ଟ୍ରମ୍ପ୍‌ଙ୍କ ଟାରିଫରେ ରୋକ୍ ଲଗାଇଲେ ଆମେରିକା କୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିରେ ଲାଗିଛି ରୋକ୍‌। ଟ୍ରମ୍ପ୍‌ଙ୍କ ଯେଉଁ ନୀତି କାରଣରୁ ସାରା ବିଶ୍ବରେ ଆରମ୍ଭ ହୋଇଛି ବାଣିଜ୍ୟିକ ଯୁଦ୍ଧ। ମୁହାଁମୁହିଁ ହୋଇଛନ୍ତି ଆମେରିକା-ଚୀନ୍‌। ଅବଶ୍ୟ ଏହି ନୀତି ଉପରେ ବେ ସାମୟିକ ଭାବେ ରୋକ୍‌ ଲାଗିଛି। ଆମେରିକା କୋର୍ଟ ଟ୍ରମ୍ପ୍‌ଙ୍କ ଶୁଳ୍କ ଉପରେ ରୋକ୍ ଲଗାଇଛନ୍ତି। ଏହା ସତ୍ତ୍ବେ ଟ୍ରମ୍ପ୍‌ ଆଗକୁ ପୁଣି ଥରେ ଶୁଳ୍କ ଲଗାଇପାରନ୍ତି ବୋଲି ଆଶାଙ୍କରା କରାଯାଇଛି। ଶୁଳ୍କ ନୀତି ବିରୋଧରେ ହୋଇଥିବା ଆବେଦନର ଶୁଣାଣି […]

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିରେ ଲାଗିଛି ରୋକ୍‌। ଟ୍ରମ୍ପ୍‌ଙ୍କ ଯେଉଁ ନୀତି କାରଣରୁ ସାରା ବିଶ୍ବରେ ଆରମ୍ଭ ହୋଇଛି ବାଣିଜ୍ୟିକ ଯୁଦ୍ଧ। ମୁହାଁମୁହିଁ ହୋଇଛନ୍ତି ଆମେରିକା-ଚୀନ୍‌। ଅବଶ୍ୟ ଏହି ନୀତି ଉପରେ ବେ ସାମୟିକ ଭାବେ ରୋକ୍‌ ଲାଗିଛି। ଆମେରିକା କୋର୍ଟ ଟ୍ରମ୍ପ୍‌ଙ୍କ ଶୁଳ୍କ ଉପରେ ରୋକ୍ ଲଗାଇଛନ୍ତି। ଏହା ସତ୍ତ୍ବେ ଟ୍ରମ୍ପ୍‌ ଆଗକୁ ପୁଣି ଥରେ ଶୁଳ୍କ ଲଗାଇପାରନ୍ତି ବୋଲି ଆଶାଙ୍କରା କରାଯାଇଛି। ଶୁଳ୍କ ନୀତି ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ଅଦାଲତ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
ଟ୍ରମ୍ପଙ୍କ ଟାରିଫ୍‌ ନୀତି ଉପରେ ରୋକ ଲଗାଇଲେ ଆମେରିକାର ଫେଡେରାଲ ଟ୍ରେଡ କୋର୍ଟ। ଏହି ଶୁଳ୍କ ନୀତି ଅସାମ୍ବିଧାନିକ ଦର୍ଶାଇ କୋର୍ଟ ଏହି ରୋକ୍ ଲଗାଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ଟ୍ରମ୍ପ ନିଜ ଶକ୍ତିର ଦୂରୁପଯୋଗ କରିଛନ୍ତି। ସେ ନିଜ ଶକ୍ତିର ଦୁରୂପଯୋଗ କରି ସମ୍ବିଧାନର ନିୟମ ବାହାରକୁ ଯାଇ ଏହି ଟାରିଫ୍ ଲଗାଇବାକୁ ଚେଷ୍ଟା କରିଛନ୍ତି। ମ୍ୟାନହାଟନର ଫେଡେରାଲ କୋର୍ଟ ଅଫ୍‌ ଇଣ୍ଟରନାସନାଲ ଟ୍ରେଡର ତିନି ବିଚାରପତିଙ୍କ ବେଞ୍ଚ କହିଛନ୍ତି, ଟ୍ରମ୍ପ ଅନ୍ତର୍ଜାତୀୟ ଇମରଜେନ୍ସୀ ଇକୋନୋମିକ ପାୱାର୍ସ ଆକ୍ଟ (ଆଇଇଇପିଏ)ର ଅପବ୍ୟବହାର କରିଛନ୍ତି। ଏହି ଆଇନ ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ସ୍ଥିତିରେ ଏଭଳି ଶକ୍ତି ଦେଇଥାଏ, କିନ୍ତୁ ଟ୍ରମ୍ପ ଏହାକୁ ବିନା କୌଣସି ଦୃଢ଼ କାରଣ ନଥାଇ ବ୍ୟବହାର କରିଛନ୍ତି।

ସୂଚନାଥାଉକି, ଟ୍ରମ୍ପଙ୍କ ଟାରିଫ୍ ନୀତି ବିରୋଧରେ ଲିବର୍ଟୀ ଜଷ୍ଟିସ ସେଣ୍ଟରରେ ୫ ଛୋଟ ଆମେରିକୀୟ ବ୍ୟବସାୟୀ ଏବଂ ୧୨ ଆମେରିକୀୟ ଆମଦାନୀକାରୀ ମଧ୍ୟ ମାମଲା ରୁଜୁ କରାଇଥିଲେ। ଏମାନେ ଯୁକ୍ତି ରଖିଥିଲେ, ଟାରିଫ୍‌ କାରଣରୁ ଛୋଟ ବ୍ୟବସାୟୀଙ୍କୁ ବଡ଼ କ୍ଷତି ହେଉଛି। କାରଣ ଆମଦାନୀ ହେଉଥିବା ସାମଗ୍ରୀର ଦାମ ବଢ଼ିବା କାରଣରୁ ତାହାର ଖର୍ଚ୍ଚ ବଢ଼ୁଛି। ତେବେ କୋର୍ଟ ଏହି ଆବେଦନକୁ ଯଥାର୍ଥ ବୋଲି କହିବା ସହ କହିଛନ୍ତି ରାଷ୍ଟ୍ରପତିଙ୍କ ପାଖରେ ଏତେ ବଡ଼ ପରିମାଣରେ ଟାରିଫ୍‌ ଲଗାଇବା ପାଇଁ ସାମ୍ବିଧାନିକ ଅଧିକାର ନାହିଁ।
ଅପରପକ୍ଷେ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଉପର କୋର୍ଟରେ ଅପିଲ କରିବ ଟ୍ରମ୍ପ ପ୍ରଶାସନର। ଟ୍ରମ୍ପ ନିଜ ସୋସିଆଲ ମିଡିଆ ସାଇଟରେ ଦାବି କରିଛନ୍ତି ଯେ, ତାଙ୍କ ଶୁଳ୍କ ନୀତି ‘ଆମେରିକାକୁ ପୁଣି ଥରେ ମହାନ କରିବା’ ପାଇଁ ଜରୁରୀ ଥିଲା। ଅବଶ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି ଯେ, ଟ୍ରମ୍ପ ଟ୍ରେଡ ଆକ୍ଟ ୧୯୭୪ର ଧାରା ୧୨୨ ଅନ୍ତର୍ଗତ ୧୫୦ ଦିନ ପାଇଁ ୧୫% ପର୍ଯ୍ୟନ୍ତ ଟାରିଫ ଲଗାଇପାରିବେ। କିନ୍ତୁ ଏଥିପାଇଁ ମଧ୍ୟ ଠୋସ ଆଧାର ଦରକାର। ତେବେ ଟ୍ରମ୍ପ ପ୍ରଶାସନର ଅପିଲ ଏବଂ କୋର୍ଟଙ୍କ ଆଗାମୀ ନିଷ୍ପତ୍ତି ଏହି ମାମଲାର ଦିଗ ନିର୍ଦ୍ଧାରଣ କରିବ। ଟ୍ରମ୍ପ ପୂର୍ବରୁ ହିଁ କିଛି ଟାରିଫକୁ ୯୦ ଦିନ ପାଇଁ ସ୍ଥଗିତ କରିଥିଲେ। ଯାହାଦ୍ବାରା ଅନ୍ୟ ଦେଶଙ୍କ ସହ ବାଣିଜ୍ୟିକ ବୁଝାମଣା ହୋଇପାରିବ। ଆଉ ଏବେ କୋର୍ଟଙ୍କ ନିଷ୍ପତ୍ତି ଏହି ନୀତିକୁ ଆହୁରି ଦୁର୍ବଳ କରିଛି। ଏହା ପୂର୍ବରୁ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମଧ୍ୟ ପୂର୍ବରୁ ଚେତାବନୀ ଦେଇଥିଲା। ଡବ୍ଲୁଟିଓ କହିଥିଲା ଟ୍ରମ୍ପଙ୍କ ଟାରିଫ କାରଣରୁ ବିଶ୍ବ ବ୍ୟାପାରରେ ୮୧% ପର୍ଯ୍ୟନ୍ତ ହ୍ରାସ ଆସିପାରେ। ହେଲେ କୋର୍ଟଙ୍କ ଏହି ନିଷ୍ପତ୍ତି ସେହି ଆଶଙ୍କାକୁ କମ୍ କରୁଛି।

ସୂଚନାଥାଉକି, ୨୦୨୫ ଏପ୍ରିଲ ୨ରେ ଟ୍ରମ୍ପ ‘ଲିବରେସନ ଡେ’ ନାମରେ ୧୦୦ରୁ ଅଧିକ ଦେଶରୁ ଆମେରିକାକୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନୂଆ ଶୁଳ୍କ ଲାଗୁ ଘୋଷଣା କରିଥିଲେ। ସେ ଦାବି କରିଥିଲେ ଯେ, ଏହି ଶୁଳ୍କ ଆମେରିକା ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ ଏବଂ ସେହି ଦେଶକୁ ଶିକ୍ଷା ଦେବ ଯେଉଁ ଦେଶ ଆମେରିକାଠାରୁ କମ୍ ସାମଗ୍ରୀ କିଣୁଛନ୍ତି କିନ୍ତୁ ଅଧିକ ବିକୁଛନ୍ତି।

ଆହୁରି ପଢ଼ନ୍ତୁ: ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା, ସବୁ ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ: ଯୋଗାଣ ମନ୍ତ୍ରୀ

30 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର