ଆଗାମୀ ୩ ଘଣ୍ଟା ସତର୍କ ରୁହନ୍ତୁ, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

The Sakala Picture
Published On

ଭୁବନେଶ୍ବର : ଆଗାମୀ ୩ ଘଣ୍ଟା ଭିତରେ ନୟାଗଡ଼, ଖୋର୍ଦ୍ଧା,କଟକ,ଭୁବନେଶ୍ୱରୀ, ପୁରୀ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦ୍ରପଡ଼ା, ଭଦ୍ରକ ଓ ମାଲାକନଗିରି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହି ସମୟରେ ଉପରୋକ୍ତ ଅଞ୍ଚଳରେ ୩୦-୪୦ କିଲୋମିଟର ବେଗରେ ପବନ ବି ବହିବ । ଏଣୁ ଏହି ସବୁ ଅଞ୍ଚଳକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ରାଜ୍ୟକୁ ଯେଉଁ ଗତିରେ […]

ଭୁବନେଶ୍ବର : ଆଗାମୀ ୩ ଘଣ୍ଟା ଭିତରେ ନୟାଗଡ଼, ଖୋର୍ଦ୍ଧା,କଟକ,ଭୁବନେଶ୍ୱରୀ, ପୁରୀ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦ୍ରପଡ଼ା, ଭଦ୍ରକ ଓ ମାଲାକନଗିରି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହି ସମୟରେ ଉପରୋକ୍ତ ଅଞ୍ଚଳରେ ୩୦-୪୦ କିଲୋମିଟର ବେଗରେ ପବନ ବି ବହିବ । ଏଣୁ ଏହି ସବୁ ଅଞ୍ଚଳକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁରଠାରୁ ୨୨୦ କି.ମି ଦୂରରେ ଅବପାତ: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳକୁ ଗଭୀର ଅବପାତର ଆଲର୍ଟ

ସେପଟେ ରାଜ୍ୟକୁ ଯେଉଁ ଗତିରେ ମୌସୁମୀ ଆସୁଥିଲା ସେଥିରେ ଏବେ ବ୍ରେକ୍‌ ଲାଗିଛି। ଆଉ ଆଗକୁ ବଢ଼ୁନି। ପ୍ରାୟ ଦୁଇ ସପ୍ତାହ ଧରି ଏମିତି ସ୍ଥାଣୁ ହୋଇ ରହିବ ମୌସୁମୀ। ଫଳରେ, ଆଗକୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ, ମୌସୁମୀ ଓଡ଼ିଶା ଛୁଇଁବାର ମାସେରୁ ଦେଢ଼ମାସ ପରେ ଏପରି ସ୍ଥିତି ଅର୍ଥାତ୍‌ ‘ମୌସୁମୀ ବ୍ରେକ୍‌’ ହେଉଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସ୍ଥିତି ସୃଷ୍ଟି ହେବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ପାଣିପାଗ ବିଜ୍ଞାନୀମାନେ ଚେତାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: MMDR ଆକ୍ଟ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ

ମୌସୁମୀ ବ୍ରେକ୍‌ ମଧ୍ୟରେ ସବୁଠୁ ବଡ଼ କଥା ହେଉଛି ବିଜୁଳି ଘଡ଼ିଘଡ଼ି ସମସ୍ୟା। କାରଣ ମୌସୁମୀ ବିରତି ସମୟରେ ବିଜୁଳି ଘଡ଼ିଘଡ଼ି ପାଇଁ ସ୍ଥିତି ଅନୁକୂଳ ରହିଥାଏ ଓ ଏହାର ମାତ୍ରା ବୃଦ୍ଧି ପାଏ। ମୌସୁମୀ ଦୁର୍ବଳ ଯୋଗୁଁ ବର୍ଷାର ପରିମାଣ କମିଥାଏ ଓ ତାପମାତ୍ରା ବୃଦ୍ଧି ହୁଏ। ଏହି ସମୟରେ ବଙ୍ଗୋପସାଗରରୁ ରାଜ୍ୟକୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ବଜ୍ରପାତ ସୃଷ୍ଟି କରିଥାଏ। ଯେହେତୁ ରାଜ୍ୟରେ ଗଲା କିଛି ଦିନ ମଧ୍ୟରେ ଭଲ ବର୍ଷା ହୋଇଛି, ତେଣୁ ଚାଷ କାମ ପାଇଁ ଚାଷୀମାନେ କ୍ଷେତରେ ରହିବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଚାଷୀଙ୍କ ପାଇଁ ବଜ୍ରପାତର ଅଧିକ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ; ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବନ୍ୟାଜଳରେ ବିଚ୍ଛିନ୍ନ ଅନେକ ଅଞ୍ଚଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର