ଭୟାତୁର ହୋଇ ଅସ୍ତ୍ରବିରତି କରିବାକୁ ବାଧ୍ୟହୋଇଛି ପାକିସ୍ତାନ
ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନର ବହୁ ସାମରିକ ଘାଟିକୁ ନିଶାଣ କରି ଆକ୍ରମଣ କରିବା ଏବଂ ଏଥିରେ ସଫଳତା ହାସଲ କରିବା ଘଟଣା ପ୍ରମାଣିତ ହୋଇସାରିଛି। ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଉପଗ୍ରହ ଚିତ୍ରରୁ ଏହାର ପ୍ରମାଣ ହସ୍ତଗତ ହୋଇଥିବାରୁ ଭାରତୀୟ ସେନାର ଲକ୍ଷଭେଦୀ ଆକ୍ରମଣକୁ ନେଇ ବହୁ ପାଶ୍ଚାତ୍ୟ ସାମରିକ ବିଶେଷଜ୍ଞ ଭାରତୀୟ ସେନାକୁ ପରାକ୍ରମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଅପରେସନ ସିନ୍ଦୂରକୁ ନେଇ ଭାରତ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ବିଜୟ […]
ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନର ବହୁ ସାମରିକ ଘାଟିକୁ ନିଶାଣ କରି ଆକ୍ରମଣ କରିବା ଏବଂ ଏଥିରେ ସଫଳତା ହାସଲ କରିବା ଘଟଣା ପ୍ରମାଣିତ ହୋଇସାରିଛି। ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଉପଗ୍ରହ ଚିତ୍ରରୁ ଏହାର ପ୍ରମାଣ ହସ୍ତଗତ ହୋଇଥିବାରୁ ଭାରତୀୟ ସେନାର ଲକ୍ଷଭେଦୀ ଆକ୍ରମଣକୁ ନେଇ ବହୁ ପାଶ୍ଚାତ୍ୟ ସାମରିକ ବିଶେଷଜ୍ଞ ଭାରତୀୟ ସେନାକୁ ପରାକ୍ରମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଅପରେସନ ସିନ୍ଦୂରକୁ ନେଇ ଭାରତ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ବିଜୟ ହାସଲ କରିଛି ବୋଲି ପେଣ୍ଟାଗନର ପୂର୍ବତନ ବରିଷ୍ଠ ଅଧିକାରୀ ଏବଂ ସାମରିକ ବିଶେଷଜ୍ଞ ମାଇକେଲ ରୁବିନ କହିଛନ୍ତି। ଭାରତୀୟ ସେନା ଆକ୍ରଣରେ ପାକିସ୍ତାନର ପ୍ରଭୂତ କ୍ଷତି ଘଟିବା ପରେ ପାକିସ୍ତାନ ସେନା ଅତ୍ୟନ୍ତ ଭୟାତୁର ହୋଇ ଅସ୍ତ୍ରବିରତି ଘୋଷଣା କରିବାକୁ ବାଧ୍ୟ ହୋଇଛି ବୋଲି ସେ କହିଛନ୍ତି। ଏପରିକି ପାକିସ୍ତାନର ସେନାର ଭୟାତୁର ସ୍ଥିତିକୁ ସେ ଏକ ଗଳି କୁକୁର ଲାଞ୍ଜ ଜାକି ପଳାଇବା ସହିତ ତୁଳନା କରିଛନ୍ତି। ଏହାଛଡ଼ା ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ଲଢେଇକୁ ନେଇ ଭାରତ କୂଟନୈତିକ ସ୍ତରରେ ମଧ୍ୟ ବିଜୟୀ ହୋଇଛି ବୋଲି ମାଇକେଲ କହିଛନ୍ତି। ଆତଙ୍କବାଦକୁ ନେଇ ପାକିସ୍ତାନ ବାସ୍ତବତା ଠାରୁ ଦୂରେଇ ପାରିବନି ବୋଲି ସେ କହିଛନ୍ତି।
ସେହିପରି ଅନ୍ୟତମ ସାମରିକ ବିଶେଷଜ୍ଞ ଟମ୍ କୁପର ମଧ୍ୟ ଭାରତୀୟ ବାୟୁସେନାର ଦକ୍ଷତାକୁ ପ୍ରଶାଂସା କରି ନିଜ ସୀମା ଭିତରେ ରହି ପାକିସ୍ତାନକୁ ଯେଭଳି କ୍ଷତି ପହଞ୍ଚାଇଛି ତାହା ଭାରତୀୟ ବାୟୁ ସେନାର ପରାକ୍ରମକୁ ପ୍ରତିପାଦିତ କରିଛି ବୋଲି କହିଛନ୍ତି। ଏବେ ଅପରେସନ ସିନ୍ଦୂର ସ୍ଥଗିତ ରହିଥିଲା ବେଳେ ସୀମାରେ ଡ୍ରୋନ କିମ୍ବା ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ଆଉ ଶୁଭୁ ନାହିଁ। ଏହାକୁ ନେଇ ସୀମାନ୍ତ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ହେବାକୁ ଲାଗିଛି। ଅପରେସନ ସିନ୍ଦୂର ବେଳେ ଭାରତ-ପାକିସ୍ତାନ ସୀମାରେ ଗତ କିଛି ଦିନ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ସହିତ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା। ହେଲେ ଏବେ ସ୍କୁଲ, କଲେଜ ଖୋଲିବା ସହିତ ଦୋକାନ ବଜାର ମଧ୍ୟ ସ୍ବାଭାବିକ ହୋଇଛି। ଲୋକମାନେ ସ୍ବାଭାବିକ ଭାବେ ଘରୁ ବାହାରି ସେମାନଙ୍କ କାର୍ଯ୍ୟସ୍ଥଳକୁ ଯାଉଥିବା ଦେଖାଯାଇଛି।