ଭିଜିଲାନ୍ସ ଜାଲରେ ଏଡିଇଓ, ପିଏମଏୱାଇ ବୋନସ୍ ପାଇଁ ନେଉଥିଲେ ୪,୦୦୦ ଟଙ୍କା ଲାଞ୍ଚ

Madhusudan Das Picture
Published On

ନୟାଗଡ: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର । ରଣପୁର ରାଜଜଙ୍କିଆ ପଞ୍ଚାୟତର ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ କୁମାର ଭଟ୍ଟ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ନୟାଗଡ଼ ଭିଜିଲାନ୍ସ । ପ୍ରଶାନ୍ତ ଜଣେ ହିତାଧିକାରୀଙ୍କଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଥିବା ବୋନସ୍ ରାଶି ପ୍ରଦାନ କରିବା ପାଇଁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଅଧିକାରୀଙ୍କ ସୂଚନାନୁସାରେ, ଅଭିଯୋଗକାରୀ ନିଜର ପିଏମଏୱାଇ-ଜି ଘର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ କରିଥିଲେ। ତେବେ ଘର ନିର୍ମାଣର ଠିକ୍ ସମୟରେ ସମାପ୍ତି ପାଇଁ ମିଳୁଥିବା ବୋନସ୍ ଏବଂ ଏମଜିଏନଆରଇଜିଏସ (MGNREGS) ବାବଦରେ ବକେୟା ମଜୁରୀ ପ୍ରଦାନ କରିବାକୁ ଏହି ଏଡିଇଓ ପୂର୍ବରୁ ହିତାଧିକାରୀଙ୍କଠାରୁ ୭,୦୦୦ ଟଙ୍କା ନେଇସାରିଥିଲେ। ଏହା ସତ୍ତ୍ୱେ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେ ଅଧିକ ଟଙ୍କା ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଏହି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ଏକ ଜାଲ ବିଛାଇଥିଲେ ଏବଂ ପ୍ରଶାନ୍ତ କୁମାର ଭଟ୍ଟଙ୍କୁ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଥିଲେ। ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଅର୍ଥ ୪,୦୦୦ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ଜଡିତ ଥିବା ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର