ଭାରତକୁ ନେଇ ବିଶ୍ବ ବ୍ୟାଙ୍କ ରିପୋର୍ଟ, ଅତ୍ୟନ୍ତ ଦାରିଦ୍ର୍ୟରୁ ବାହାରିଲେ ୧୭.୧ କୋଟି ଲୋକ

The Sakala Picture
Published On

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦାରିଦ୍ର୍ୟ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଭାରତରେ ଅତ୍ୟନ୍ତ ଗରିବ ଲୋକଙ୍କ ସଂଖ୍ୟା ହ୍ରାସ ପାଇ ୨.୩%ରେ ପହଞ୍ଚିଛି ବୋଲି ବିଶ୍ବ ବ୍ୟାଙ୍କ ରିପୋର୍ଟରେ ସୂଚନା ଦିଆଯାଇଛି । ୨୦୧୧-୧୨ରେ ଏହା ୧୬ ପ୍ରତିଶତ ଥିଲା। ୨.୧୫ ଡଲାରର ଦୈନିକ କ୍ରୟ ଶକ୍ତି କ୍ଷମତା (ପିପିପି) ଆଧାରରେ ଅତ୍ୟନ୍ତ ଦାରିଦ୍ର୍ୟର ଆକଳନ କରାଯାଇଥାଏ। ଏହି ଭଳି ଭାରତ ୧୭.୧ କୋଟି ଲୋକଙ୍କୁ ଅନ୍ତର୍ଜାତୀୟସ୍ତର […]

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦାରିଦ୍ର୍ୟ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଭାରତରେ ଅତ୍ୟନ୍ତ ଗରିବ ଲୋକଙ୍କ ସଂଖ୍ୟା ହ୍ରାସ ପାଇ ୨.୩%ରେ ପହଞ୍ଚିଛି ବୋଲି ବିଶ୍ବ ବ୍ୟାଙ୍କ ରିପୋର୍ଟରେ ସୂଚନା ଦିଆଯାଇଛି । ୨୦୧୧-୧୨ରେ ଏହା ୧୬ ପ୍ରତିଶତ ଥିଲା। ୨.୧୫ ଡଲାରର ଦୈନିକ କ୍ରୟ ଶକ୍ତି କ୍ଷମତା (ପିପିପି) ଆଧାରରେ ଅତ୍ୟନ୍ତ ଦାରିଦ୍ର୍ୟର ଆକଳନ କରାଯାଇଥାଏ। ଏହି ଭଳି ଭାରତ ୧୭.୧ କୋଟି ଲୋକଙ୍କୁ ଅନ୍ତର୍ଜାତୀୟସ୍ତର ତୁଳନା ଅନୁସାରେ ଗରିବୀ ରେଖାରୁ ବାହାର କରିଛି। ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୧୮.୪%ରୁ ୨.୮%କୁ ଏବଂ ସହରାଞ୍ଚଳରେ ୧୦.୭%ରୁ ୧.୧%କୁ ଖସି ଆସିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ସାମୁଦ୍ରିକ ଝଡ଼ ‘ଅକୱାନ’: ଆନ୍ଧ୍ର ଉପକୂଳ ମୁହାଁ, ଓଡ଼ିଶାରେ ହାଇଆଲର୍ଟ

ଏବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବୀ ବ୍ୟବଧାନ ୭.୭ରୁ ୧.୭%କୁ ହ୍ରାସ ପାଇଯାଇଛି। ଏହା ବାର୍ଷିକ ୧୬ ପ୍ରତିଶତ ହ୍ରାସ ପାଇଛି। ଯଦି ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶ (ଏଲଏମଆଇସି) ପାଇଁ ଉଦ୍ଦିଷ୍ଟ ୩.୬୫ ଡଲାର ପିପିପିକୁ ଗରିବ ରେଖା ପାଇଁ ବ୍ୟବହାର କରାଯାଏ ତେବେ ଏକ ଦଶନ୍ଧି ମଧ୍ୟରେ ଗରିବୀ ହାର ୬୧.୮ରୁ ୨୮.୧%କୁ ଖସି ଆସିଛି। ଭାରତର ୩୭.୮ କୋଟି ଲୋକ ଗରିବୀ ରେଖାରୁ ବାହାରି ଆସିଛନ୍ତି। ଏଲଏମଆଇସି ଗରିବୀ ରେଖା ଅନୁଯାୟୀ ଗ୍ରାମାଞ୍ଚଳରେ ଗରିବୀ ୬୯ ପ୍ରତିଶତରୁ ୩୨.୫ ପ୍ରତିଶତକୁ ଖସି ଆସିଛି। ସେହିପରି ସହରରେ ଏହା ୪୩.୫ରୁ ୧୭.୨ ପ୍ରତିଶତକୁ ଖସି ଆସିଛି। ଏହା ଦ୍ବାରା ଗ୍ରାମାଞ୍ଚଳ-ସହରାଞ୍ଚଳ ବ୍ୟବଧାନ ୨୫ରୁ ହ୍ରାସ ପାଇ ୧୫ ପ୍ରତିଶତ ରହିଛି। ଏହା ବାର୍ଷିକ ଆଧାରରେ ୭ ପ୍ରତିଶତ ହ୍ରାସ ପାଇଛି। ବିଶ୍ବ ବ୍ୟାଙ୍କର ବହୁମୁଖୀ ଗରିବୀ ସୂଚକାଙ୍କ (ଏମପିଆଇ) ରେ ଅତ୍ୟନ୍ତ ଗରିବଙ୍କୁ ସାମିଲ କରାଯାଇଥାଏ। କିନ୍ତୁ ଏଥିରେ ପୋଷଣ ଏବଂ ସ୍ବାସ୍ଥ୍ୟସେବାରୁ ବଞ୍ଚିତଙ୍କୁ ସାମିଲ କରାଯାଏ ନାହିଁ। ଏପିଆଇଏର ତଥ୍ୟ ଅନୁଯାୟୀ ଭାରତରେ ନନ୍‌-ମନିଟାରୀ ପଭର୍ଟି (ଏନଏମପି) ୨୦୦୫-୦୬ରେ ୫୩.୮ ପ୍ରତିଶତ ଥିବାବେଳେ ଏହା ୨୦୧୯-୨୧ରେ ୧୬.୪ ପ୍ରତିଶତ ଏବଂ ୨୦୨୨-୨୩କୁ ୧୫.୫ ପ୍ରତିଶତକୁ ଖସି ଆସିଛି। ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ଲୋକସଂଖ୍ୟାକୁ ସର୍ବାଧିକ ଜନସଂଖ୍ୟା ବହୁଳ ୫ ରାଜ୍ୟ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶର ଯୋଗଦାନ ୨୦୧୧-୧୨ରେ ୬୫ ପ୍ରତିଶତ ଥିଲା। ୨୦୨୨-୨୩ରେ ଏହା ଦୁଇ ତୃତୀୟାଂଶ ହ୍ରାସ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୧-୨୨ରେ ବୃତ୍ତିଗତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି। ଭାରତର ଶ୍ରମ ବଳରେ ମହିଳାଙ୍କ ଯୋଗଦାନ ବୃଦ୍ଧି ଯୋଗୁ ଏପରି ହୋଇଛି। ମହିଳାଙ୍କ ମଧ୍ୟରେ ନିଯୁକ୍ତି ହାର ବଢ଼ିବାରେ ଲାଗିଛି। ସହରରେ ବେକାରୀ ହାର ମଧ୍ୟ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ଓ ବନ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର