ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ: ବିଜେଡି

The Sakala Picture
Published On

ଭୁବନେଶ୍ୱର : ଗତ ୧ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପରିସଂଖ୍ୟାନ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ବିଜୁ ଜନତା ଦଳ କହିଛି। ଆଜି ଏକ ପ୍ରେସ୍‌ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ। ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଓଡ଼ିଶା ୨୦୨୩-୨୪ ବର୍ଷରେ ଶ୍ରେଷ୍ଠ ନିବେଶଯୋଗ୍ୟ ରାଜ୍ୟ ଭାବେ କେନ୍ଦ୍ର […]

ଭୁବନେଶ୍ୱର : ଗତ ୧ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପରିସଂଖ୍ୟାନ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ବିଜୁ ଜନତା ଦଳ କହିଛି। ଆଜି ଏକ ପ୍ରେସ୍‌ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ।

ଆହୁରି ପଢ଼ନ୍ତୁ: ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଓଡ଼ିଶା ୨୦୨୩-୨୪ ବର୍ଷରେ ଶ୍ରେଷ୍ଠ ନିବେଶଯୋଗ୍ୟ ରାଜ୍ୟ ଭାବେ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ଦ୍ୱାରା ଏବଂ ୨୦୨୨-୨୩ ବର୍ଷରେ ଦ୍ୱିତୀୟ ସର୍ବାଧିକ ନିବେଶ ଆକୃଷ୍ଟକାରୀ ରାଜ୍ୟ ଭାବେ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୨୦୨୩-୨୪ ବର୍ଷରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସ୍ୱଚ୍ଛ ନୀତି ଫଳରେ ଓଡ଼ିଶା ଇସ୍ପାତ ଉତ୍ପାଦନରେ ୧୫ ଗୁଣା, ସିମେଣ୍ଟରେ ୨୨ ଗୁଣା, ଆଲୁମିନିୟମରେ ୭.୫ ଗୁଣା ଓ ଶକ୍ତି ଉତ୍ପାଦନରେ ୩.୫ ଗୁଣା ଅଭିବୃଦ୍ଧି ହାସଲ କରିପାରିଥିଲା।

ଆହୁରି ପଢ଼ନ୍ତୁ: ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଅପରପକ୍ଷରେ ଡବଲ ଇଞ୍ଜିନ ସରକାର ଆସିବା ପରଠାରୁ ଗତ ୧ ବର୍ଷ ମଧ୍ୟରେ ଓଡ଼ିଶା ପ୍ରତି ନିବେଶକଙ୍କ ଆସ୍ଥା ଓ ଭରସା କମିଯାଉଥିବା ପରିଲକ୍ଷିତ ହେଉଛି। ୪୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କଟକର ନରାଜ ଠାରେ ପ୍ରତିଷ୍ଠା ହେବାକୁ ଥିବା ଜେଏସ୍‌ଡବ୍ଲୁର ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ଆଜି ମହାରାଷ୍ଟ୍ର ମୁହାଁ। କେନ୍ଦ୍ରାପଡ଼ା ଜିଲ୍ଲାରେ ହେବାକୁ ଥିବା ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ ଆନ୍ଧ୍ରକୁ ଚାଲିଯିବା ଏକପ୍ରକାର ନିଶ୍ଚିତ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି। ଭୁବନେଶ୍ୱରର ଅନ୍ଧାରୁଆ ଠାରେ ଭାରତ ବାୟୋଟେକ୍‌ର ଟୀକା ଉତ୍ପାଦନ କେନ୍ଦ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଥିଲେ ମଧ୍ୟ, ରାଜ୍ୟ ନେତୃତ୍ୱ ଉପରେ ଭରସା କରିନପାରି ଅନ୍ୟ ରାଜ୍ୟକୁ ଚାଲିଯିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ଆକ୍ଟ ପ୍ରସଙ୍ଗ: ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ ବୋଲି କହିଲା ବିଜେଡି

ବିଜେଡି ସରକାର ସମୟରେ ନବୀନ ବାବୁଙ୍କ ନେତୃତ୍ୱ ଉପରେ ଭରସା କରି ଅନେକ ନିବେଶକ ଓଡ଼ିଶାରେ ନିବେଶ କରିବା ସକାଶେ ଆକୃଷ୍ଟ ହେଉଥିଲେ। କିନ୍ତୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଓ ଦିଗହରା ଶାସନ ବ୍ୟବସ୍ଥା ଲାଗି ନିବେଶକମାନେ ଓଡ଼ିଶାରୁ ମୁହଁ ଫେରାଇ ନେଉଛନ୍ତି। ଏଭଳି ସ୍ଥିତିରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ନିଜ ପିଠି ନିଜେ ଥାପୁଡେ଼ଇବା ପରିବର୍ତ୍ତେ ନବୀନ ସରକାର ଅମଳରେ ହୋଇଥିବା ଓଡ଼ିଶା ବିକାଶର ଧାରାକୁ ପ୍ରତିବଦ୍ଧତାର ସହ ଆଗକୁ ବଢ଼ାନ୍ତୁ ବୋଲି ଡ଼ ମହାନ୍ତି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର