ମନୋରଞ୍ଜନ
ଓଡ଼ିଶା
ସୋୟାବିନ ତରକାରୀ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ! ବସ୍ତା ମେଡିକାଲରେ ଭର୍ତ୍ତି
ରାସଗୋବିନ୍ଦପୁର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଚିଞ୍ଚଳଗଡ଼ିଆସ୍ଥିତ ଶ୍ରୀମା ଶ୍ରୀ ଅରବିନ୍ଦ ରେସିଡେଣ୍ଟାଲ କଲେଜରେ ସୋୟାବିନ ବଡ଼ି ତରକାରୀ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବସ୍ତା ମେଡିକାଲରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ରାତିରେ କଲେଜ ହଷ୍ଟେଲରେ ଛାତ୍ରଛାତ୍ରୀମାନେ ସୋୟାବିନ ବଡ଼ି ତରକାରୀ ସହ ଭାତ ଖାଇଥିଲେ। ତେବେ ରାତି ଅଧରୁ କିଛି ଛାତ୍ରଛାତ୍ରୀଙ୍କର ହଠାତ୍ ଦେହ ଖରାପ ହେବା ସହ ବାନ୍ତି ଓ ଅନ୍ୟାନ୍ୟ ଅସୁସ୍ଥତା ଦେଖାଦେଇଥିଲା। ପ୍ରଥମେ କିଛି ଛାତ୍ରଛାତ୍ରୀଙ୍କୁ ରାତିରେ ମେଡିକାଲ ନେଇ ଚିକିତ୍ସା କରାଯାଇଥିଲା। ପରେ ଭୋର ସମୟରେ ୮ ଜଣ ଛାତ୍ରଛାତ୍ରୀଙ୍କୁ ବସ୍ତା ମେଡିକାଲକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।
ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧିମାନେ କଲେଜରେ ପହଞ୍ଚିଥିବାବେଳେ କଲେଜ ପକ୍ଷରୁ କୌଣସି ଦାୟିତ୍ୱଶୀଳ ଅଧିକାରୀ ସାମ୍ନାକୁ ଆସିନଥିବା ଅଭିଯୋଗ ହୋଇଛି। ଜଣେ ୱାର୍ଡେନ୍ ମଧ୍ୟ ପ୍ରତିକ୍ରିୟା ନଦେଇ ଚାଲିଯାଇଥିବା କୁହାଯାଇଛି।
ଅନ୍ୟପକ୍ଷରେ, କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଚାହୁଁନଥିବାରୁ ବାହାନା କରୁଥିବା ଏବଂ ପିତ୍ତ ବାନ୍ତି ହେଉଥିବା କୁହାଯାଇଥିବା ଜଣାପଡ଼ିଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସହ ଦେଖା କରିବାକୁ ମଧ୍ୟ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଛି।ଡାକ୍ତରଙ୍କ କହିବା ଅନୁସାରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିକୁ ନେଇ ହସ୍ପିଟାଲରୁ ଛାତ୍ରଛାତ୍ରୀମାନଙ୍କୁ ଲୁଚାଛପାରେ ନେଇଯିବା ଘଟଣାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ଘଟଣାର ପ୍ରକୃତ କାରଣ କ’ଣ ଏବଂ ଖାଦ୍ୟରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହାର ତଦନ୍ତ ଦାବି ହୋଇଛି। ଘଟଣାର ତଦନ୍ତ କରି ଖାଦ୍ୟର ନମୁନା ପରୀକ୍ଷା କରିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହୋଇଛି।