Friday Horoscope: ଶୁକ୍ରବାର ରାଶିଫଳ (୨୫-୦୯-୨୦୨୬)

Madhusudan Das Picture
Published On

ମେଷ: ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ। କିଛି କ୍ଷେତ୍ରରେ ଅସଫଳ ରହିବେ। କାଳୀ ମା’ଙ୍କ ପୂଜା କରନ୍ତୁ। ନୂଆ ଯୋଜନା ପାଇଁ ଉପଯୁକ୍ତ ସମୟ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ। ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିବ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟରେ ଉନ୍ନତି ହେବ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୨୨-୦୯-୨୦୨୬)

ମିଥୁନ: ବ୍ୟବସାୟରୁ ଲାଭ ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସନ୍ତାନଙ୍କ ସହଯୋଗ ପ୍ରାପ୍ତ ହେବ। ଋଣ ସମସ୍ୟା ଦୂର ହେବ। ଧାର୍ମିକ ଯାତ୍ରା କରିପାରନ୍ତି। ପ୍ରେମ ଜୀବନ ସୁଖମୟ ହେବ। 

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୨୩-୦୯-୨୦୨୬)

କର୍କଟ: କାର୍ଯ୍ୟ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ଚିନ୍ତାଜନକ ହେବ। କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ। 

ସିଂହ: କର୍ମଚଞ୍ଚଳ ରହିବେ। ମନ ଖୁସି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ବ୍ୟବସାୟରୁ ଲାଭ ମିଳିବ। ଚାକିରିରେ ପଦୋନ୍ନତି ହେବ। 

କନ୍ୟା: ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ବିରୋଧୀଙ୍କଠାରୁ ଦୂରେଇ ରୁହନ୍ତୁ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହେବ। ଆୟର ନୂଆ ମାର୍ଗ ଉନ୍ମୋଚନ ହେବ। 

ତୁଳା: ବ୍ୟବସାୟ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁକୂଳ ସମୟ। ବ୍ୟାୟାମ, ଯୋଗ, ଉଚ୍ଚଶିକ୍ଷା, ଧ୍ୟାନ ଆଦି ପ୍ରତି ରୁଚି ବଢ଼ିବ। ଶୁଭ ସମ୍ବାଦ ମିଳିବ। ପରିବାର ସହିତ ସମୟ ଅତିବାହିତ କରିବେ। 

ବିଛା: ଧନ ବୃଦ୍ଧି ସହ ଅର୍ଥ ସଞ୍ଚୟ କରିବେ। ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ଦିନଟିରେ ଖୁସି ରହିବେ। ଦୂର ସ୍ଥାନକୁ ଯାତ୍ରା କରିବେ ଏବଂ ଖର୍ଚ୍ଚାନ୍ତ ହେବେ। 

ଧନୁ: ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଅଧ଄କ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭଲ କାର୍ଯ୍ୟ ଯୋଗୁଁ ସମାଜରେ ପ୍ରତିଷ୍ଠା ବଢ଼ିବ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ସାମିଲ କରିବେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। 

ମକର: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ। କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପ୍ରତିଯୋଗୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। 

କୁମ୍ଭ: ବ୍ୟବସାୟକୁ ମଜଭୁତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ। 

ମୀନ: କଳା, ମନୋରଞ୍ଜନ ପ୍ରତି ଆଗ୍ରହ ବଢ଼ିବ। ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ମାମଲାରେ କିଛି ନୂଆ ନିଷ୍ପତ୍ତି ନେବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp