାରରେ ଅର୍ଥ ବିନିଯୋଗ କରିବାକୁ ପଡ଼ୁଥିବା ବେଳେ ଅନ୍ୟ ଦିଗ ଉପରେ ଗୁରୁତ୍ବ ଦେବା ସମ୍ଭବପର ହୋଇପାରୁ ନାହିଁ। ସେହିପରି ଅସାମଞ୍ଜସ୍ୟତା ଏବଂ ସୁରକ୍ଷାଜନିତ ଚାଲେଞ୍ଜ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି। ଯାହାକୁ ନେଇ ଏବେ ବିଶ୍ବ ଅର୍ଥନୀତି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଶ୍ବବ୍ୟାଙ୍କ ଗ୍ରୁପ ସଭାପତି ଡେଭିଡ୍ ମାଲପାସ କହିଛନ୍ତି। ଏହାକୁ ମୁକାବିଲା କରିବାକୁ ହେଲେ ଆନ୍ତର୍ଜାତିକ ସ୍ତରରେ ସାମୂହିକ ପ୍ରୟାସ କରିବାକୁ ପଡ଼ିବ। ବିଶେଷକରି ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବା ସହିତ ସାମୂହିକ ଉଦ୍ୟମ ଦ୍ବାରା ଅଭିବୃଦ୍ଧି ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଯାଇ ପୂର୍ବ ସ୍ଥିତି ହାସଲ କରାଯାଇପାରିବ ବୋଲି ମାଲପାସ କହିଛନ୍ତି।

https://www.thesakala.in/business/global-gdp-drop-to-4-1-amid-surge-in-covid-variants/article-8395
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp