ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ, ଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

The Sakala Picture
Published On

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ  ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଗତକାଲି ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୭ଟି ବିଭାଗ ‘ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ’ର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 1. ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ […]

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ  ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଗତକାଲି ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୭ଟି ବିଭାଗ ‘ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ’ର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

1. ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ଏହି ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ସୁବିଧା ପାଇବେ । ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ, ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ । ଏହା ଦ୍ଵାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ । ରାଜ୍ୟ କ୍ୟାବିନେଟ୍ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବାବଦକୁ ୫ ବର୍ଷ, ଅର୍ଥାତ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୭ ହଜାର ୧୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

2. ଖଣି ଅଞ୍ଚଳରେ ରହୁଥିବା ପରିବାର ମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏହି ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (DMF) ଗଠନ କରାଯାଇଥିଲା । ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଅଛି । ଏହି ବ୍ୟବସ୍ଥା ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି । ଏହି ସଂଶୋଧନରେ ଅନେକ ନୂତନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହୋଇଛି ଯାହା ଏ ପର୍ଯ୍ୟନ୍ତ ଉପଲବ୍ଧ ନଥିଲା । ଏହା ଦ୍ଵାରା ଖଣି ଅଞ୍ଚଳରେ ପ୍ରଭାବିତ ପରିବାର ବର୍ଗ ବହୁ ମାତ୍ରାରେ ଉପକୃତ ହେବେ। ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ DMF ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ଏହାକୁ ଅନ୍ୟ କେହି ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ । ସେହିପରି ଖଣି ପ୍ରଭାବିତ ପରିବାରର ସ୍ୱାର୍ଥରକ୍ଷା ପାଇଁ ପୂର୍ବ ନିୟମ ତୁଳନାରେ ଅନେକ ଉନ୍ନତି କରାଯାଇଛି । ଏହା ଦ୍ୱାରା ପରିବାର ଗୁଡ଼ିକୁ ଲାଭଜନକ ଜୀବିକା, ଦକ୍ଷତା ବିକାଶ, କୃଷି ସହାୟତା ଇତ୍ୟାଦି ମିଳିପାରିବ । ସଂଶୋଧିତ ନିୟମାବଳୀ ଅନୁସାରେ ସିଧାସଳଖ ପ୍ରଭାବିତଅଞ୍ଚଳ ସୀମା ୧୦ କିଲୋମିଟରରୁ ବୃଦ୍ଧି କରି ୧୫ କିଲୋମିଟରକୁ କରାଯାଇଛି। ସେହିପରି ପରୋକ୍ଷ ପ୍ରଭାବିତଅଞ୍ଚଳର ସର୍ବାଧିକ ସୀମା ୨୫ କିଲୋମିଟରରେ ସୀମିତ ରଖାଯାଇଛି । ଏହି ପାଣ୍ଠି ସେହି ଲୋକମାନଙ୍କ ପାଇଁ ବ୍ୟବହୃତ ହେବ, ଯେଉଁ ମାନେ ପ୍ରକୃତରେ ଖଣି ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ପ୍ରତିକୂଳ ଭାବେ ପ୍ରଭାବିତ ହୁଅନ୍ତି। କ୍ୟାବିନେଟ୍ ଏହି ସନ୍ଦର୍ଭରେ ଏକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇଛନ୍ତି। ଖଣି-ଖାଦାନ ସୀମାଠାରୁ ପାଞ୍ଚ କିଲୋମିଟର ଅଞ୍ଚଳ ମଧ୍ୟରେ DMF ପାଣ୍ଠି ଦ୍ୱାରା ସ୍ଥିର କରାଯାଇଥିବା ସମସ୍ତ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ସାଚୁରେସନ୍ ମୋଡରେ କରାଯିବ ।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

3. ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିନ ହୋଇଛି। କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଯେ, ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ । ଏହା ଦ୍ୱାରା ୨୦୨୦ ମସିହାର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ ।

4. ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସମଗ୍ର ଓଡ଼ିଶାରେ ରାସ୍ତା ନେଟୱାର୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପାଇଁ ପରିକଳ୍ପନା କରାଯାଇଛି । ଏହି ନୀତି ଏକ ଗୁଣାତ୍ମକ ସଡ଼କ ନେଟୱାର୍କ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ, ଯାହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଏବଂ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବ।

5. ରାଜ୍ୟର ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ରକ୍ଷଣା ବେକ୍ଷଣ ଅତ୍ୟନ୍ତ ଜରୁରୀ।  ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ ସୁଗମ ଏବଂ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛନ୍ତି। ଓଡ଼ିଶାରେ ଦକ୍ଷ ଏବଂ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ପାଇଁ ଗତକାଲି  ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫” କୁ ଅନୁମୋଦନ କରିଛନ୍ତି । ଏଥିରେ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ” ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରିବାର ବ୍ୟବସ୍ଥା ଅଛି । ଏହା ଦ୍ୱାରା ବୃହତ୍ ସଡ଼କ ପ୍ରକଳ୍ପ ଗୁଡିକର ସାମଗ୍ରିକ ବିକାଶ ସାଧିତ ହେବ ।

6. କେନ୍ଦ୍ର / ରାଜ୍ୟ ସରକାରୀ ଉଦ୍ୟୋଗ, କେନ୍ଦ୍ର / ରାଜ୍ୟ ସରକାରୀ ୟୁନିଟ୍ / ସଂଗଠନ ଏବଂ ଘରୋଇ ଶିଳ୍ପ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ବକେୟା ଜଳକର ଆଦାୟ କରିବା ପାଇଁ ଜଳ ସମ୍ପଦ ବିଭାଗ ଦ୍ଵାରା ଆଗତ ଏକ କାଳୀନ ସମାଧାନ ଯୋଜନାର ଅବଧି ୩୧ ମେ ୨୦୨୫ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଯାଇଛି।

7. ଦୀର୍ଘସ୍ଥାୟୀ ତଥା ବହୁମୁଖୀ ବିକାଶମୂଳକ ପ୍ରକଳ୍ପମାନ କାର୍ଯ୍ୟକାରୀ କରି ଗ୍ରାମୀଣ ଓଡ଼ିଶାର ତ୍ୱରିତ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ କରିବା ହେଉଛି “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ। ଏହି ଯୋଜନା ଅନ୍ତର୍ଗତ ପ୍ରକଳ୍ପ ତାଲିକାକୁ ଅନୁମୋଦନ ଦେବା ସମୟରେ ଯଦି ବାର୍ଷିକ କାର୍ଯ୍ୟ ଯୋଜନାରେ କିଛି ଆବଶ୍ୟକ ପ୍ରକଳ୍ପ ସ୍ଥାନ ପାଇ ନଥିବା ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ହୁଏ, ତେବେ ସେହି ପ୍ରକଳ୍ପ ଗୁଡିକୁ ଏହି ଯୋଜନାରେ ଜିଲ୍ଲାପାଳ ଅନ୍ତର୍ଭୁକ୍ତ କରିପାରିବେ। ଏହି ପ୍ରକଳ୍ପଗୁଡିକ ମାର୍ଗଦର୍ଶୀକାରେ ଉଲ୍ଲେଖିତ ସମସ୍ତ ମାନଦଣ୍ଡ ପୂରଣ କରି ପାରୁଥିବା ଆବଶ୍ୟକ ଏବଂ ଏହା ଏକ ଆର୍ଥିକ ବର୍ଷରେ ବ୍ଲକ/ଗ୍ରାମପଞ୍ଚାୟତକୁ ଦିଆଯାଇଥିବା ମୋଟ ଅନୁଦାନର ୪୦ ପ୍ରତିଶତରୁ ଅଧିକ ହୋଇନଥିବା ଆବଶ୍ୟକ ।

8. କ୍ୟାବିନେଟର ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ କମ ପରିମାଣର ଘରବାରି ଜମି ଥିବ, ସେହି ବ୍ୟକ୍ତି ମଧ୍ୟ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ ହେବେ ଏବଂ ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ ତାଙ୍କର ଯେତିକି ଜମି କମ୍ ଅଛି, ତାଙ୍କୁ ସମପରିମାଣର ଜମି ତାଙ୍କୁ ଯୋଗାଇ ଦିଆଯିବ। ସେହିଭଳି ଯଦି ଜଣେ “ଘରବାରିହୀନ ବ୍ୟକ୍ତି” କୌଣସି ସରକାରୀ ଜମିକୁ ଅନଧିକୃତ ଦଖଲରେ ରଖି ଉକ୍ତ ଜମିକୁ ଘରବାରି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବେ, ତେବେ ଜମି ମଧ୍ୟରୁ ଅତି ବେଶୀରେ ୧ ଏକରର ୨୫ ଭାଗରୁ ଏକ ଭାଗ ଜମି ତାଙ୍କ ସପକ୍ଷରେ ବନ୍ଦୋବସ୍ତ କରାଯାଇ ପାରିବ ଏବଂ ଉକ୍ତ ଜମିକୁ ସେ ହସ୍ତାନ୍ତର କରିପାରିବେ ନାହିଁ।

9. ଓଡିଶା ପ୍ରଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ) (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ-୨୦୧୪ ଅନୁଯାୟୀ, ଓଡିଶା ପ୍ରଶାସନିକ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରୋବେସନ ସମୟରେ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ । ଇଣ୍ଡିଆନ୍ ପେନାଲ୍ କୋଡ୍ (IPC), କୋଡ୍ ଅଫ କ୍ରିମିନାଲ ପ୍ରୋସିଜ୍ୟୁର (CrPC) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ୨୦୨୩ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) ୨୦୨୩ କାର୍ଯ୍ୟକାରୀ କରାଯିବା ହେତୁ, ଓଡ଼ିଶା ପ୍ରଶାସନିକ ସେବା, ଗ୍ରୁପ- ଏ (ଜୁନିୟର ଶାଖା) (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୪ ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା ।ତଦନୁଯାୟୀ, ଓଡିଶା ପ୍ରଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ)(ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୪ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି ।

10. ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୬ ଅନୁସାରେ, ଓଡ଼ିଶା ରାଜସ୍ୱ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରଶିକ୍ଷଣ ସମୟରେ ନିର୍ଦ୍ଧାରିତ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ । ଇଣ୍ଡିଆନ ପେନାଲ କୋଡ (IPC), କୋଡ ଅଫ କ୍ରିମିନାଲ ପ୍ରୋସିଜ୍ୟୁର (CrPC) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) କାର୍ଯ୍ୟକାରୀ କରାଯିବା ହେତୁ, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଅବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା । ତଦନୁଯାୟୀ, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016 ର ପରିଶିଷ୍ଟ-IIରେ ଥିବା ପାଠ୍ୟକ୍ରମର ଅବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି।

21 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର