ମାଛ ଧରିବା ହେଲା କାଳ: କୋଲାବ ନଦୀ ସ୍ରୋତରେ ଭାସି ଶିକ୍ଷକ ନଖୋଜ

Madhusudan Das Picture
Published On

କୋରାପୁଟ: ମାଛ ଧରୁଥିବା ବେଳେ ଭାସିଗଲେ ଶିକ୍ଷକ । ଉଦ୍ଧାର ପାଇଁ ଜାରି ରହିଛି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍‌ର ଅପରେସନ୍। ମାଛ ଧରିବାକୁ ଯାଇଥିବା ବେଳେ କୋଲାବ ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଶିକ୍ଷକଙ୍କ ନାମ ଭୀମାଧର ନାୟକ ଏବଂ ସେ ବଙ୍ଗଳାଗୁଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ସେ ମାଛଲିପୁଟ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।

ଆହୁରି ପଢ଼ନ୍ତୁ: ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଶ୍ରୀ ନାୟକ ନିଜର ଜଣେ ସାଙ୍ଗଙ୍କ ସହ କୋଲାବ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ସେମାନେ କୋରାପୁଟ-ଦାମନଯୋଡ଼ି ରାସ୍ତାର ଇଣ୍ଟେକ୍ ରୋଡ୍ ନିକଟସ୍ଥ ନଦୀ କୂଳରେ ଥିବା ବେଳେ ହଠାତ୍ ନଦୀର ପ୍ରବଳ ସ୍ରୋତ ଆସିଯାଇଥିଲା। ଏହି ସ୍ରୋତରେ ଭୀମାଧର ନାୟକ ଭାସି ଯାଇଥିଲେ। ତାଙ୍କ ସାଙ୍ଗ କୌଣସି ମତେ ପହଁରି ପହଁରି କୂଳକୁ ଆସି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ, କିନ୍ତୁ ଶ୍ରୀ ନାୟକଙ୍କର କୌଣସି ପତ୍ତା ମିଳିନଥିଲା।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା : IMDର ସତର୍କ ସୂଚନା ଜାରି

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ଶିକ୍ଷକଙ୍କୁ ଖୋଜିବା ପାଇଁ ତଲାସି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ନଦୀରେ ପ୍ରବଳ ଜଳସ୍ରୋତ ଥିବାରୁ ଉଦ୍ଧାରକାରୀ ଦଳ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣା ପରେ ଶ୍ରୀ ନାୟକଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଶେଷ ରିପୋର୍ଟ ସୁଦ୍ଧା ଉଦ୍ଧାରକାରୀ ଦଳ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ନିକଟରେ ଟ୍ରେନ୍ ଦୁର୍ଘଟଣା: ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଯୁବକଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର