ସ୍କୁଲ ପରିସରରେ ଛାତ୍ରଙ୍କୁ କାମୁଡ଼ିଲା ବୁଲା କୁକୁର, ସୁରକ୍ଷା ଦାବିରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

Madhusudan Das Picture
Published On

ବାଲେଶ୍ୱର: ଛାତ୍ରଙ୍କୁ କୁକୁର କାମୁଡ଼ିବା ନେଇ ସ୍କୁଲ୍‌ରେ ପଡିଲା ତାଲା । ଏନେଇ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲାର ଖଣ୍ଟାପଡ଼ା ଥାନା ଅନ୍ତର୍ଗତ ରସଲପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ସତ୍ୟନାରାୟଣ ସରକାରୀ ନୋଡାଲ ହାଇସ୍କୁଲର ଜଣେ ଛାତ୍ରଙ୍କୁ ବୁଲା କୁକୁର ଆକ୍ରମଣ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ଏହାର ପ୍ରତିବାଦରେ ବୁଧବାର ଦିନ ସ୍ଥାନୀୟ ଲୋକେ ଏବଂ ସ୍କୁଲ ପରିଚାଳନା କମିଟି (ଏସଏମସି) ସଦସ୍ୟମାନେ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଜଣେ ଛାତ୍ର ସ୍କୁଲ ଶୌଚାଳୟକୁ ଯାଉଥିବା ସମୟରେ ହଠାତ୍ ଏକ ବୁଲା କୁକୁର ତାଙ୍କ ଉପରକୁ ଆକ୍ରମଣ କରିଥିଲା। କୁକୁରଟି ଛାତ୍ରଙ୍କର ଡାହାଣ ହାତ ବୁଢ଼ା ଆଙ୍ଗୁଠିକୁ ଗୁରୁତର ଭାବେ କାମୁଡ଼ି ଦେବା ସହ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତାକ୍ତ କରିଥିଲା। ଛାତ୍ରଙ୍କ ଚିତ୍କାର ଶୁଣି ଅନ୍ୟ ପିଲାମାନେ ଘଟଣାସ୍ଥଳକୁ ଦୌଡ଼ି ଆସି କୁକୁରକୁ ଘଉଡ଼ାଇଥିଲେ। ଏହାପରେ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ (ଏସସିବି) କୁ ସ୍ଥାନାନ୍ତର କରିଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏବଂ ଏସଏମସି ସଦସ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍କୁଲ ପରିସରରେ ବୁଲା କୁକୁରଙ୍କ ଉପସ୍ଥିତି ଛାତ୍ରଛାତ୍ରୀଙ୍କ ପ୍ରତି ଏକ ବଡ଼ ବିପଦ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ବିକ୍ଷୋଭକାରୀମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ବୁଲା କୁକୁରମାନେ ଯେପରି ସ୍କୁଲ ପରିସରକୁ ପ୍ରବେଶ ନକରନ୍ତି, ସେଥିପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ସେଠାରେ ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର