ମନୋରଞ୍ଜନ
କାର୍ରେ ଆସିଲେ, ମିଠା କିଣିଲେ..ଆଉ ଦୋକାନୀଙ୍କ ଅସାବଧାନତାର ସୁଯୋଗ ନେଇ ଟଙ୍କା ଚୋରି କଲେ ମହିଳା
ଭୁବନେଶ୍ୱର: ସିସିଟିଭିରେ ଚତୁର ଚୋରଙ୍କ କାରନାମା । କାର୍ରେ ଆସିଲେ, ମିଠା କିଣିଲେ..ଆଉ ଦୋକାନୀଙ୍କ ଅସାବଧାନତାର ସୁଯୋଗ ନେଇ ଚୋରି କରି ଚାଲିଗଲେ ଟଙ୍କା। ସିସିଟିଭିରେ କଏଦ ହୋଇଛି ଚୋରି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ। ଏଭଳି ଘଟଣା ଘଟିଛି ରାଜଧାନୀ ଲିଙ୍ଗିପୁର ଟ୍ରାଫିକ ଛକରେ ଥିବା ଏକ ମିଠା ଦୋକାନରେ। ସିସିଟିଭି ଦୃଶ୍ୟ ଅନୁସାରେ, ଜଣେ ମହିଳା କାର୍ରେ ଆସି ଦୋକାନରୁ ମିଠା କିଣିଥିଲେ। ଦୋକାନୀ ମିଠା ପ୍ୟାକ୍ କରିବାରେ ବ୍ୟସ୍ତ ଥିବା ସମୟରେ ମହିଳା ଜଣକ ଦୋକାନରେ ଥିବା ଡ୍ର' ରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଧଉଳି ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ଧଉଳି ଥାନା ପୋଲିସ । ତେବେ ମହିଳା ଜଣକ କିଏ ଏବଂ ପ୍ରକୃତରେ କେତେ ଟଙ୍କା ଚୋରି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ସମ୍ପର୍କରେ ଅଭିଯୋଗ ହେଲେ ପୋଲିସ ତଦନ୍ତ ପରେ ହିଁ ପୂରା ସତ ସାମ୍ନାକୁ ଆସିବ।